ଓ୍ବାଶିଂଟନ:ଗୁରୁଦ୍ବାର ଭଳି ଧାର୍ମିକ ସ୍ଥାନରେ ଫୁଟିଲା ଗୁଳି । କାର୍ଲିଫର୍ଣ୍ଣିଆର ସୈକ୍ରାମେଣ୍ଟୋ କାଉଁଣ୍ଟିର ଏକ ଗୁରୁଦ୍ବାରରେ ଦୁଇ ଜଣଙ୍କୁ ଗୁଳିମାଡ ହୋଇଛି । ତେବେ ଏହାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗୁଳିକାଣ୍ଡର ଘଟାଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଧାର୍ମିକ ସ୍ଥାନରେ ଏଭଳି କାଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ପ୍ରକାଶ ପାଇଛି ।
କାଉଣ୍ଟି ସୈରିଫ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଗୁରୁଦ୍ବାର ସୈକ୍ରାମେଣ୍ଟୋ ଶିଖ ସୋସାଇଟି ମନ୍ଦିରରେ ଅପରାହ୍ନ ୨ଟା ୩୦ ମିନିଟରେ(ଭାରତୀୟ ସମୟ) ଆତତାୟୀମାନେ ଗୁଳିକାଣ୍ଡ କରିଥିଲେ । ତେବେ କାଉଣ୍ଟି ସୈରିଫ କାର୍ଯ୍ୟାଳୟର ମୁଖପାତ୍ର ଅମର ଗାନ୍ଧୀ କହିଛନ୍ତି, "ଏହି ଗୁଳିକାଣ୍ଡ ଘୃଣ୍ୟ ଅପରାଧ ସହ ଜଡିତ ନୁହେଁ । ଏହି ଘଟଣାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଁ ସଂଘର୍ଷ ହୋଇଛି । ଯେଉଁମାନେ କି ପରସ୍ପରକୁ ଜାଣଥିଲେ । ପ୍ରଥମେ ୩ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣା କରିଥିଲା । ଯାହାକି ଗୁଳିକାଣ୍ଡର ରୂପ ନେଇଥିଲା । ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ସେମାନେ ପରସ୍ପର ପରସ୍ପରକୁ ଜାଣିଛନ୍ତି । କୌଣସି ଏକ କଥାକୁ ନେଇ ଝଗଡା ହୋଇଥିବା ଅନୁମାନ କରାଯାଉଛି ।"
ଏହା ମଧ୍ୟ ପଢନ୍ତୁ: ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା: ନିନ୍ଦା କଲା ଆମେରିକା, କହିଲା ଆଦୌ ଗ୍ରହଣୀୟ ନୁହେଁ