ଓଡିଶା

odisha

ETV Bharat / international

ହାଉତି ଆଡ୍ଡାରେ ୟୁଏସ୍-ବ୍ରିଟେନ ସେନାର ଜବାବୀ ହମଲା, ଚେତାବନୀ ପରେ ସାମରିକ କାର୍ଯ୍ୟାନୁଷ୍ଠାନ - ହାଉତି ବିଦ୍ରୋହୀ

US-British retaliatory strike against Houthis: ଇରାନ ସମର୍ଥିତ ଆତଙ୍କୀ ସଂଗଠନ ହାଉତି ଉପରେ ଆମେରିକା ଏବଂ ବ୍ରିଟେନ ସେନାର ଜବାବୀ ହମଲା । ଚେତାବନୀ ପରେ ୟେମେନରେ ହାଉତି ବିଦ୍ରୋହୀଙ୍କ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ । ଅଧିକ ପଢ଼ନ୍ତୁ,

ହାଉତି ଉପରେ ୟୁଏସ୍-ବ୍ରିଟେନ ସେନାର ଜବାବୀ ହମଲା, ଚେତାବନୀ ପରେ ସାମରିକ କାର୍ଯ୍ୟାନୁଷ୍ଠାନ
ହାଉତି ଉପରେ ୟୁଏସ୍-ବ୍ରିଟେନ ସେନାର ଜବାବୀ ହମଲା, ଚେତାବନୀ ପରେ ସାମରିକ କାର୍ଯ୍ୟାନୁଷ୍ଠାନ

By ETV Bharat Odisha Team

Published : Jan 12, 2024, 7:46 AM IST

Updated : Jan 12, 2024, 8:49 AM IST

ହାଇଦ୍ରାବାଦ:ଲୋହିତ ସାଗରରେ ହାଉତି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣର କଡ଼ା ଜବାବ । ୟେମେନରେ ହାଉତି ବିଦ୍ରୋହୀଙ୍କ ଉପରେ ଜବାବୀ ହମଲା କଲେ ଆମେରିକା ଏବଂ ବ୍ରିଟେନ ସେନା । ଇରାନ ସମର୍ଥିତ ହାଉତି ବିଦ୍ରୋହୀ ଲୋହିତ ସାଗରରେ ବାରମ୍ବାର ଡ୍ରୋନ ଆକ୍ରମଣ କରୁଥିବା ବେଳେ, ଏହାକୁ ଖସାଇ ପକାଇଥିଲେ ଆମେରିକା ଏବଂ ବ୍ରିଟେନ ଫୋର୍ସ । ଏହାସତ୍ତ୍ବେ ହାଉତିଙ୍କ ଉପଦ୍ରବ ବନ୍ଦ ହୋଇନଥିଲା । ଗତ ସପ୍ତାହରେ ହ୍ବାଇଟ ହାଉସ୍ ଏବଂ ବିଭିନ୍ନ ଦେଶ ପକ୍ଷରୁ ହାଉତି ବିଦ୍ରୋହୀଙ୍କୁ ଚେତାବନୀ ଦିଆଯାଇଥିଲା । ହାଉତିଙ୍କ ଆକ୍ରମଣ ଜାରି ରହିଥିବା ବେଳେ, ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଆମେରିକା ଏବଂ ବ୍ରିଟେନର ମିଳିତ ଫୋର୍ସ । ୟୁଏସ୍ ଏବଂ ବ୍ରିଟେନର ନୌସେନା ବାହିନୀ ୟେମେନରେ ହାଉତି ବିଦ୍ରୋହୀଙ୍କ ଉପରେ ସାମରିକ ହମଲା ଆରମ୍ଭ କରିଛି।

