ଓଡିଶା

odisha

ETV Bharat / international

ଜାପାନ ଆଡକୁ ବାଲାଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ, ଖଣ୍ଡନ କଲେ ଫୁମିଓ କିସିଦା

ଉତ୍ତର କୋରିଆ ଜାପାନ ଆଡକୁ ବାଲାଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ବେଳେ ହୋକ୍କାଇଡୋ ବାସିନ୍ଦାଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ଯିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଜାପାନରେ କ୍ଷେପଣାସ୍ତ୍ର ପଡିନଥିବା ନେଇ ଟ୍ବିଟ କରି କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

north korea fires ballistic missile
north korea fires ballistic missile

By

Published : Apr 13, 2023, 9:25 AM IST

ଟୋକିଓ:ସକାଳୁ ସକାଳୁ ଜାପାନ ଆଡକୁ ବାଲାଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ । ଏନେଇ ଦକ୍ଷିଣ କୋରିଆର ଯୁଗ୍ମ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏନେଇ ସମସ୍ତ ଜାପାନବାସୀଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ସେ ଟ୍ବିଟ କରି କହିଛନ୍ତି," ଉତ୍ତରକୋରିଆ ପକ୍ଷରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ଜାପାନରେ ପଡିନାହିଁ ।"

ଏହା ମଧ୍ୟ ପଢନ୍ତୁ: Snake on Plane: ମଝି ଆକାଶରେ କକପିଟ୍‌ରେ ବାହାରିଲା ସାପ, ଭୟ ନକରି ପାଇଲଟଙ୍କ ସୁରକ୍ଷିତ ଲ୍ୟାଣ୍ଡିଂ

ଏହା ମଧ୍ୟ ପଢନ୍ତୁ: International Fact-Checking Day: ଭାରତରେ ମିଥ୍ୟା ଖବର ରୋକିବାକୁ ଗୁଗୁଲ୍‌ ଆଣୁଛି ନୂଆ ଫିଚର୍ସ

ଜାପାନର PMO ଟ୍ୱିଟ କରି କହିଛନ୍ତି, "କ୍ଷେପଣାସ୍ତ୍ରକୁ ନେଇ ସୂଚନା ସଂଗ୍ରହ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜନସାଧାରଣ, ବିମାନ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି ।" ଅନ୍ୟପଟେ ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋକ୍କାଇଡୋ ବାସିନ୍ଦାଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ କୁହାଯାଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ।

ଉତ୍ତରକୋରିଆ ବାଲାଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବାରୁ ଉତ୍ତରାଞ୍ଚଳ ହୋକ୍କାଇଡୋ ଅଞ୍ଚଳର ବାସିନ୍ଦାଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ଚାଲିଯିବା ପାଇଁ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ନେଇ ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ ପ୍ରକାଶ ପାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଜାପାନର ଜଳ ଅଞ୍ଚଳରେ କୋରିଆ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ଆଶଙ୍କା କରାଯାଉଛି । ତେଣି ସତର୍କତା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁରୋଧ କରାଯାଇଛି ।

ଉତ୍ତର କୋରିଆରୁ ଜାପାନ ସାଗର ଆଡକୁ ଏକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିବା ନେଇ ଜାପାନର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି । ତେବେ ଏନେଇ ତଦନ୍ତ ଜାରି ରହିଥିବା ବେଳେ ଅଧିକ ବିସ୍ତୁତ ସୂଚନା ଦିଆଯାଇ ନାହିଁ । NHK ୱାର୍ଲ୍ଡ ଅନୁଯାୟୀ ଜାପାନ ଏକ ଚେତାବନୀ ଦେଇଛି ଯେ, ଉତ୍ତର କୋରିଆର କ୍ଷେପଣାସ୍ତ୍ର ହୋକ୍କାଇଡୋ ପ୍ରିଫେକ୍ଟରରେ କିମ୍ବା ନିକଟରେ ନିକ୍ଷେପ କରାଯାଇପାରେ । ଏନେଇ ଜାପାନର ପ୍ରତିରକ୍ଷା ମନ୍ତ୍ରୀ ୟାସୁକାଜୁ ହାମାଦା କହିଛନ୍ତି, କ୍ଷେପଣାସ୍ତ୍ରଟି ଉତ୍ତର କୋରିଆର ସବୁଠାରୁ ବଡ ବାଲିଷ୍ଟିକ କ୍ଷେପଣାସ୍ତ୍ର ହୋଇପାରେ । କିନ୍ତୁ ଏନେଇ ଜାପାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details