ଓଡିଶା

odisha

ETV Bharat / international

ଋଷ-ୟୁକ୍ରେନ ଯୁଦ୍ଧରେ ଭାରତର ଭୂମିକା ଯୁଦ୍ଧ ରୋକିବା ଭଳି ନୁହେଁ: Ukraine Foreign Minister - ଋଷ-ୟୁକ୍ରେନ ଯୁଦ୍ଧକୁ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ପ୍ରତିକ୍ରିୟା

ଋଷ-ୟୁକ୍ରେନ ଯୁଦ୍ଧକୁ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ଯୁଦ୍ଧ ଥମିବାର ନା ନେଉନାହିଁ ।ଏହାକୁ ନେଇ ଯୁଦ୍ଧ ଭିତରେ ଭାରତର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ । ଅଧିକ ପଢନ୍ତୁ

ଋଷ-ୟୁକ୍ରେନ ଯୁଦ୍ଧରେ ଭାରତର ଭୂମିକା ଯୁଦ୍ଧ ରୋକିବା ଭଳି ନୁହେଁ: Ukraine Foreign Minister
ଋଷ-ୟୁକ୍ରେନ ଯୁଦ୍ଧରେ ଭାରତର ଭୂମିକା ଯୁଦ୍ଧ ରୋକିବା ଭଳି ନୁହେଁ: Ukraine Foreign Minister

By

Published : Apr 28, 2022, 1:58 PM IST

କିଭ:ଋଷ-ୟୁକ୍ରେନ ଯୁଦ୍ଧକୁ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ଯୁଦ୍ଧ ଥମିବାର ନା ନେଉନାହିଁ । ବର୍ତ୍ତମାନ ଋଷ ପୂର୍ବ ୟୁକ୍ରେନରେ ଏହାର ଆକ୍ରମଣକୁ ଜୋରଦାର କରିଛି । ମାରିୟୁପୋଲ୍‌ ପରେ ଏବେ ଋଷ୍‌ ଖାରକିଭ, ମାଇ‌‌କୋଲେଭ୍‌ ଏବଂ ଲୁହାଂସ୍କରେ ଜୋରଦାର ଗୋଳାବର୍ଷା କରୁଛି । ଏହାକୁ ନେଇ ଯୁଦ୍ଧ ଭିତରେ ଭାରତର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ୟୁକ୍ରେନ ବୈଦେଶିକ ମନ୍ତ୍ରୀ । ଅନେକ ରାଷ୍ଟ୍ର ଏକତରଫା ଭବେ ୟୁକ୍ରେନକୁ ସାହାଯ୍ୟ କରୁଥିବା ବେଳେ ଭାରତ ନିରବ ରହୁଛି ।

ନିରବ ରହିବା ଯୁଦ୍ଧ ରୋକିବାରେ ସହଯୋଗ କରେ ନାହିଁ ବୋଲି ୟୁକ୍ରେନ ରାଷ୍ଟ୍ରଦୂତ ଦିମିତ୍ରୋ କୁଲେବା ଏକ ସମାଜିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ସେ କହିଛନ୍ତି ଯେ, ୟୁକ୍ରେନ ପାଇଁ ଭାରତର ସହାନୁଭୂତିକୁ ଆମେ ପ୍ରଶଂସା କରୁଛୁ । ଯୁଦ୍ଧ ନିହାତି ବନ୍ଦ ହେବା ଦରକାର, ଏ କ୍ଷେତ୍ରରେ ଭାରତ ଭୂମିକାକୁ ମଧ୍ୟ ଆମେ ପ୍ରଶଂସା କରିଛନ୍ତି । କିନ୍ତୁ ନିରବ ରହି ଏଭଳି ସମର୍ଥନ କରିବା ଯୁଦ୍ଧ ରୋକିବାରେ କୌଣସି ସାହାଯ୍ୟ କରିପାରିବ ନାହିଁ । ଯୁଦ୍ଧ ରୋକିାବାକୁ ହେଲେ ୟୁକ୍ରେନକୁ ସମର୍ଥନ ଦେବା ସହ ବିନା ଦ୍ବିଧାରେ ଋଷ ସହ ସମ୍ପର୍କ କାଟିବା । ଏଭଳି ହେଲେ ଯୁଦ୍ଧରେ ବିଜୟ ହୋଇପାରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ମତରେ ଯେତେବେଳେ ଆପଣଙ୍କ ପାଖରେ ସ୍ପଷ୍ଟ ରୂପେ ଜଣେ ଦୋଷୀ ଓ ଜଣେ ପୀଡ଼ିତ ରହିଛନ୍ତି, ତେଣୁ କର୍ତ୍ତବ୍ୟ ଓ ନୈତିକତା ଦୃଷ୍ଟିର ପୀଡ଼ିତ ପକ୍ଷରେ ଯିବା ପ୍ରକୃତ କର୍ତ୍ତବ୍ୟ ।

