ଓଡିଶା

odisha

Twitter Logo Changed: ଉଡିଗଲା ନୀଳ ପକ୍ଷୀ, ସ୍ଥାନ ନେଲା କୁକୁର

By

Published : Apr 4, 2023, 9:12 AM IST

ବଦଳିଲା ଟ୍ବିଟର ଲୋଗୋ । ନୀଳ ପକ୍ଷୀକୁ ହଠାଇ ଲୋଗୋରେ କୁକୁର ଫଟୋ ଲଗାଇଲେ ଏଲନ ମସ୍କ । ଅଧିକ ପଢନ୍ତୁ

Musk replaces Twitters logo
Musk replaces Twitters logo

ନୂଆଦିଲ୍ଲୀ: ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରରେ ବଡ ପରିବର୍ତ୍ତନ ଆଣିଲେ ସିଇଓ ଏଲନ ମସ୍କ । ଏଥର ସେ ଟ୍ବିଟରର ଲୋଗୋକୁ ପରିବର୍ତ୍ତନ କରିଛନ୍ତି । ଲୋଗୋରେ ଥିବା ନୀଳ ପକ୍ଷୀକୁ ପରିବର୍ତ୍ତନ କରି କୁକୁର ଫଟୋ ଲଗାଇଛନ୍ତି ଏଲନ ମସ୍କ । ଏହି ଡଗି ଲୋଗୋଟି କ୍ରିପ୍ଟୋକରେନ୍ସି ଡଗ୍‌ ସଦୃଶ । କୁହାଯାଉଛି ଯେ 2013ରେ ଏହି ଲୋଗୋ ବିଷୟରେ ଥଟ୍ଟା କରାଯାଇଥିଲା ।

ଟ୍ବିଟରର ବ୍ଲୁ ରଙ୍ଗର ପକ୍ଷୀକୁ ଲୋଗୋରୁ ହଟାଇବା ପରେ ଏକ ମଜାଳିଆ ପୋଷ୍ଟ କରିଛନ୍ତି ମସ୍କ । ଯେଉଁଥିରେ ଗୋଟିଏ କୁକୁର ଏକ କାର ଉପରେ ବସିଛି ଓ ଜଣେ ଟ୍ରାଫିକ ପୋଲିସ ତାଙ୍କ ଲାଇସେନ୍ସ ଚେକ କରୁଥିବା ଦେଖିବାକୁ ମିଳିଛି । କୁକୁର ରିଆକ୍ସରେ ଲେଖା ହୋଇଛି ଯେ, ତାହା ହେଉଛି ପୁରୁଣା ଫଟୋ ।

ତେବେ ବିଶେଷ କଥା ହେଉଛି ଯେ, ଟ୍ୱିଟରର ମୋବାଇଲ୍ ଆପରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ଉଲ୍ଲେଖ ଯୋଗ୍ୟ ଯେ, କୁକୁର ଫଟୋ କ୍ରିପ୍ଟୋକରେନ୍ସି ଶିବା ଇନୁର ଡଗିକଏନ ବ୍ଲକ୍ ଚେନ୍ ସହିତ ସମାନ । ଏଥିସହ ମସ୍କ ଏକ ପ୍ରତିଶ୍ରୁତି ପୂରଣ କରିଥିବା କଥା କହିଛନ୍ତି । 26 ମାର୍ଚ୍ଚ 2022ର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି ମସ୍କ । ଏଥିରେ ସେ ଜଣେ ୟୁଜର୍ସଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସେ ତାଙ୍କୁ ପରିବର୍ତ୍ତନ ବିଷୟରେ ପ୍ରଶ୍ନ ପଚାରିଥିଲେ । ଯେଉଁଥିରେ ୟୁଜର୍ସ ଜଣଙ୍କ ଅନୁରୋଧ କରିଥିଲେ ଯେ ଲୋଗୋରେ ପକ୍ଷୀକୁ ପରିବର୍ତ୍ତନ କରି କ୍ରିପ୍ଟୋକରେନ୍ସି କୁକୁର ରଖାଯାଉ । ଏହି ପୋଷ୍ଟ ସେୟାର କରିବାବେଳେ ସେ କହିଥିଲେ ଯେ ମୋର ପ୍ରତିଶ୍ରୁତି ପୂରଣ ହୋଇଛି ।

ଏହା ମଧ୍ୟ ପଢନ୍ତୁ-Poster for Missing Dog: IAS ଅଫିସରଙ୍କ କୁକୁର ନିଖୋଜ, ସାରା ସହରରେ ଲାଗିଲା ପୋଷ୍ଟର

କୁହାଯାଉଛି ଯେ ମସ୍କ କ୍ରିପ୍ଟୋକରେନ୍ସିରେ ଆଗ୍ରହ ରଖିଛନ୍ତି । ସେଥିପାଇଁ ସେ ଏପରି କରିଛନ୍ତି । ଗତ ବର୍ଷ 44 ବିଲିୟନ ଡଲାରରେ ଟ୍ୱିଟର କିଣିଥିବା ମସ୍କ, ଡଗି ମେମର ଜଣେ ଜଣାଶୁଣା ସୁପରଫ୍ୟାନ୍ । ଡଗିକଏନକୁ ସେ ଟ୍ବିଟର ଓ ଗତ ବର୍ଷ 'ସଟରଡେ ନାଇଟ୍ ଲାଇଭ୍' ଆୟୋଜନ କରୁଥିବାବେଳେ ପ୍ରମୋଟ କରିଥିଲେ । ଏହା ମଧ୍ୟ ଦାବି କରାଯାଇଛି ଯେ ଟ୍ୱିଟରର ଲୋଗୋରେ ପରିବର୍ତ୍ତନ ସହିତ କ୍ରିପ୍ଟୋକରେନ୍ସି ଡଗିକଏନର ମୂଲ୍ୟ 20 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।

ମାର୍ଚ୍ଚ ମାସରେ ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ନୂଆ ଅପଡେଟ୍ ଆସିବା ନେଇ କୁହାଯାଉଥିଲା । ଭେରିଫାୟାଡ୍ ଆକାଉଣ୍ଟ 'For You' ରେକମୋଣ୍ଡେସନ୍ ପାଇପାରିବେ ବୋଲି ଏଟ୍ୱିଟର ସିଇଓ ଏଲନ୍ ମସ୍କ ଘୋଷଣା କରିଥିଲେ । ଆସନ୍ତା ଅପ୍ରେଲ୍ 15ରୁ ଏହି ନିୟମ ଲାଗୁହେବ ।

ABOUT THE AUTHOR

...view details