ଇସଲାମବାଦ:ଅଡୁଆରେ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ (pakistan Tehereek-e-Insaf) ଅଧକ୍ଷ ଇମ୍ରାନ ଖାନ । ଜଣେ ବିଚାରପତି ଏବଂ ଦୁଇଜଣ ପୋଲିସ ଅଧିକାରୀଙ୍କୁ ଖୋଲାଖୋଲି ଧମକ ଦେବାରୁ ଇମ୍ରାନ ଖାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆତଙ୍କବାଦ ନିରୋଧୀ ଆଇନ (Anti-terrorism Act) ଅନୁଯାୟୀ ଇମ୍ରାନଙ୍କ ବିରୋଧରେ ଏତଲା ଦାୟର ହୋଇଛି । ଏହା ସହିତ ପାକ୍ ବୈଦ୍ୟୁତିକ ଚ୍ୟାନେଲରେ ଇମ୍ରାନଙ୍କ ଭାଷଣକୁ ବ୍ୟାନ କରାଯାଇଛି ।
ଦୁଇ ଦିନ ତଳେ ଏକ ସଭା କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ଜଣେ ବିଚାରପତି ଓ ଦୁଇ ପୋଲିସ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ । ତାଙ୍କୁ ଖୋଲାଖୋଲି ଧମକ ଦେଇଥିଲେ । ଏହାକୁ ନେଇ ଇମ୍ରାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କୁ କୌଣସି ମୂହୁର୍ତ୍ତରେ ଗିରଫ କରାଯାଇପାରେ । ଅଗଷ୍ଟ 9 ତାରିଖରେ ଇମ୍ରାନଙ୍କ ଜଣେ ଘନିଷ୍ଠ ସହଯୋଗୀ ସାହାବାଜ ଗିଲଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଇସଲାମାବାଦରେ ତୀବ୍ର ବିଦ୍ରୋହ ଦେଖିବାକୁ ମିଳିଥିଲା।