ଓଡିଶା

odisha

By ETV Bharat Odisha Team

Published : Jan 14, 2024, 9:15 AM IST

ETV Bharat / international

ସିଙ୍ଗାପୁରର ସୁରକ୍ଷାବଳରେ ଭାରତୀୟଙ୍କୁ ମିଳିବ ନିଯୁକ୍ତି, APO ଭାବେ ଭର୍ତ୍ତି ପାଇଁ ବିଚାର

APO recruitment Singapore: ସିଙ୍ଗାପୁରର ସୁରକ୍ଷାବଳରେ ଭାରତୀୟଙ୍କୁ ମିଳିବ ନିଯୁକ୍ତି । ସିଙ୍ଗାପୁର ସରକାରଙ୍କ ମନ୍ତ୍ରୀ କେ. ଷଣମୁଗମ ଭାରତୀୟଙ୍କୁ ସହାୟକ ପୋଲିସ ଅଧିକାରୀ ଭାବେ ନିଯୁକ୍ତି ଦେବା ପାଇଁ ବିବୃତ୍ତି ଦେଇଛନ୍ତି । ଅଧିକ ପଢନ୍ତୁ

ସିଙ୍ଗାପୁରର ସୁରକ୍ଷାବଳରେ ଭାରତୀୟଙ୍କୁ ମିଳିବ ନିଯୁକ୍ତି
ସିଙ୍ଗାପୁରର ସୁରକ୍ଷାବଳରେ ଭାରତୀୟଙ୍କୁ ମିଳିବ ନିଯୁକ୍ତି

ସିଙ୍ଗାପୁର: ଏଣିକି ଭାରତୀୟମାନଙ୍କୁ ବିଦେଶରେ ମିଳିବ ନିଯୁକ୍ତି । ସିଙ୍ଗାପୁରର ସୁରକ୍ଷାବଳରେ ଭାରତୀୟଙ୍କୁ ନିଯୁକ୍ତି ମିଳିବ । ଭାରତୀୟ ବଂଶୋଦ୍ଭବ ତଥା ସିଙ୍ଗାପୁର ସରକାରଙ୍କ ମନ୍ତ୍ରୀ କେ. ଷଣମୁଗମ କହିଛନ୍ତି ଯେ, ସିଙ୍ଗାପୁର ଭାରତ, ଚୀନ, ଫିଲିପାଇନସ ଓ ମିଆଁମାର ଭଳି ଏସୀୟ ଦେଶଗୁଡିକର ନାଗରିକମାନଙ୍କୁ ସହାୟକ ପୋଲିସ ଅଧିକାରୀ (ଏପିଓ)ଭାବେ ନିଯୁକ୍ତି ପାଇଁ ବିଚାର କରୁଛି । ଚ୍ୟାନେଲ ନ୍ୟୁଜ ଏସିଆର ରିପୋର୍ଟ ମୁତାବକ ଗୃହ ଓ ଆଇନ ମାମଲାର ମନ୍ତ୍ରୀ ଷଣମୁଗମ ଜାତୀୟ ସଂସଦରେ କହିଥିଲେ ଯେ ତାଙ୍କ ମନ୍ତ୍ରଣାଳୟ ଅନ୍ୟ ଏସୀୟ ଦେଶମାନଙ୍କରୁ ଏପିଓ ନିଯୁକ୍ତି ସମ୍ପର୍କରେ ବିଚାର କରୁଛି ।

