ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ (Liz Truss )ଙ୍କ ଇସ୍ତଫା । ପ୍ରଧାନମନ୍ତ୍ରୀ ହେବାର ଗୋଟିଏ ମାସ ପରେ ତାଙ୍କ ଗାଦି ଟଳମଳ ହେଉଥିବା ବେଳେ ଆଜି ସେ ଇସ୍ତଫା ଦେଇଛନ୍ତି । ଏହାପରେ ଆସନ୍ତା ସପ୍ତାହ ମଧ୍ୟରେ ବ୍ରିଟେନ ଲିଡ଼ରସିପ ନିର୍ବାଚନ ( Leadership election ) ହେବ ବୋଲି ଇସ୍ତଫା ଦେବା ପରେ ଏନେଇ ସୂଚନା ଦେଇଛନ୍ତି ଲିଜ । ଦାୟିତ୍ୱ ଗ୍ରହଣର 45 ଦିନ ପରେ ପଦତ୍ୟାଗ କରିଛନ୍ତି ଟ୍ରସ୍ । ବଜେଟକୁ ନେଇ ଜନ ଆକ୍ରୋଶର ଶିକାର ହୋଇଥିଲେ । ପ୍ରତିଶ୍ରୁତି ପାଳନରେ ଖିଲାପ ନେଇ ବଢିଥିଲା ଅସନ୍ତୋଷ ।
ସେ ପ୍ରଧାନମନ୍ତ୍ରୀ ହେବାର ୪୫ ଦିନରେ ଏହି ଇସ୍ତଫା ଦେଇଛନ୍ତି । ଲିଜଙ୍କ ଇସ୍ତଫା ପୂର୍ବରୁ ଅନେକ ମନ୍ତ୍ରୀ ଇସ୍ତଫା ଦେଇସାରିଥିଲେ । ସେ ଲୋକଙ୍କ ଆଶା ପୂରଣ କରିବାରେ ବିଫଳ ହେବାରୁ ଏହି ଇସ୍ତଫା ଦେଇଛନ୍ତି । ଲିଜ ଏହି ପଦକୁ ସଙ୍କଟ ସମୟରେ ସମ୍ଭାଳିଥିଲେ ବୋଲି କହିଛନ୍ତି । ଗତ ମାସରେ ବ୍ରିଟେନ ସରକାର ଏକ ଆର୍ଥିକ ଯୋଜନା ଆଣିଥିଲେ । ଏହା ଅସଫଳ ହେବାରୁ ରାଷ୍ଟ୍ରରେ ଆର୍ଥିକ ସ୍ଥିତି ସଙ୍କଟରେ ରହିଛି । ଫଳରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି ।
ଏହାପରେ ସେ ନିଜର ଘନିଷ୍ଠ ବନ୍ଧୁ ତଥା ବ୍ରିଟେନର ଅର୍ଥମନ୍ତ୍ରୀ କ୍ସାସି କ୍ବାର୍ଟେଙ୍ଗଙ୍କୁ ଅର୍ଥମନ୍ତ୍ରୀ ପଦରୁ ହଟାଇଥିଲେ । ଅର୍ଥମନ୍ତ୍ରୀ ଭାବେ କ୍ବାର୍ଟେଙ୍ଗ ପ୍ରଧାନମନ୍ତ୍ରୀ ଟ୍ରସଙ୍କ ନୀତିକୁ କାର୍ଯ୍ୟକାରୀ କରିଥିଲେ । ତାଙ୍କର ଟିକସ ନୀତି ଆର୍ଥିକ ବଜାରରେ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ଏହାସହିତ କାର୍ଯ୍ୟକାଳ ସମୟରେ ଲିଜ ନିଜ କଞ୍ଜେରଭେଟିଭ ପାର୍ଟିର ବିରୋଧର ଶିକାର ମଧ୍ୟ ହୋଇଥିଲେ । କଞ୍ଜରଭେଟିଭ ପାର୍ଟିର ଅନେକ ନେତା ଲିଜଙ୍କ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦାବି କରିଥିଲେ ।
ଏହା ବି ପଢନ୍ତୁ- UK PM Crisis: ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ଇସ୍ତଫା
ଇସ୍ତଫା ଦେବା ବେଳେ କଣ କହିଲେ ଲିଜ ?