ଓଡିଶା

odisha

ଯୌନ ଶୋଷଣ ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ, ଗଣିବେ ଏତିକି ଟଙ୍କା

By

Published : May 10, 2023, 10:20 AM IST

ଏଲେ ପତ୍ରିକାର ସ୍ତମ୍ଭକାର ୭୯ ବର୍ଷୀୟା ଜୀନ କୈରୋଲଙ୍କ ଅଭିଯୋଗ ଶୁଣାଣି କରି ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କଲେ ନ୍ୟୁୟର୍କ କୋର୍ଟ । ଯୌନ ନିର୍ଯାତନା ଏବଂ ମାନହାନି ମାମଲାରେ 5 ମିଲିୟନ ଡଲାର ଜରିମାନା ଦେବେ ଟ୍ରମ୍ପ । ଅଧିକ ପଢନ୍ତୁ

Jean Carroll case
Jean Carroll case

ଓ୍ବାଶିଂଟନ:ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ବଡ ଝଟକା । ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଟ୍ରମ୍ପ । ଆମେରିକା ନ୍ୟୁୟର୍କର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଯୌନ ନିର୍ଯାତନା ଏବଂ ମାନହାନି ମାମଲାରେ ତାଙ୍କୁ 5 ମିଲିୟନ ଡଲାର ଜରିମାନା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କୋର୍ଟ ରାୟ ଶୁଣାଇ କହିଛନ୍ତି, "୯୦ ଦଶକର ଜଣେ ଜଣାଶୁଣା ଲେଖିକା ଇ. ଜୀନ କୈରୋଲଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ ଅନେକ ଥର ମିଥ୍ୟାବାଦୀ ଦର୍ଶାଇ ଅସମ୍ମାନ କରିବା ପାଇଁ ଚେଷ୍ଟା କରିଛନ୍ତି ।" ଏହି ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କୁ ୫୦ ଲକ୍ଷ ଡଲାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବିଚାରପତି ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଏହି ମାମଲା କ୍ରିମିନାଲ କୋର୍ଟ ବଦଳରେ ସିଭିଲ କୋର୍ଟରେ ଦାୟର ହୋଇଥିଲା । ତେବେ କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ଟ୍ରମ୍ପଙ୍କୁ ଅପମାନ ଏବଂ ବଦନାମ କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । କହିରଖୁଛୁ ଯେ, କୈରାଲଙ୍କ ଏହି ମାମଲା ଉପରେ ଏପ୍ରିଲ ୨୫ ତାରିଖରୁ ଶୁଣାଣି ଆରମ୍ଭ ହୋଇଥିଲା । ଗଠିତ ହୋଇଥିବା ୯ଜଣିଆ ଖଣ୍ଡପୀଠ ଟ୍ରମ୍ପଙ୍କୁ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Donald Trump: ବଢୁଛି ଟ୍ରମ୍ପଙ୍କ ଅଡୁଆ, ଲେଖିକା ଆଣିଲେ ଦୁଷ୍କର୍ମ ଅଭିଯୋଗ

ପୀଡିତା କୈରୋଲଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ଟ୍ରମ୍ପ:ଏଲେ ପତ୍ରିକାର ସ୍ତମ୍ଭକାର ୭୯ ବର୍ଷୀୟା ଜୀନ କୈରୋଲ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦୁଷ୍କର୍ମ ଏବଂ ଯୌନ ଶୋଷଣ ନେଇ ଅଭିଯୋଗ ଆଣିଥିଲେ । କିନ୍ତୁ ତାଙ୍କୁ ମିଥ୍ୟାବାଦୀ ବୋଲି କହିଥିଲେ ଟ୍ରମ୍ପ । ଅଭିଯୋଗକୁ ଖଣ୍ଡନ କରି ଏହା ଏକ ଘୋଟାଲା ବୋଲି କହିଥିଲେ ।

କଣ ଥିଲା ମାମାଲା:ଆମେରିକା ଅଦାଲତରେ ଲେଖିକା ଜୀନ କୈରୋଲ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ, "ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ୩୦ ବର୍ଷ ପୂର୍ବ ଟ୍ରମ୍ପ ତାଙ୍କୁ ଦୁଷ୍କର୍ମ କରିଥିଲେ । ୧୯୯୬ ମସିହାରେ ମାନହଟାନର ଏକ ବିଭାଗର ଷ୍ଟୋର୍ ଡ୍ରେସିଂ ରୁମରେ ମୋତେ ଟ୍ରମ୍ପ ଦୁଷ୍କର୍ମ କରିଥିଲେ । ୨୦୧୯ ମସିହାରେ ମୁଁ ଏକ ପୁସ୍ତକରେ ଏହି ଘଟଣାକୁ ଉଲ୍ଲେଖ କରିଥିଲି । ଗତ କିଛି ବର୍ଷ ମଧ୍ୟରେ ଏକ ଡଜନରୁ ଅଧିକ ମହିଳା ଟ୍ରମ୍ପଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । "ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ ମାମଲାରେ ଅଧିକ ଚର୍ଚ୍ଚାରେ ରହିଥିଲେ ଡୋନାଲ୍ଡ ଟ୍ରମ୍ପ । ଆଗକୁ ରାଷ୍ଟ୍ରପତି ନିର୍ବାଚନ ରହିଥିବାରୁ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ଅଡୁଆ ହୋଇପାରେ ବୋଲି ଚର୍ଚ୍ଚା ଜୋରଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details