ଓଡିଶା

odisha

ETV Bharat / international

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫ୍‌ଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫ୍‌ଙ୍କ ମୃତ୍ୟୁ ନେଇ ପାକିସ୍ତାନ ଗଣମାଧ୍ୟମରେ ପ୍ରଚାର ହୋଇଥିଲା । ତେବେ ଏହା ଏକ ଗୁଜବ ଖବର ବୋଲି ମୁସାରଫ୍‌ଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅଧିକ ପଢ଼ନ୍ତୁ

ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ମୁସାରଫ, ଠିକ୍‌ ହେବା କଷ୍ଟକର
ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ମୁସାରଫ, ଠିକ୍‌ ହେବା କଷ୍ଟକର

By

Published : Jun 10, 2022, 7:54 PM IST

ହାଇଦ୍ରାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁସାରଫ୍‌ଙ୍କ ମୃତ୍ୟୁ ନେଇ ପାକିସ୍ତାନ ଗଣମାଧ୍ୟମରେ ପ୍ରଚାର ହୋଇଥିଲା । ତେବେ ଏହା ଏକ ଗୁଜବ ଖବର ବୋଲି ମୁସାରଫ୍‌ଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୁସାରଫଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ନାହିଁ । ସେ ହସ୍ପିଟାଲ୍‌ରେ ଭର୍ତ୍ତି ଅଛନ୍ତି ।

ଗତ ୩ ସପ୍ତାହ ହେଲା ମୁସାରଫଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ଅଧିକାଂଶ ଅଙ୍ଗ ଅଚଳ ହୋଇ ପଡ଼ିଛି । ତେବେ ଏହି ସବୁ ଅଙ୍ଗ ଠିକ୍‌ ହେବା ଏତେଟା ସମ୍ଭବ ନୁହେଁ । ତାଙ୍କର ମୃତ୍ୟୁ ହୋଇଥିବା ନେଇ ଯେଉଁ ଖବର ପ୍ରଚାର କରାଯାଉଛି ସେଥିରେ କୌଣସି ସତ୍ୟତା ନାହିଁ ବୋଲି ମୁସାରଫଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

୧୯୯୯ ମସିହାରେ ପରଭେଜ ମୁସାରଫ ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କଠାରୁ ସମସ୍ତ କ୍ଷମତା ହାତେଇ ନେଇଥିଲେ । ଏହାପରେ ସେହି ବର୍ଷ କାଶ୍ମୀର ହାତେଇବାକୁ ଯାଇ ଭାରତ ଉପରକୁ ଆକ୍ରମଣ କରିଥିଲେ । ତିନି ମାସ ଧରି ଏହି ଯୁଦ୍ଧ ଚାଲିବା ପରେ ଶେଷରେ ଭାରତ କାରଗିଲ୍‌ ଯୁଦ୍ଧରେ ବିଜୟୀ ହୋଇଥିଲା ।

ABOUT THE AUTHOR

...view details