ଓଡିଶା

odisha

ଋଷ ବିରୋଧରେ ବିଶ୍ବକୁ ଏକାଠି କରିବାକୁ ଭାରତର ନିକଟତର ହେଉଛି ଆମେରିକା

By

Published : May 14, 2022, 9:41 AM IST

ଋଷର ଆକ୍ରମଣ ବିରୋଧରେ ପୁରା ବିଶ୍ବକୁ ଏକାଠି କରିବାର ପ୍ରୟାସ ଆରମ୍ଭ କରିଛି ଆମେରିକା । ଏନେଇ ଭାରତର ନିକଟତର ହେବା ସହ ଘନିଷ୍ଠ ସମ୍ପର୍କ ଜାରି ରଖିଥିବା ହ୍ବାଇଟ ହାଉସ ତରଫକୁ କୁହାଯାଇଛି । ଅଧିକ ପଢନ୍ତୁ

ଋଷ ବିରୋଧରେ ବିଶ୍ବକୁ ଏକାଠି କରିବାକୁ ଭାରତର ନିକଟତର ହେଉଛି ଆମେରିକା
ଋଷ ବିରୋଧରେ ବିଶ୍ବକୁ ଏକାଠି କରିବାକୁ ଭାରତର ନିକଟତର ହେଉଛି ଆମେରିକା

ଓ୍ବାସିଂଟନ: ଗୋଟିଏ ପଟେ ୟୁକ୍ରେନ ଉପରେ ଜାରି ରହିଛି ଋଷିଆର ଘନଘନ ଆକ୍ରମଣ । ଅନେପଟେ ଋଷର ଆକ୍ରମଣ ବିରୋଧରେ ପୁରା ବିଶ୍ବକୁ ଏକାଠି କରିବାର ପ୍ରୟାସ ଆରମ୍ଭ କରିଛି ଆମେରିକା । ଏନେଇ ଭାରତର ନିକଟତର ହେବା ସହ ଘନିଷ୍ଠ ସମ୍ପର୍କ ଜାରି ରଖିଥିବା ହ୍ବାଇଟ ହାଉସ ତରଫକୁ କୁହାଯାଇଛି । ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ପାଶାକି ଗତକାଲି ଏକ ପ୍ରେସ କନଫରେନ୍ସରେ କହିଛନ୍ତି ଯେ ଋଷର ଆକ୍ରମଣାତ୍ମକ ମନୋଭାବକୁ ନେଇ ଏହା ବିରୋଧରେ ପୁରା ବିଶ୍ବକୁ ଆମେ ଏକଜୁଟ କରିବାକୁ ପ୍ରୟାସ ଆରମ୍ବ କରିଥିବା ବେଳେ ଭାରତ ସହ ନିକଟତର ମଧ୍ୟ ରହିଛୁ ।

ଯାହାର ଅର୍ଥ ହେଉଛି ଋଷିଆ ବିରୋଧରେ ବିଶ୍ବକୁ ଏକଜୁଟ କରି ପ୍ରତିବନ୍ଧକ ଲାଗୁ କରିବା ସହ ଏହାର ପାଳନ ମଧ୍ୟ କରିବା । ଏହା ପୂର୍ବରୁ ୟୁଏସ ଡେପ୍ୟୁଟି ସିକ୍ୟୁରିଟି ଉପଦେଷ୍ଟା ଦିଲ୍ଲୀପ ସିଂ ନିଟକରେ ଭାରତ ଗସ୍ତରେ ଯାଇ ଏ ବିଷୟରେ ଆଲୋଚନା କରିଥିବା ହ୍ବାଇଟହାଉସ ତରଫରୁ କୁହାଯାଇଛି । ହ୍ବାଇଟ ହାଉସର ପ୍ରେସ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ କୋରୋନା ସମୟରେ ଗତ 15 ମାସ ମଧ୍ୟରେ ସେମାନଙ୍କ ଆବଶ୍ୟକତା ସମୟରେ ଟିକା ଯୋଗାଇବାରେ ଆମେ ଭାରତ ସହ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ସାବ୍ୟସ୍ତ ହୋଇଛୁ, ଏହା ଆଗକୁ ମଧ୍ୟ ଜାରି ରହିବ ।

ଏକ ପ୍ରଶ୍ନର ଉତ୍ତରରେ ପଶାକି କହିଛନ୍ତି ଯେ, ଆଗକୁ ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଏବଂ ଅଷ୍ଟ୍ରେଲିଆ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଚଳିତ ମାସ ଶେଷ ସପ୍ତାହରେ ଜାପାନ ଏବଂ ଦକ୍ଷିଣ କୋରିଆ ଯାତ୍ରା ମଧ୍ୟ କରିପାରନ୍ତି ।

ABOUT THE AUTHOR

...view details