ଓ୍ବାଂଶିଟନ:ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟରେ ଗଭୀର ଭାବେ ପ୍ରଭାବିତ ହୋଇଛି ବାଂଲାଦେଶ । ରୋହିଙ୍ଗ୍ୟା ଅନୁପ୍ରବେଶକାରୀ ଓ ଶରଣାର୍ଥୀ ସଙ୍କଟ କାରଣରୁ ବାଂଲାଦେଶର ଅର୍ଥନୀତି ଓ ପରିବେଶ ଗଭୀର ଭାବେ ପ୍ରଭାବିତ ହେବାରେ ଲାଗିଛି (Rohingyas serious ramifications in bangladesh)। ଏପରିକି ଦେଶର ସାମାଜିକ ଓ ରାଜନୈତିକ ସ୍ଥିତି ଓ ସ୍ଥିରତା ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଥିବା କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ଆଜି ଜାତିସଂଘର ସାଧାରଣ ସଭାକୁ (bangladesh pm sheikh hasina says at unga) ସମ୍ବୋଧିତ କରିବା ଅବସରରେ ସେ ବିଶ୍ବ ସମୂଦାୟ ଆଗରେ ଏହି ପ୍ରସଙ୍ଗ ଉଠାଇବା ସହ ମିଳିତ ଜାତିସଂଘ ଏହାର ସମାଧାନ ଦିଗରେ କିଛି ବିକଳ୍ପ ଚିନ୍ତାକରୁ ବୋଲି ମଧ୍ୟ କହିଛନ୍ତି ।
ଜାତିସଂଘ ସାଧାରଣ ସଭାର (UNGA) 77ତମ ଅଧିବେଶନକୁ ସମ୍ବୋଧିତ କରି ହସିନା କହିଛନ୍ତି, ‘‘ରୋହିଙ୍ଗ୍ୟା ସଙ୍କଟ ଦେଶର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରି ସାରିଲାଣି । କେବଳ ପରିବେଶ କିମ୍ବା ଆର୍ଥିକ ନୁହେଁ ବରଂ ଦେଶର ସାମାଜିକ ଓ ରାଜନୈତିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଛି । ଏହି ଅବୈଧ ଅନୁପ୍ରବେଶ ସୀମାପାର ଅପରାଧ, ଆତଙ୍କବାଦ, ସୀମାପାର ନିଶା କାରବାର ଓ ସଂଗଠିତ ଅପରାଧ ପରି ସଙ୍କଟକୁ ଜନ୍ମ ଦେବାରେ ଲାଗିଛି । ଯାହା ବାଂଲାଦେଶ ସ୍ଥିରତାକୁ ଗଭୀର ଭାବେ ପ୍ରଭାବିତ କରିବା ଆରମ୍ଭ କରିସାରିଲାଣି । ଯଦି ଏପରି ଧାରା ଲାଗି ରହେ, ତେବେ ଏହା ବାଂଲାଦେଶର ସୁରକ୍ଷା ପ୍ରତି ସାଙ୍ଘାତିକ ସମସ୍ୟା ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ଥିବା’’ ସେ ତାଙ୍କ ସମ୍ବୋଧନରେ ଉଲ୍ଲେଖ କରିଛନ୍ତି ।