ଓଡିଶା

odisha

ETV Bharat / international

ଚକା ଫାଟିବାରୁ ଭାରସାମ୍ୟ ହରାଇ ଓଲଟିଲା ବସ, 14 ମୃତ 46 ଆହତ

ଲାହୋର-ଇସଲାମାବାଦ ମୋଟରୱେରେ ଭାରସାମ୍ୟ ହରାଇ ଓଲଟିଲା ବସ। 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 46 ଜଣ ଆହତ। ଅଧିକ ପଢନ୍ତୁ

bus overturns on Lahore Islamabad
bus overturns on Lahore Islamabad

By

Published : Feb 20, 2023, 2:24 PM IST

ଇସଲାମବାଦ: ପାକିସ୍ତାନରେ ଭୟଙ୍କର ସଡକ ଦୁର୍ଘଟଣା । ବାହାଘରରେ ଯୋଗ ଦେଇ ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟିଲା ବସ । ମହିଳା ଓ ଶିଶୁଙ୍କ ସମେତ ମୋଟ 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 46 ଜଣ ଆହତ ହୋଇଥିବା ସୂଚନା ମିଳିଛି । କାଲାର କାହାର ନିକଟ ଲାହୋର-ଇସଲାମବାଦ ମୋଟରୱେରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଗତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଯାତ୍ରୀଙ୍କୁ ନେଇ ବସଟି ବାହାଘରରୁ ଫେରୁଥିବା ବେଳେ ହଠାତ ଟାୟାର ଫାଟିଯାଇଥିଲା । ଫଳରେ ଭାରସାମ୍ୟ ହରାଇ ପ୍ରଥମେ ଦୁଇଟି କାର ଓ ପରେ ଏକ ଟ୍ରକକୁ ଧକ୍କା ଦେଇଥିଲା ବସ । ଏହାପରେ ବସଟି ରାସ୍ତା କଡକୁ ଓଲଟି ପଡିବାରୁ 14 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ଓ 46 ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ 13 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତକୁ ରାୱଲପିଣ୍ଡି ଏବଂ ଇସଲାମବାଦ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ''ଡ୍ରାଇଭରର ଅବହେଳା କାରଣରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଏନେଇ ତଦନ୍ତ ଜାରି ରହିଛି ।'' ଏହି ଦୁର୍ଘଟଣା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଦୁଃଖପ୍ରକାଶ କରିଛନ୍ତି । ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମବେଦନା ଜଣାଇଛନ୍ତି । ଏଥିସହ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

30 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 15ଜଣ ଆହତ ହୋଇଥିବା ସୂଚନା । ମଙ୍ଗଳବାର ଦିନ ଖୋଇସ୍ଥାନ ଜିଲ୍ଲାର ଖୈବର ପଖତୁନଖ୍ବାରରେ ଘଟିଛି ଏଭଳି ଭୟଙ୍କର ଦୁର୍ଘଟଣା । ଏନେଇ ସ୍ଥାନୀୟ ଗଣମାଧ୍ୟମ ତରଫରୁ ସୂଚନା ଦିଆଯାଇଛି । ଯାତ୍ରୀବାହୀ ବସଟି ଗିଲଗିଟରୁ ରାଓ୍ବଲ ପିଣ୍ଡି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ପରେ ଭାରସାମ୍ୟ ହରାଇ ଉଭୟେ ଖାଇକୁ ଖସି ପଡିଥିଲେ ।

କିଛିଦିନ ପୂର୍ବେ ପାକିସ୍ତାନ କରାଚୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଅଚାନକ ଗୁଳିମାଡ଼ ହୋଇଥିବାରୁ ୩ଜଣ ପୋଲିସ କର୍ମୀ ଆହତ ହୋଇଥିଲେ । କ୍ୟାପିଟାଲ ସିଟି ପୋଲିସ ଅଫିସ (CCPO)ରେ ଗୁଳିମାଡ଼ ଓ ବୋମା ବିସ୍ଫୋରଣ ହେଉଥିବା ନେଇ ସୂଚନା ମିଳିଥିଲା । ପ୍ରାୟ ୧୨ଜଣ ଆକ୍ରମଣକାରୀ ପୋଲିସ ୟୁନିଫର୍ମରେ ପ୍ରବେଶ କରି ଗୁଳିମାଡ଼ କରିଥିଲେ । ଏକ ଆତଙ୍କବାଦୀ ଗୋଷ୍ଠୀ ବନ୍ଧୁକ ସହିତ ଗ୍ରିନେଡ ଧରି ପ୍ରଥମେ କରାଚୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିଥିବା ସ୍ଥାନୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଥିଲା ।

ABOUT THE AUTHOR

...view details