ଓଡିଶା

odisha

ETV Bharat / international

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ, କହିଲେ ମୋଦି ପ୍ରକୃତ ଦେଶଭକ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରପକ୍ଷେ ବୈଦେଶିକ ନୀତିକୁ ଭୂରି ଭୂରି ପ୍ରଶଂସା କଲେ ପୁଟିନ । କହିଲେ ମୋଦି ହେଉଛନ୍ତି ପ୍ରକୃତ ଦେଶଭକ୍ତ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରକୃତ ଦେଶଭକ୍ତ କହି ପ୍ରଶଂସା କଲେ ପୁଟିନ
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରକୃତ ଦେଶଭକ୍ତ କହି ପ୍ରଶଂସା କଲେ ପୁଟିନ

By

Published : Oct 28, 2022, 9:54 AM IST

ମସ୍କୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂରି ଭୂରି ପ୍ରଂଶସା କଲେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Putin praised Prime Minister Narendra Modi) । ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିରପକ୍ଷେ ବୈଦେଶକ ନୀତିକୁ ଖୁବ୍ ପ୍ରଶଂସା କରି କହିଛନ୍ତି, ''ନରେନ୍ଦ୍ର ମୋଦି ଜଣେ ପ୍ରକୃତ ଦେଶ ଭକ୍ତ । ତାଙ୍କ ନେତୃତ୍ବରେ ଭାରତ ଅନେକ ସଫଳତା ହାସଲ କରିଛି । ତାଙ୍କର 'ମେକ୍ ଇନ ଇଣ୍ଡିଆ' ଚିନ୍ତାଧାରା ଉଭୟ ଆର୍ଥିକ ଓ ନୈତିକତା ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ।'' ମସ୍କୋର ଥିଙ୍କଟ୍ୟାଙ୍କ ଭଲଡାଇ ଡିସକସନ ବ୍ଲକ(Discussion Club)ର ବାର୍ଷିକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏଭଳି କହିଛନ୍ତି ଋଷିଆ ରାଷ୍ଟ୍ରପତି ।

ପୁଟିନ ଆହୁରି ମଧ୍ୟ କହିଛନ୍ତି ଯେ, ''ମୋଦି ନିଜ ଲୋକଙ୍କୁ ସ୍ବାର୍ଥରକ୍ଷା କରିବା ଭଲ ଭାବେ ଜାଣନ୍ତି । କେତେକ ଦେଶ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଥିଲେ । ହେଲେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କ ଚେଷ୍ଟାକୁ ବିଫଳ କରିଦେଇଥିଲେ । ଗର୍ବର ବିଷୟ ଯେ ଭାରତ ବିଶ୍ବର ସବୁଠୁ ବଡ ଗଣତାନ୍ତ୍ରିକ ରାଷ୍ଟ୍ର । ବ୍ରିଟିଶ ଶାସନରୁ ମୁକ୍ତ ହୋଇ ଭାରତ ଆଧୁନିକ ଦେଶ ଭାବେ ବିକଶିତ ହୋଇଛି । ଏହି ଦେଶ ଅନେକ ଅଦ୍ଭୁତପୂର୍ବ ସଫଳତା ହାସଲ କରିପାରିଛି ଓ ଏହାର ଭବିଷ୍ୟତ ମଧ୍ୟ ଉଜ୍ଜଳ ଅଟେ । ୧.୫ ବିଲିୟନ ଜନସଂଖ୍ୟା ଏବଂ ବିକାଶ ଭାରତକୁ ସମସ୍ତଙ୍କ ନିକଟରେ ସମ୍ମାନ ଓ ପ୍ରଶଂସାର ପାତ୍ର କରିପାରିଛି ।'' ଅନ୍ତର୍ଜାତୀୟ ସଂସ୍ଥା ରୟଟର୍ସରେ ପୁଟିନଙ୍କ ଏହି ବୟାନ ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ: ଟ୍ବିଟର କିଣିଲେ ଏଲନ ମସ୍କ, ବିଦା ହେଲେ CEO ପରାଗ ଅଗ୍ରୱାଲ

ରାଷ୍ଟ୍ରପତି ପୁଟିନ(Russian President Vladimir Putin) ଭାରତ ଓ ଋଷିଆ ସମ୍ପର୍କକୁ ସ୍ବତନ୍ତ୍ର କହିଛନ୍ତି । ଆମ ମଧ୍ୟରେ କୌଣସି ପ୍ରକାର ସମସ୍ୟା ରହିନାହିଁ । ଦୀର୍ଘ ଦଶନ୍ଧି ଧରି ଭାରତ ଓ ଋଷିଆ ଘନିଷ୍ଠ ସହଯୋଗୀ ଭାବେ କାମ କରିଆସୁଛନ୍ତି । ସବୁ କ୍ଷେତ୍ରରେ ଆମେ ପରସ୍ପରକୁ ସହଯୋଗ କରିଆସିଛୁ । ବର୍ତ୍ତମାନ ସମୟରେ ମଧ୍ୟ ସମାନ ଘଟଣା ଘଟୁଛି ଏବଂ ଭବିଷ୍ୟତରେ ଏହି ଧାରା ଜାରି ରହିବ ବୋଲି ମୋର ବିଶ୍ବାସ ଅଛି । ଏହାସହିତ ଭାରତର କୃଷି ପାଇଁ ସାର ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ସାର ଯୋଗାଣ ବୃଦ୍ଧି କରିବା ପାଇଁ ତାଙ୍କୁ କହିଛନ୍ତି । ଦୁଇ ଦେଶ ମଧ୍ୟରେ କୃଷି କ୍ଷେତ୍ରରେ କାରବାର ଦ୍ବିଗୁଣିତ ହୋଇଥିବା ପୁଟିନ ପ୍ରକାଶ କରିଛନ୍ତି ।

ଫେବୃୟାରୀ ୨୪ରୁ ପ୍ରାୟ ୮ ମାସ ହେଲାଣି ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ନିଜର ସମ୍ବୋଧନରେ ପୁଟିନ ଯୁଦ୍ଧ ପାଇଁ ପଶ୍ଚିମ ଦେଶଗୁଡିକ ତୀବ୍ର ନିନ୍ଦା କରିଛନ୍ତି । ପଶ୍ଚିମ ଦେଶଗୁଡିକ ବିଶ୍ବ ଉପରେ ଆଧିପତ୍ୟ ଜାହିର ପାଇଁ ଡାର୍ଟି ଗେମ୍ ଖେଳୁଥିବା ଋଷିଆ ରାଷ୍ଟ୍ରପତି କହିଛନ୍ତି ।

ABOUT THE AUTHOR

...view details