ଓଡିଶା

odisha

By

Published : Dec 12, 2022, 5:37 PM IST

ETV Bharat / international

Blast in Kabul: କାବୁଲର ଏକ ହୋଟେଲରେ ବିସ୍ଫୋରଣ, ଚୀନ ନାଗରିକ ଫସିଥିବା ସନ୍ଦେହ

କାବୁଲରେ ଏକ ହୋଟେଲରେ ଆକ୍ରମଣ । ବିସ୍ଫୋରଣ ସହ ଗୁଳିମାଡ ପରେ ଜଳୁଛି ହୋଟେଲ (blast in a multistorey hotel of Kabul) । ଚୀନ ନାଗରିକ ଫସିଥିବା ସନ୍ଦେହ । ମୃତାହତ ନେଇ ସ୍ପଷ୍ଟ ହୋଇନି ସୂଚନା । ଅଧିକ ପଢନ୍ତୁ

Blast in Kabul: କାବୁଲର ଏକ ହୋଟେଲରେ ବିସ୍ଫୋରଣ, ଗୁଳିମାଡ
Blast in Kabul: କାବୁଲର ଏକ ହୋଟେଲରେ ବିସ୍ଫୋରଣ, ଗୁଳିମାଡ

ହାଇଦ୍ରାବାଦ:ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ହୋଟେଲରେ ବିସ୍ଫୋରଣ ସହ ଗୁଳିମାଡ ହେବା ଫଳରେ ନିଆଁ ଲାଗିଯାଇଛି (blast in a multistorey hotel of Kabul)। ଆକ୍ରମଣରେ ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ । କାବୁଲର ପ୍ରମୁଖ ବାଣିଜ୍ୟିକ ପଏଣ୍ଟ କୁହାଯାଉଥିବା ଶାହର-ଇ-ନାୱରେ ଏରିଆରେ ଥିବା ଏହି ହୋଟେଲରେ ଆକ୍ରମଣ ହୋଇଛି । ଏହି ହୋଟେଲରେ ଚୀନ ବ୍ୟବସାୟୀ ଓ ଭିଜିଟରଙ୍କର ବାରମ୍ବାର ଯିବାଆସିବା ଥିବା ନେଇ ମଧ୍ୟ କୁହାଯାଉଛି । ତେଣୁ ହୋଟେଲରେ ଚୀନ ନାଗରିକ ଫସି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

ଆଜି ଅପରାହ୍ନରେ ଏହି ଆକ୍ରମଣ ହୋଇଛି । ଏ ସମ୍ପର୍କରେ କେହି ବିଦ୍ରୋହୀ ଗୋଷ୍ଠୀ ନିଜକୁ ଦାୟୀ କରିନଥିବା ବେଳେ ଶାସନରେ ଥିବା ତାଲିବାନ ପକ୍ଷରୁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଆସିନାହିଁ । ସ୍ଥାନୀୟ ଗଣମାଧ୍ୟମ ସମେତ ଅନ୍ତର୍ଜାତୀୟ ଗଣମାଧ୍ୟମରେ ହୋଟେଲଟି ଜଳୁଥିବାର ଭିଡିଓ ସହ ଖବର ପ୍ରସାରିତ ହେଉଛି । ଉକ୍ତ ହୋଟେଲରେ କେତେ ଲୋକ ଥିଲେ, ଆକ୍ରମଣରେ କେହି ମୃତାହତ ହୋଇଛନ୍ତି କି ନାହିଁ, ସେ ନେଇ କୌଣସି ସୂଚନା ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details