କଲମ୍ବୋ: ଗୁରୁତର ଆର୍ଥିକ ସଙ୍କଟ ଭତିରେ ଜଳୁଛି ଶ୍ରୀଲଙ୍କା । ଖାଦ୍ୟାଭାବକୁ ନେଇ ସାରା ଦେଶରେ ବିକ୍ଷୋଭ ତୀବ୍ର ହେଉଛି । ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରିବା ସହ ଭଙ୍ଗାରୁଜା କରିଛନ୍ତି । ଏହାକୁ ନେଇ ଶାସକ ଦଳର ସଦସ୍ୟ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଇସ୍ତଫା ପରେ ତାଙ୍କ ସମର୍ଥକମାନେ ଭୀଷଣ ହିଂସାକାଣ୍ଡ ଘଟାଇଛନ୍ତି ।
ସଂଘର୍ଷରେ ଶାସକ ଦଳର ଅମରକୀର୍ତ୍ତି ଅତୁକୋରୋଲା (Amarakeerthi Athukorala) ନାମକ ସାଂସଦଙ୍କ ସମେତ 5 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଶହ ଶହ ଲୋକ ଆହତ ମଧ୍ୟ ହୋଇଥିବାର ସୂଚନା ମିଳିଛି । ଦେଶରେ ଜରୁରୀ ପରିସ୍ଥିତି ଓ କର୍ଫ୍ୟୁ ଲାଗୁ ହୋଇଥିବା ସତ୍ତ୍ବେ ସ୍ଥିତି ଅଣାୟତ ହୋଇପଡିଛି । ସଂଘର୍ଷ ସମୟରେ ଗୁଳିମାଡ ଯୋଗୁଁ ସମ୍ପୃକ୍ତ ସାଂସଦଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।