ଭାରତ ଓ ଋଷ ସମ୍ପର୍କ:

ଅନ୍ୟପଟେ ଭାରତ ଓ ଋଷ ସମ୍ପର୍କକୁ ନେଇ କୁଲେବା କହିଛନ୍ତି ଯେ, ଭାରତକୁ ଗୋଟିଏ ବିଷୟ ଉପରେ ଧ୍ୟାନ ଦେବାକୁ ପଡିବ । ଋଷର ରଣନୀତି ନିମ୍ନମାନର ହୋଇଯାଇଛି । ଏ ଋଷ ଅତ୍ୟାଚାର, ହତ୍ୟା, ଦୁଷ୍କର୍ମ, ଓ ଜବରଦସ୍ତି କରୁଛି। ତେଣୁ ଆଶା କରୁଛି ଭାରତ ଇତିହାସର ସଠିକ ପକ୍ଷରେ ଛିଡ଼ା ହେବ। ଋଷ-ୟୁକ୍ରେନ୍ ଯୁଦ୍ଧ ଗଣତନ୍ତ୍ର ଓ ଏକଛତ୍ରବାଦ ମଧ୍ୟରେ ଯୁଦ୍ଧ । ଭାରତ ଏକ ବିଶାଳ ଗଣତନ୍ତ୍ର ରାଷ୍ଟ୍ର ହୋଇଥିବାରୁ ସ୍ୱାଭାବିକ ଭାବେ ୟୁକ୍ରେନ୍ ପକ୍ଷରେ ଛିଡ଼ା ହେବା ଉଚିତ୍ ବୋଲି ସେ କହିଛନ୍ତି । ଋଷର ମିସାଇଲ ମାଡରେ ୟୁକ୍ରେନର ଅନେକ ଯୁଦ୍ଧଅସ୍ତ୍ର ଧ୍ବସଂ ହୋଇଯାଇଛି । ତେଣୁ ଏଭଳି ସ୍ଥିତିରେ ଭାରତ ନିରପେକ୍ଷ ଭାବେ ୟୁକ୍ରେନକୁ ସାହାଯ୍ୟ କରିବା ଆବଶ୍ୟକ ।

ଋଷିଆର ଯୁଦ୍ଧ ଲୀଳା:

ୟୁକ୍ରେନ ରାଷ୍ଟ୍ରଦୂତ ଦିମିତ୍ରୋ କୁଲେବା କହିଛନ୍ତି ଯେ, ଋଷ ଅମାନୁଷିକ ଭାବେ ୟୁକ୍ରେନ ଉପରେ ଧ୍ବସଂଲୀଳା ଜାରି ରଖିଛି । ୟୁକ୍ରେନ୍ ଋଷର ଅଧିକାଂଶ ଅତ୍ୟାଧୁନିକ ଅସ୍ତ୍ରକୁ ଯୁଦ୍ଧରେ ନଷ୍ଟ କରିଦେଇଛି । ତେଣୁ ଭାରତ କଣ ଏପରି ଅସ୍ତ୍ର କିଣିବାକୁ ଚାହିୁଁଛି ଯାହା ଯୁଦ୍ଧଗ୍ରାଉଣ୍ଡରେ ତିଷ୍ଠିପାରୁ ନାହିଁ। କିଭରୁ ବର୍ତ୍ତମାନ ସୁଦ୍ଧା ଏକ ହଜାରରରୁ ଅଧିକ ସାଧାରଣ ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେମାନେ କୌଣସି ମିସାଇଲ ଆକ୍ରମଣ ନୁହେଁ ବରଂ ସାଧାରଣ ଲୋକଙ୍କୁ ହାତଗୋଡ ବାନ୍ଧି ନିର୍ମମ ଭାବେ ହତ୍ୟା କରିଛନ୍ତି । ତେଣୁ ଭାରତ ବ୍ୟାପାର ପାଇଁ ଋଷ ସହ ଦ୍ବିପାକ୍ଷିକ ସମ୍ପର୍କ ଛିନ୍ନକରି ଅନ୍ୟ ଦେଶକୁ ପାର୍ଟନର ଭାବେ ଚୟନ କରିବା ଉଚିତ ।

ABOUT THE AUTHOR

...view details