କାଠମାଣ୍ଡୁ : ନଦୀକୁ ଖସି ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହି ବସ୍ । ନେପାଳରେ ଏଭଳି ଏକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 8ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଥିବା ସୂଚନା ମିଳିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ପାଲିସ ସୂଚନା ଦେଇଛି ।
ସୂଚନାଯୋଗ୍ୟ ଆଜି (ବୁଧବାର) ନେପାଳରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହି ବସ୍ ନେପାଳର ପୋଖନରାଠାରୁ ରାଜଧାନୀ କାଠମାଣ୍ଡୁ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଯାତ୍ରୀବାହି ବସ୍ଟି ଭାରସାମ୍ୟ ହରାଇ ଧାଡିଙ୍ଗି ଜିଲ୍ଲାର ଚାଲିସେ ଠାରେ ତ୍ରୀସୁଲି ନଦୀକୁ ଖସି ପଡିଥିଲା । ସଙ୍ଗେସେଙ୍ଗେ ଉଦ୍ଧାରକାରୀ ଦଳ ଦୁର୍ଘଟଣା ସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ଏହି ଦୁର୍ଘଟଣାକୁ ନେଇ ଡିଏସ୍ପି ସାନ୍ତୁଲାଲ ପ୍ରସାଦ ଜୈଶ୍ବର କହିଛନ୍ତି ବର୍ତ୍ତମାନ ସୁଧା ୮ ଜଣଙ୍କ ମୃତଦେହ ଦଦ୍ଧାର ହୋଇଥିବା ବେଳେ 15 ଜଣ ଗୁରୁତର ଅଛନ୍ତି । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଆଗକୁ ମୃତ୍ୟୁସଂଖ୍ୟା ବଢିପରେ ବୋଲି ସୂଚନା ଦେଇଛନ୍ତି । ଦୁର୍ଘଟଣା ପରେ ତ୍ରିସୁଲି ନଦୀରେ ବସ୍ଟି ପାଣିରେ ବୁଡିଯାଇଥିବା ପୋଲିସ ଅଧିକାରୀ କହିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳ ସ୍ତର ଅଧିକ ଅଛି । ଉଦ୍ଧାରକାରୀ ଦଳ ବହୁ ଯାତ୍ରୀଙ୍କୁ ବସରୁ ସୁରକ୍ଷିତ ଅବସ୍ଥାରେ ବାହାର କରିବାରେ ସକ୍ଷମ ହୋଇଥିଲେ । ଅନ୍ୟ କିଛିଙ୍କୁ ଖୋଜିବା ପାଇଁ ଦଦ୍ଧାରକାରୀ ଦଳ ପ୍ରୟାସ ଜାରି ରଖିଛନ୍ତି । ଲଗାତାର ବର୍ଷା ଯୋଗୁଁ ନଦୀ ଫୁଲି ଯାଇଛି ଯାହାଫଳରେ ଉଦ୍ଧାରକାର୍ଯ୍ଯ ବାଧାପ୍ରାପ୍ତ ହେଉଛି ।