ନୂଆଦିଲ୍ଲୀ: ବାଂଲାଦେଶରେ ଆଗାମୀ ଜାନୁଆରୀ ୭ ତାରିଖକୁ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିପାଇଁ ପୂରା ବାଂଲାଦେଶରେ ୧.୮୯ ଲକ୍ଷରୁ ଉର୍ଧ୍ବ ପୋଲିସ କର୍ମୀ ନିୟୋଜିତ ହୋଇଛନ୍ତି । ପୂର୍ବରୁ ବିପକ୍ଷ ଦଳ ବାଂଲାଦେଶ ନେସନାଲ ପାର୍ଟି (ବିଏନପି) ନିର୍ବାଚନକୁ ବହିଷ୍କାର କଥା କହିଥିବା ବେଳେ ଆଗାମୀ ନିର୍ବାଚନକୁ ସ୍ବତନ୍ତ୍ର , ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ରୂପେ କରିବା ପାଇଁ ପୋଲିସ କର୍ମୀ ମାନଙ୍କୁ ମୁତୟନ କରାଯାଇଛି । ଏକ ମିଡିଆ ରିପୋର୍ଟ ଅନୁସାରେ ବର୍ତମାନ ବାଙ୍ଗଲାଦେଶରେ ପୋଲିସ ବଳରେ ସିଭିଲ ଷ୍ଟାଫଙ୍କ ସହିତ ପ୍ରାୟ ୨.୧୩ ଲକ୍ଷ କର୍ମଚାରୀ ଅଛନ୍ତି ।
ବାଙ୍ଗଲାଦେଶ ପୋଲିସ ମୁଖ୍ୟାଳୟର ଉପ ମହାନିରୀକ୍ଷକ (ଅପରେସନ) ଅନୱର ହୁସେନ କହିଛନ୍ତି ଯେ ସମ୍ପୂର୍ଣ୍ଣ ବାଂଲାଦେଶରେ ମୋଟ ୧.୮୯ ଲକ୍ଷ ପୋଲିସ କର୍ମଚାରୀମାନେ ମତଦାନ ଦିନ ମାଜିଷ୍ଟ୍ରେଟ୍ଙ୍କ ସହିତ ନିର୍ବାଚନ ଡ୍ୟୁଟିରେ ରହିବେ । ଏହା ବ୍ୟତୀତ ପୋଲିସ କର୍ମୀମାନେ ବିଭିନ୍ନ ନିର୍ବାଚନ କ୍ଷେତ୍ରରେ ପୋଲିଂ ବୁଥରେ ଅନୁଧ୍ୟାନ କରିବେ । ସେହିପରି ପ୍ରାୟ ୧.୭୪ ଲକ୍ଷ ପେଲିସ କର୍ମୀ ବିନା ଛୁଟିରେ ଡ୍ୟୁଟି କରିବେ , ଯେବେ ଅନ୍ୟ ପୋଲିସ କର୍ମୀ ମାନେ ନିୟମିତ ଭାବେ କାମରେ ରହିବେ ।