ଓଡିଶା

odisha

ETV Bharat / international

ପୁଟିନଙ୍କ ଚେତବନୀ, କହିଲେ NATO ଋଷ ସହ ଯୁଦ୍ଧ କଲେ ପରିଣାମ ଭୋଗିବ ବିଶ୍ୱ - ଯୁଦ୍ଧ ହେଲେ ବିଶ୍ବ ପାଇଁ ଆଣିବ ବିପର୍ଯ୍ୟୟ

ୟୁକ୍ରେନ୍‌ ଉପରେ ଗତ ୮ ମାସ ହେଲା ରଷ୍‌ର ଆକ୍ରମଣ ଜାରି ରହିଛି । ପୁଟିନ୍‌ ଏକ ଭିଡିଓ ପ୍ରେସ୍‌ ବାର୍ତ୍ତା ଜାରି କରିଛନ୍ତି । ନାଟୋ ସହ ସିଧାସଳଖ ଯୁଦ୍ଧ ହେଲେ ବିଶ୍ବ ପାଇଁ ବିପର୍ଯ୍ୟୟ ହେବ ବୋଲି ସେ କହିଛନ୍ତି (Puting slightly soften for Ukraine)। ଅଧିକ ପଢ଼ନ୍ତୁ

Putin said any direct clash of NATO troops with Russia would lead to a global catastrophe
ନାଟୋକୁ ନେଇ ପୁଟିନଙ୍କ ଚେତବନୀ, କହିଲେ ଯୁଦ୍ଧ ହେଲେ ବିଶ୍ବ ପାଇଁ ଆଣିବ ବିପର୍ଯ୍ୟୟ

By

Published : Oct 14, 2022, 9:12 PM IST

ନୂଆଦିଲ୍ଲୀ:ୟୁକ୍ରେନ୍‌ ଉପରେ ଗତ ୮ ମାସ ହେଲା ଋଷ୍‌ର ଆକ୍ରମଣ ଜାରି ରହିଛି । ୟୁକ୍ରେନ୍‌ ଉପରେ ଆକ୍ରମଣକୁ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସବୁବେଳେ କଠୋର ଆଭିମୁଖ୍ୟ ରହି ଆସିଛି । ଆଜି ପୁଣି ୟୁକ୍ରେନ୍‌ ଉପରେ ଆକ୍ରମଣକୁ ନେଇ ପୁଟିନ୍‌ ଏକ ଭିଡିଓ ପ୍ରେସ୍‌ ବାର୍ତ୍ତା ଜାରି କରିଛନ୍ତି । ଆଜିର ବାର୍ତ୍ତାରେ ୟୁକ୍ରେନ୍‌କୁ ନେଇ ସାମାନ୍ୟ ନରମ ଶବ୍ଦର ବ୍ୟବହାର କରିଥିବା ବେଳେ ନାଟୋକୁ ନେଇ କଠୋର ରହିଛନ୍ତି । ନାଟୋ ସହ ସିଧାସଳଖ ଯୁଦ୍ଧ ହେଲେ ବିଶ୍ବ ପାଇଁ ବିପର୍ଯ୍ୟୟ ହେବ ବୋଲି ସେ କହିଛନ୍ତି ।

ବର୍ତ୍ତମାନ ୟୁକ୍ରେନ୍‌ ଉପରେ କୌଣସି ବଡ଼ ମିସାଇଲ ଆକ୍ରମଣ କରିବ ନାହିଁ ଋଷ (Puting slightly soften for Ukraine)। ଯେଉଁ ସବୁ ବଡ଼ସ୍ଥାନକୁ ଟାର୍ଗେଟରେ ରହିଥିଲା, ସେହି ସବୁ ସ୍ଥାନରେ ଆକ୍ରମଣ ହୋଇ ସାରିଛି । କ୍ରେମଲିନ ଅଞ୍ଚଳକୁ ନିଜ ପାଖରେ ରଖିବା ସହ ୟୁକ୍ରେନ୍‌ ସହ ଆଲୋଚନା କରିବାକୁ ନେଇ ପରୋକ୍ଷ ଭାବରେ କହିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଶାନ୍ତି ବଜାୟ ରଖିବା ସହ ୟୁକ୍ରେନ ଯଦି ଆଲୋଚନା କରିବାକୁ ଚାହିଁବ ତେବେ ଋଷ୍‌ ମଧ୍ୟ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପୁଟିନ ।

ଗତ ୮ ମାସ ହେଲା ୟୁକ୍ରେନ୍‌ ଉପରେ ଋଷ୍‌ର ଘନଘନ ଆକ୍ରମଣ ଜାରି ରହିଛି । ୟୁକ୍ରେନ ସେନାକୁ ବାରମ୍ବାର ପରାଜୟବରଣ କରିବାକୁ ପଡ଼ିଛି । ତେବେ କ୍ରିମିଆକୁ ହାତେଇବାକୁ ଯାଇ ଋଷ୍‌ର ଏକ ଗୁରୁତ୍ବପୂର୍ଣ୍ଣ ବ୍ରିଜ୍‌କୁ ନଷ୍ଟ କରିଛି ୟୁକ୍ରେନ୍‌ ବୋଲି କହିଛନ୍ତି ପୁଟିନ ।

ଆଜି ପ୍ରେସ୍‌ ବାର୍ତ୍ତା ଜାରି କରି ପୁଟିନ୍‌ କହିଛନ୍ତି, "କ୍ରେମଲିନ୍‌କୁ ହାତରେ ରଖି ଋଷ୍‌ ଯେକୌଣସି ଆଲୋଚନା ପାଇଁ ପ୍ରସ୍ତୁତ ଅଛି । ଅନ୍ତର୍ଜାତୀୟ ଶାନ୍ତିରେ ସହଭାଗୀ ହେବାକୁ ଯଦି ୟୁକ୍ରେନ୍‌ ଏଥିପାଇଁ ଇଚ୍ଛା ପ୍ରକାଶ କରେ ତେବେ ଆମେ ସ୍ବାଗତ କରିବାକୁ । ଗତ ଫେବ୍ରୁଆରୀ ୨୪ ତାରିଖରେ କିଭ୍‌ରେ ସବୁଠାରୁ ବଡ଼ ମିସାଇଲ ଆକ୍ରମଣ ହୋଇଥିଲା । ବର୍ତ୍ତମାନ କୌଣସି ବଡ଼ ମିସାଇଲ ଆକ୍ରମଣର ଆବଶ୍ୟକତା ନାହିଁ । ଆମେ ୟୁକ୍ରେନ୍‌କୁ ନଷ୍ଟ କରିବାକୁ ଚାହୁଁନାହୁଁ । କେବେ ବି ନୁହେଁ । କିନ୍ତୁ ନାଟୋ ସହ ଯଦି ଯୁଦ୍ଧ ହୁଏ ସାରା ବିଶ୍ବ ଏକ ବିପର୍ଯ୍ୟୟ ଦେଖିବ ।"

ABOUT THE AUTHOR

...view details