ଓଡିଶା

odisha

ETV Bharat / international

ଚୀନର କପଡା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, 38 ମୃତ

ଚୀନର ଏୱୟାଙ୍ଗ ସହରରେ ଭୟାବହ ଅଗ୍ନିକାଣ୍ଡ । ଏକ କପଡା କାରଖାନାରେ ନିଆଁ ଲାଗିବା ଯୋଗୁଁ 38 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

several killed in china plant fire
ଚୀନର କପଡା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, 38 ମୃତ

By

Published : Nov 23, 2022, 7:38 AM IST

ବେଜିଂ:ଚୀନର ଏକ କପଡା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । କେନ୍ଦ୍ରୀୟ ଚୀନ ସ୍ଥିତ ହେନାନ ପ୍ରଦେଶ ଅନ୍ତର୍ଗତ ଏୱୟାଙ୍ଗ ସହରର ୱେନଫେଙ୍ଗ ଠାରେ ଥିବା ଏକ କପଡା କାରଖାନାରେ ନିଆଁ ଲାଗିବା ଯୋଗୁଁ ପ୍ରାୟ 38 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ 4 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଲାଗିଥିବା ସ୍ଥାନୀୟ ରିପୋର୍ଟରୁ ଜଣାପଡ଼ିଛି ।

ସୋମବାର ଅପରାହ୍ନ 4ଟା 22 ସମୟରେ ଏକ କପଡା ଉତ୍ପାଦନକାରୀ କାରଖାନାରେ ନିଆଁ ଲାଗିଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ରାତି ପ୍ରାୟ 11ଟାରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଉଦ୍ଧାରକାର୍ଯ୍ୟରେ 63ଟି ଗାଡ଼ି ଏବଂ 240 ଅଗ୍ନିଶମ ବାହିନୀଙ୍କ ସମେତ ଅନ୍ୟ ଉଦ୍ଧାରକାରୀ ମୁତୟନ ହୋଇଥିଲେ । ଏହି ଅଗ୍ନିକାଣ୍ଡରେ ପ୍ରାୟ 38 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କପଡା କାରଖାନାର ଅବହେଳା ଯୋଗୁଁ ଏଭଳି ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Indonesia Earthquake: ଭୟଙ୍କର ଭୂମିକମ୍ପରେ ୧୬୨ ମୃତ, ଶତାଧିକ ଆହତ

ୱେଲ୍ଡିଂ କାରଣରୁ କାରଖାନାରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଆହତମାନଙ୍କୁ ଉତ୍ତମ ଚିକିତ୍ସା ଏବଂ ଅଗ୍ନିକାଣ୍ଡରେ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ଏହି ଘଟଣା ନେଇ ତଦନ୍ତ ଜାରି ରଖିଥିବାବେଳେ କିଛି ଜଣଙ୍କୁ ଅଟକ ରଖିଛି । ସୂଚନା ଥାଉକି, ଅଗଷ୍ଟ 2015ରେ ତିଆଞ୍ଜିନ ବନ୍ଦରର ଏକ ଗୋଦାମରେ ବିସ୍ଫୋରଣ ଘଟି 170ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିଲା । ଏଥିରେ 700 ଜଣ ଆହତ ହୋଇଥିଲେ ।

ABOUT THE AUTHOR

...view details