ଓଡିଶା

odisha

ETV Bharat / international

Sri Lanka Violence: ଶ୍ରୀଲଙ୍କାରେ ଲଙ୍କାକାଣ୍ଡ, ଦେଖିବା ମାତ୍ରେ ଗୁଳି ମାରିବାକୁ ମିଳିଲା ନିର୍ଦ୍ଦେଶ - ଶ୍ରୀଲଙ୍କା ହିଂସା

ଶ୍ରୀଲଙ୍କାରେ ସାଙ୍ଘାତିକ ସ୍ଥିତି । ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ମିଳିଲା ନିର୍ଦ୍ଦେଶ । ଅଧିକ ପଢନ୍ତୁ

Sri Lanka Violence: ଶ୍ରୀଲଙ୍କାରେ ଲଙ୍କାକାଣ୍ଡ, ଦେଖିବା ମାତ୍ରେ ଗୁଳି ମାରିବାକୁ ମିଳିଲା ନିର୍ଦ୍ଦେଶ
Sri Lanka Violence: ଶ୍ରୀଲଙ୍କାରେ ଲଙ୍କାକାଣ୍ଡ, ଦେଖିବା ମାତ୍ରେ ଗୁଳି ମାରିବାକୁ ମିଳିଲା ନିର୍ଦ୍ଦେଶ

By

Published : May 11, 2022, 12:08 PM IST

କଲମ୍ବୋ:ଆର୍ଥିକ ସଙ୍କଟ ମଧ୍ୟରେ ଅଶାନ୍ତ ଶ୍ରୀଲଙ୍କା । ବିକ୍ଷୋଭର ବହ୍ନିରେ ଜଳୁଛି ସାରା ଦେଶ । କର୍ଫ୍ୟୁ ଏବଂ ଜରୁରୀ ପରିସ୍ଥିତି ଲାଗୁ ସତ୍ତ୍ବେ ଅଣାୟତ୍ତ ହୋଇପଡିଛି ସ୍ଥିତି । ସୋମବାର ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମଧ୍ୟ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ଉତ୍ୟକ୍ତ ଲୋକେ ରାଜନେତାମାନଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାଁନ୍ତି । ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡରେ ଏ ପର୍ଯ୍ୟନ୍ତ ଜଣେ ସାଂସଦଙ୍କ ସହ 8 ଜଣଙ୍କ ମୃତ୍ୟୁ ଘଟିଲାଣି । ତେଣୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପ୍ରତିରକ୍ଷା ବିଭାଗ । ଶ୍ରୀଲଙ୍କା ପ୍ରତିରକ୍ଷା ବିଭାଗ ହିଂସାକାଣ୍ଡ ଘଟାଉଥିବା ଲୋକଙ୍କୁ ଦେଖିବା ମାତ୍ରେ ଗୁଳି କରିବା ପାଇଁ(Shoot on Sight) ନିର୍ଦ୍ଦେଶ ଦେଇଛି ।

ଅନାହାର ମଧ୍ୟରେ ଆଉଟୁପାଉଟୁ ଶ୍ରୀଲଙ୍କାବାସୀ ରାଜନେତାମାନଙ୍କୁ ଟାର୍ଗେଟ କରୁଛନ୍ତି । ସେମାନେ ନେତା ଓ ସାଂସଦଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିବା ସଙ୍ଗେ ସଙ୍ଗେ ନିଆଁ ଲଗାଇ ଦେଉଛନ୍ତି । ସରକାର ବିରୋଧି ଆନ୍ଦୋଳନକାରୀ ଦେଶର ମୋରଟୁୱା ମେୟର ସମନ ଲାଲ ଫର୍ନାଣ୍ଡୋ(Saman Lal Fernando), ସାଂସଦ ସନାଥ ନିଶାନ୍ଥ(Sanath Nishantha), ରମେଶ ପଥିରାନା(Ramesh Pathirana), ମହିପାଲ ହେରଥ(Mahipala Herath), ଥିସା କୁଟିଆରିଚଚି(Thissa Kuttiarachchi) ଏବଂ ନିମଲ ଲନଜା(Nimal Lanza)ଙ୍କ ସରକାରୀ ବାସଭବନରେ ନିଆଁ ଲଗାଇଛନ୍ତି । କଲମ୍ବୋର ପଶ୍ଚିମାଞ୍ଚଳରେ ଆଜି କିଛି ବିକ୍ଷୋଭକାରୀ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିବାର ସୂଚନା ମିଳିଛି । ବରିଷ୍ଠ ଡିଆଇଜିଙ୍କ ଉପରେ ଏହି ଆକ୍ରମଣ ହୋଇଛି । ଉତ୍ୟକ୍ତ ଲୋକେ ତାଙ୍କ ଗାଡି ମଧ୍ୟ ପୋଡି ଦେଇଛନ୍ତି ।

ABOUT THE AUTHOR

...view details