ସାଂସଦ ସିଲଭିଆ ଲିମଙ୍କ ଏକ ଲିଖିତ ସଂସଦୀୟ ପ୍ରତିକ୍ରିୟାରେ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ତାଇୱାନରୁ କାମରେ ରଖାଯାଉଥିବା ଏପିଓଙ୍କ ସଂଖ୍ୟା ୨୦୧୭ରେ ଅଭ୍ୟାସ ଆରମ୍ଭ ହେବା ପରେ ହ୍ରାସ ପାଇବାରେ ଲାଗିଛି । ଦେଶର ସୁରକ୍ଷା ପ୍ରତି ବଢୁଥିବା ବିପଦ ଆଶଙ୍କାରେ ତଥା ଚାଙ୍ଗୀ ବିମାନ ବନ୍ଦର ଟର୍ମିନାଲ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନର ସୁରକ୍ଷା ପାଇଁ ଏପିଓର ଆବଶ୍ୟକତା ଆଡକୁ ଇଙ୍ଗିତ କରିଛନ୍ତି । ଏଥିପାଇଁ ଆମକୁ ଏପିଓ ନିଯୁକ୍ତି ପାଇଁ ଅନୁମତି ଦେବାର ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢନ୍ତୁ...ହାଉତି ଠିକଣାରେ ଆମେରିକା ଷ୍ଟ୍ରାଇକ୍ ଜାରି, ୟେମେନରେ ୨୮ ଟାର୍ଗେଟରେ ମିସାଇଲ ମାଡ଼

ସ୍ଥାନୀୟ କର୍ମବଳର ଅଭାବ ତଥା ଶାରୀରିକ ଫିଟନେସ ଭଳି ଆବଶ୍ୟକତା ଓ ସିଙ୍ଗାପୁର ବାସୀଙ୍କ ନିକଟରେ ଥିବା ବୃତ୍ତିର ବହୁବିଧ ବିକଳ୍ପ ଥିବା ହେତୁ ଏପିଓରେ ପୂର୍ଣ୍ଣ କ୍ଷମତାରେ ନିଯୁକ୍ତି ଦିଗରେ ବାଧକ ସାଜିଛି । ଗତ ବର୍ଷ ନଭେମ୍ବର ଶେଷ ବେଳକୁ ଏପିଓରେ ୬୮% ସିଙ୍ଗାପୁରବାସୀ ଓ ବଳକା ୩୨% ମାଲେସୀୟ ଓ ତାଇୱାନର ନାଗରିକ ଥିଲେ ।

ଏପିଓମାନଙ୍କୁ ଆଧୁନିକ ଅସ୍ତ୍ରଶସ୍ତ୍ର ଚଲାଇବା ଓ ଆତଙ୍କବାଦ ନିରୋଧ ଭଳି କ୍ଷେତ୍ର ପାଇଁ ପ୍ରଶିକ୍ଷିତ କରାଯାଇଥାଏ । ସେମାନଙ୍କୁ ଦେଶର ପ୍ରମୁଖ ପ୍ରତିଷ୍ଠାନ ଏବଂ ବାଣିଜ୍ୟିକ କେନ୍ଦ୍ରର ସୁରକ୍ଷା ଦାୟିତ୍ବ ସହିତ ଘରୋଇ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତ କରାଯାଏ । ଏହାଛଡା ସେମାନଙ୍କୁ ଡ୍ୟୁଟି ସମୟରେ ଅପରାଧୀମାନଙ୍କ ସନ୍ଧାନ କରିବା ଓ ଗିରଫ କରିବା ଭଳି ପୋଲିସର କ୍ଷମତା ପ୍ରଦାନ କରାଯାଇଥାଏ । ଅଣ-ସିଙ୍ଗାପୁର ବ୍ୟକ୍ତିମାନଙ୍କ ବନ୍ଧୁକ ରଖିବାର ବିପଦକୁ ନେଇ ମନ୍ତ୍ରୀ ନିଜ ବିବୃତ୍ତିରେ କହିଛନ୍ତି ଯେ, ଏପରି କ୍ଷେତ୍ରରେ ଏପିଓମାନଙ୍କ ସୁରକ୍ଷା ଯାଞ୍ଚ, ପ୍ରଶିକ୍ଷଣ ଓ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଏହାର ସମାଧାନ ସମ୍ଭବ ଏବଂ ସେମାନଙ୍କ ବନ୍ଧୁକର ଦୁରୁପଯୋଗ ସମ୍ପର୍କିତ ମାମଲା ଅତ୍ୟନ୍ତ ବିରଳ ଅଟେ ।

ABOUT THE AUTHOR

...view details