ଓଡିଶା

odisha

ETV Bharat / international

Brazil Riots: ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକଙ୍କ ହଙ୍ଗମା, ସଂସଦ-ସୁପ୍ରିମକୋର୍ଟରେ ଧସେଇ ପଶିଲେ

ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସୁଲଭାଙ୍କୁ ବିରୋଧ । ରବିବାର ଦିନ ରାଷ୍ଟ୍ରପତି ଭବନ, କଂଗ୍ରେସ ଭବନ ଏବଂ ସୁପ୍ରିମ କୋର୍ଟକୁ ଧସେଇ ପଶିଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କ ୩ ହଜାର ସମର୍ଥକ । ଅଧିକ ପଢନ୍ତୁ

Pro-Bolsonaro rioters storm Brazil
Pro-Bolsonaro rioters storm Brazil

By

Published : Jan 9, 2023, 10:40 AM IST

Updated : Jan 9, 2023, 10:54 AM IST

ବ୍ରାସିଲିଆ: ବ୍ରାଜିଲରେ ହଙ୍ଗାମା । ବ୍ରାଜିଲର ରାଷ୍ଟ୍ରପତି ଭବନ, କଂଗ୍ରେସ ଭବନ ଏବଂ ସୁପ୍ରିମ କୋର୍ଟକୁ ଧସେଇ ପଶିଲେ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ(Former Brazilian President Jair Bolsonaro) ସମର୍ଥକ । ରବିବାର ଜାୟରଙ୍କ ୩ହଜାର ସମର୍ଥକ ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ନେଇ ସୂଚନା ରହିଛି । ଫାଶୀବାଦ ଆକ୍ରମଣ କହି ଲୁଲା ଡା ସୁଲଭା ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏହାସହ ପ୍ରତିବାଦକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ନିକଟରେ ହୋଇଥିବା ନିର୍ବାଚନରେ ଲୁଲା ଡା ସୁଲଭା(President Luiz Inacio Lula da Silva) ଜାୟର ବୋଲସନାରୋଙ୍କୁ ପରାସ୍ତ କରି ରାଷ୍ଟ୍ରପତି ହୋଇଥିଲେ । ଦୁହିଁଙ୍କ ଭୋଟ ମଧ୍ୟରେ ଅତି ସ୍ବଳ୍ପ ବ୍ୟବଧାନ ରହିଥିଲା । ଯାହାକୁ ଗ୍ରହଣ କରିପାରିନଥିଲେ ଜାୟର ବୋଲସନାରୋଙ୍କ ସମର୍ଥକ । ସେହିଦିନ ଠାରୁ ରାଜନୈତିକ ଅସ୍ଥିରତା ଲାଗି ରହିଥିବା ବେଳେ ଗତକାଲି ଏଭଳି କାଣ୍ଡ ଘଟାଇଛନ୍ତି ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ ।

ଧସେଇ ପଶିବା ସମୟର ଭିଡିଓ ସ୍ଥାନୀୟ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି । ହଳଦିଆ ଏବଂ ସବୁଜ ପୋଷାକ ପରିଧାନ କରିବା ସହ ପତାକା ଧରି ପ୍ରତିବାଦକାରୀମାନେ ହଙ୍ଗାମା କରିଥିଲେ । ପ୍ରତିବାଦକାରୀମାନେ କବାଟ, ଝରକା ଭାଙ୍ଗି ଧସେଇ ପଶିବା ସହ ବ୍ୟାପକ ଭଙ୍ଗାରୁଜା କରୁଥିବା ନେଇ ଭିଡିଓରେ ଦେଖାଦେଇଛି । ପୋଲିସ ପ୍ରତିବାଦ କରିବା ସତ୍ତ୍ବେ ମଧ୍ୟ ପରିସ୍ଥିତିରେ ସୁଧାର ଆସିନଥିଲା । ଶେଷରେ ପୋଲିସ ବାଧ୍ୟ ହୋଇ ଲହାବୁହ ଗ୍ୟାସ ପ୍ରୟୋଗ କରିଥିଲା ।

ଏହା ମଧ୍ୟ ପଢନ୍ତୁ: Cold Wave: ହାଡଭଙ୍ଗା ଶୀତରେ ଥରୁଛି ଉତ୍ତର ଭାରତ, କଲବଲ କରୁଛି ଘନ କୁହୁଡି

ଏହି ଘଟଣାକୁ ନେଇ ପ୍ରଧନମନ୍ତ୍ରୀ ମୋଦି(Prime Minister Narendra Modi) ଟ୍ବିଟକରି କହିଛନ୍ତି, "ବ୍ରାଜିଲରେ ହଙ୍ଗାମା ଘଟଣାକୁ ନେଇ ମୁଁ ଚିନ୍ତିତ । ଗଣତାନ୍ତ୍ରିକ ପରମ୍ପରାକୁ ନେଇ ଆମେ ସମ୍ମାନ ଦେବା ଜରୁରୀ । ବ୍ରାଜିଲ କର୍ତ୍ତୃପକ୍ଷଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି ।"

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ(United States President Joe Biden) ଏହି ଘଟଣାକୁ ବିରୋଧ କରି ଟ୍ବିଟକରି କହିଛନ୍ତି, " ଶାନ୍ତିର ସହ କ୍ଷମତା ହସ୍ତାନ୍ତର ହେବା ଉଚିତ । ଆମେ ବ୍ରାଜିଲ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ କରୁଛୁ ଏବଂ ତାଙ୍କ ସହ କାମ କରିବା ପାଇଁ ଇଚ୍ଛୁକ । "

ତେବେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ(United Nations Secretary-General Antonio Guterres) ମଧ୍ୟ ଟ୍ବିଟକରି କହିଛନ୍ତି, " ବ୍ରାଜିଲ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ବ୍ରାଜିଲରେ ହୋଇଥିବା ଏହି ଘଟଣାକୁ ମୁଁ ଦୃଢ ନିନ୍ଦା କରୁଛି । ରାଜିଲର ଲୋକ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ ଦେବା ଆବଶ୍ୟକ । " ଅନ୍ୟପଟେ ଜାୟର ବୋଲସନାରୋ ମଧ୍ୟ ଏହି ଘଟଣାକୁ ବିରୋଧ କରିଛନ୍ତି । ଏଥିରେ ତାଙ୍କର କୌଣସି ଭୂମିକା ନଥିବା କଥା ସେ କହିଛନ୍ତି ।

ପ୍ରକାଶଥାଉ କି, ଜାନୁଆରୀ 1ରେ ଶପଥ ନେଇଥିଲେ ଲୁଲା ଡା ସୁଲଭା । 98 ପ୍ରତିଶତରୁ ଉର୍ଦ୍ଧ୍ବ ଭୋଟର ତାଙ୍କ ସପକ୍ଷରେ ମତଦାନ ସାବ୍ୟସ୍ତ କରିଥିଲେ । ଲୁଲାଙ୍କ ସପକ୍ଷରେ 50.83 ପ୍ରତିଶତ ଭୋଟ ପଡିଥିଲା । ଜୈର ବୋଲସୋନାରୋଙ୍କୁ 49.17 ପ୍ରତିଶତ ଭୋଟ ମିଳିଥିଲା । ବୋଲସୋନାରୋଙ୍କୁ ପାଖାପାଖି 21 ଲକ୍ଷ 39 ହଜାର ଭୋଟରେ ପରାସ୍ତ କରିଥିଲେ ଲୁଲା ।

Last Updated : Jan 9, 2023, 10:54 AM IST

ABOUT THE AUTHOR

...view details