ଓଡିଶା

odisha

ETV Bharat / international

ଶ୍ରୀଲଙ୍କାରେ ଲଙ୍କାକାଣ୍ଡ: ପ୍ରଧାନମନ୍ତ୍ରୀଙ୍କ ଘର ଜଳିଲେ ଉତ୍ୟକ୍ତ ଜନତା - ଶ୍ରୀଲଙ୍କା ବିକ୍ଷୋଭ

ଆର୍ଥିକ ସଙ୍କଟ ମଧ୍ୟରେ ଅଶାନ୍ତ ଶ୍ରୀଲଙ୍କା । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କ ଘରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

ଶ୍ରୀଲଙ୍କାରେ ଲଙ୍କାକାଣ୍ଡ: ପ୍ରଧାନମନ୍ତ୍ରୀଙ୍କ ଘର ଜଳିଲେ ଉତ୍ୟକ୍ତ ନାଗରିକ
ଶ୍ରୀଲଙ୍କାରେ ଲଙ୍କାକାଣ୍ଡ: ପ୍ରଧାନମନ୍ତ୍ରୀଙ୍କ ଘର ଜଳିଲେ ଉତ୍ୟକ୍ତ ନାଗରିକ

By

Published : Jul 9, 2022, 10:57 PM IST

କଲୋମ୍ବୋ:ଆର୍ଥିକ ସଙ୍କଟର ନିଆଁରେ ଜଳୁଛି ଶ୍ରୀଲଙ୍କା । ମାସ ମାସ ହେଲାଣି ଚାରିଆଡେ ହାହାକାର ପଡିଛି । ଏହି ସଙ୍କଟର ମୁକାବିଲାରେ ଅସଫଳ ସରକାରଙ୍କ ଉପରେ ଜନଅସନ୍ତୋଷ ବୃଦ୍ଧି ପାଉଛି । ଏପରି ଗୁରୁତର ପରିସ୍ଥିତି ପାଇଁ ସରକାରୀଙ୍କୁ ଦାୟୀ କରି ଚାରିଆଡେ ଭଙ୍ଗାରୁଜା ଓ ପୋଡାଜଳା ଚାଲିଛି । ଏପରିକି ଉତ୍ୟକ୍ତ ନାଗରିକ ଏବେ ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ଆନ୍ଦୋଳନାରୀ ଆଜି(ଶନିବାର) ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କ ଘରେ ଲଙ୍କାକାଣ୍ଡ ଘଟାଇଛନ୍ତି । ତାଙ୍କ ଘରେ ନିଆଁ ଲଗାଇବା ସହ ସେଠାରେ ଥିବା ଯାନବାହନଗୁଡିକୁ ଭଙ୍ଗାରୁଜା କରିଛନ୍ତି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜରିଆରେ ଏହି ସୂଚନା ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ପଦରୁ ରାନିଲ ଇସ୍ତଫା ଦେଇଥିଲେ ହେଁ ଏହା ଉତ୍ୟକ୍ତ ଜନତାଙ୍କ ରାଗ ପ୍ରଶମିତ କରିପାରିନାହିଁ । ଗତ ମେ' ମାସରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ଭାବେ ରାନିଲ ଦାୟିତ୍ବ ନେଇଥିଲେ । କିନ୍ତୁ ଆଜି ସେ ପଦ ଛାଡିବା ପରେ ମଧ୍ୟ ଆନ୍ଦୋଳନକାରୀ ତାଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି । ଏହାପୂର୍ବରୁ ଆନ୍ଦୋଳନକାରୀ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ଘରେ ଉପଦ୍ରବ କରିଥିଲେ । ସେମାନେ ରାଷ୍ଟ୍ରପତି ଭବନରେ ପଶି ଜୋରଦାର ବିକ୍ଷୋଭ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଯାହାର ଭୟରେ ଗୋଟାବାୟା ଦେଶ ଛାଡି ପଳାୟନ କରିଥିବାର ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କା ଅତି ଗୁରୁତର ଆର୍ଥିକ ପରିସ୍ଥିତ ଦେଇ ଗତି କରୁଛି । ଖାଦ୍ୟ, ଇନ୍ଧନ, ଔଷଧ ଇତ୍ୟାଦିର ଉତ୍କଟ ଅଭାବ ଲାଗି ରହିଛି । ଏହାକୁ ନେଇ ମାସ ମାସ ଧରି ପ୍ରତିବାଦ ଓ ଆନ୍ଦୋଳନ ଜାରି ରହିଛି । ସାଧାରଣ ଜନତାଙ୍କ ସମେତ ବିରୋଧ ଦଳ ମଧ୍ୟ ସରକାରଙ୍କୁ ଏହି ସଙ୍କଟ ପାଇଁ ଦାୟୀ କରି ଇସ୍ତଫା ଦାବି କରୁଛନ୍ତି ।

ABOUT THE AUTHOR

...view details