ଓଡିଶା

odisha

ETV Bharat / international

Orthodox Christmas: ଦୁଇ ଦିନ ବନ୍ଦ ହେବ ଋଷ-ୟୁକ୍ରେନ୍ ଯୁଦ୍ଧ, ନିର୍ଦ୍ଦେଶ ଦେଲେ ପୁଟିନ

ଦୁଇ ଦିନ ପାଇଁ ଯୁଦ୍ଧ ବିରତି ନିର୍ଦ୍ଦେଶ ଦେଲେ ପୁଟିନ । ଜାନୁଆରୀ 6 ଓ 7 ତାରିଖ ଆକ୍ରମଣ ବନ୍ଦ ରଖିବ ଋଷ ସେନା । ଅଧିକ ପଢନ୍ତୁ

Orthodox Christmas: ଦୁଇ ଦିନ ପାଇଁ ଯୁଦ୍ଧ ବିରତି ନିର୍ଦ୍ଦେଶ ଦେଲେ ପୁଟିନ
Orthodox Christmas: ଦୁଇ ଦିନ ପାଇଁ ଯୁଦ୍ଧ ବିରତି ନିର୍ଦ୍ଦେଶ ଦେଲେ ପୁଟିନ

By

Published : Jan 5, 2023, 10:51 PM IST

ହାଇଦ୍ରାବାଦ:2 ଦିନ ପାଇଁ ବନ୍ଦ ରହିବ ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ । ଯେକୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରଖିବା ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଋଷ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥଡକ୍ସ ଖ୍ରୀଷ୍ଟମାସ (Orthodox Christmas) ଜାନୁଆରୀ 6 ଓ 7 ତାରିଖ ପାଇଁ ଏହି ଯୁଦ୍ଧ ବିରତି ଘୋଷଣା କରିଛି ଋଷ ।

ଋଷର କିଛି ଆଧ୍ୟାତ୍ମିକ ନେତା ସରକାରଙ୍କୁ ଏହି ଦୁଇ ଦିନ ୟୁକ୍ରେନ ବିରୋଧରେ ଜାରି ରହିଥିବା ସମାରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରଖିବା ପାଇଁ ନିବେଦନ କରିଥିଲେ । ଯାହାକୁ ରାଷ୍ଟ୍ରପତି ପୁଟିନ କାର୍ଯ୍ୟକାରୀ କରିବା ସହ ଦୁଇ ଦିନିଆ ଯୁଦ୍ଧ ବିରତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅର୍ଥଡକ୍ସ ଖ୍ରୀଷ୍ଟମାସକୁ ଋଷ ଓ ୟୁକ୍ରେନ ଉଭୟ ପାଳନ କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details