ଦି ଆସୋସିଏଟେଡ୍ ପ୍ରେସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆମେରିକା ଏବଂ ବିଟ୍ରେନ ସେନା ପକ୍ଷରୁ ତୋମାହକ୍ ମିସାଇଲ ଏବଂ ଫାଇଟର୍ ଜେଟ୍ ଦ୍ବାରା ଆକ୍ରମଣ କରାଯାଇଛି। ଆକ୍ରମଣ ସମୟରେ ହାଉତି ବିଦ୍ରୋହୀଙ୍କ ଲଜିଷ୍ଟିକ୍ ହବ୍, ଏୟାର ଡିଫେନ୍ସ ସିଷ୍ଟମ ଏବଂ ଅସ୍ତ୍ରଶସ୍ତ୍ର ମହଜୁଦ ଥିବା ସ୍ଥାନକୁ ଟାର୍ଗେଟ କରାଯାଇଛି। ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭରୁ ବାଣିଜ୍ୟିକ ଜାହାଜ ଉପରେ ହାଉତି ଆତଙ୍କୀଙ୍କ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରହିଥିବା ବେଳେ, ଏହି ବିରୋଧରେ ଆମେରିକା ପ୍ରଥମ ଥର ପାଇଁ ସାମରିକ କାର୍ଯ୍ଯାନୁଷ୍ଠାନ ଆରମ୍ଭ କରିଛି। ହାଉତି ବିଦ୍ରୋହୀ ଗତ କିଛି ଦିନ ମଧ୍ୟରେ ଲୋହିତ ସାଗରରେ 27 ଥର ଡ୍ରୋନ ଆକ୍ରମଣ କରିଥିବା ବେଳେ, ଆମେରିକା ପକ୍ଷରୁ ସତର୍କ କରାଯାଇଥିଲା । ହ୍ବାଇଟ ହାଉସ ପକ୍ଷରୁ ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହ ଆଲୋଚନା କରାଯିବା ସହ ହାଉତିଙ୍କୁ ଚେତବନୀ ଦିଆଯାଇଥିଲା । ଏହା ସତ୍ତ୍ବେ ହାଉତିଙ୍କ ଉପଦ୍ରବ ବନ୍ଦ ନହେବାରୁ ଶେଷରେ ଆମେରିକା ଏବଂ ବ୍ରିଟେନ ସେନା ସାମରିକା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।

ଏହା ମଧ୍ଯ ପଢ଼ନ୍ତୁ : ଲୋହିତ ସାଗରରେ ଆମେରିକା ନୌସେନା-ହାଉତି ବିଦ୍ରୋହୀ ମୁହାଁମୁହିଁ, ୧୦ ବିଦ୍ରୋହୀ ମୃତ

ନଭେମ୍ବର 19 ପରଠାରୁ ଲୋହିତ ସାଗରରେ ବାଣିଜ୍ୟିକ ଜାହାଜଗୁଡ଼ିକୁ ଟାର୍ଟେଟ କରି ଆସୁଛନ୍ତି ହାଉତି ଆତଙ୍କୀ। ଆଉ ଏଥିରେ ଏମାନଙ୍କୁ ପରୋକ୍ଷ ସହଯୋଗ କରୁଛି ଇରାନ ଏବଂ ୟେମେନ। ସୂଚନା ଅନୁସାରେ ଦେଢ଼ମାସ ମଧ୍ୟରେ ହାଉତି ଆତଙ୍କୀ 27 ଥର ଆକ୍ରମଣ କରିଛନ୍ତି। ସେମାନେ ଜାହାଜଗୁଡ଼ିକ ଉପରେ ଡ୍ରୋନ ଏବଂ ମିସାଇଲ୍ ମାଡ଼ କରିଛନ୍ତି। ଆମେରିକାର ପ୍ରତି ଆକ୍ରମଣରେ 10ରୁ ଅଧିକ ହାଉତି ଆତଙ୍କୀ ନିପାତ ହୋଇଥିବା କୁହାଯାଉଛି।

Last Updated : Jan 12, 2024, 8:49 AM IST

ABOUT THE AUTHOR

...view details