ଓଡିଶା

odisha

ETV Bharat / international

Sri Lanka crisis: ଜାତିସଂଘ ମୁଖ୍ୟଙ୍କ ଉଦବେଗ, ଶାନ୍ତି ବଜାୟ ରଖିବା ପାଇଁ ଆହ୍ବାନ

ଶ୍ରୀଲଙ୍କା ସଙ୍କଟ ନେଇ ଜାତିସଂଘ ମୁଖ୍ୟଙ୍କ ଉଦବେଗ । ଶାନ୍ତି ବଜାୟ ରଖିବା ସହ ସମାଧାନ ଖୋଜିବା ପାଇଁ ଶ୍ରୀଲଙ୍କାର ସମସ୍ତ ଦଳଙ୍କୁ କଲେ ନିବେଦନ । ଅଧିକ ପଢନ୍ତୁ

Sri Lanka crisis:ଜାତିସଂଘ ମୁଖ୍ୟଙ୍କ ଉଦବେଗ, ଶାନ୍ତି ବଜାୟ ରଖିବା ପାଇଁ ଆହ୍ବାନ
Sri Lanka crisis:ଜାତିସଂଘ ମୁଖ୍ୟଙ୍କ ଉଦବେଗ, ଶାନ୍ତି ବଜାୟ ରଖିବା ପାଇଁ ଆହ୍ବାନ

By

Published : Jul 14, 2022, 8:41 AM IST

ୱାଶିଂଟନ:ଶ୍ରୀଲଙ୍କାରେ ଜାରି ରହିଥିବା ସଙ୍କଟ ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛି ଜାତିସଂଘ । ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟରେସ (antonio guterres) ଏହି ସଙ୍କଟରେ ଟ୍ବିଟ କରି ଚିନ୍ତାବ୍ୟକ୍ତ କରିଛନ୍ତି । ଗୁଟରେସ କହିଛନ୍ତି ‘‘ଆମେ ସ୍ଥିତି ଓ ଏହାର ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛୁ । ଶ୍ରୀଲଙ୍କାରେ ଦେଖାଯାଇଥିବା ଅସ୍ଥିରତା ମୂଳ କାରଣ ଖୋଜିବା ସହିତ ବିକ୍ଷୋଭକାରୀଙ୍କ ଅଭିଯୋଗକୁ ସମାଧାନ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ’’ ।

ସେହିପରି ସେ ଶ୍ରୀଲଙ୍କାର ସମସ୍ତ ରାଜନୈତିକ ଦଳକୁ ଶାନ୍ତିପୂର୍ଣ୍ଣ ଏବଂ ଗଣତାନ୍ତ୍ରିକ ପରିବର୍ତ୍ତନ ପାଇଁ ଆପୋଷ ବୁଝାମଣା ନେଇ ଆଗ୍ରହ ଦେଖାଇବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କାରେ ପ୍ରଥମେ ଆର୍ଥିକ ଅଚଳାବସ୍ଥା ପରେ ଆର୍ଥିକ ସଙ୍କଟ ଦେଖିବାକୁ ମିଳିଥିଲା । ଜନତା ରାଜରାସ୍ତାକୁ ବାହାରି ସରକାରଙ୍କ ଭୁଲ ଆର୍ଥିକ ନୀତିକୁ ଦାୟୀ କରି ଆନ୍ଦୋଳନ କରିଥିଲେ । କ୍ରମଶଃ ଏହି ଆନ୍ଦୋଳନ ହିଂସା ଓ ଆଂଶିକ ଗୃହଯୁଦ୍ଧର ରୂପ ନେଇ ସାରିଲାଣି । ରାଷ୍ଟ୍ରପତି ଦେଶ ଛାଡି ମାଳଦ୍ବୀପ ପଳାୟନ କରିଥିବା ବେଳେ କାମଚଳା ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ଦେଶରେ ଜାତୀୟ ଜରୁରୀ କାଳୀନ ସ୍ଥିତି ମଧ୍ୟ ଘୋଷଣା ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details