ଓଡିଶା

odisha

ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ଅଷ୍ଟ୍ରେଲିଆ ପୁରାତନ ପାର୍ଲାମେଣ୍ଟ ହାଉସ, ଟ୍ବିଟ କଲେ ଜୟଶଙ୍କର

ଅକ୍ଟୋବର 5ରୁ 7 ଦିନିଆ ବିଦେଶ ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ପ୍ରଥମେ ନ୍ୟୁଜିଲାଣ୍ଡ ଓ ପରେ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି ବୈଦେଶିକ ମନ୍ତ୍ରୀ । ଅଧିକ ପଢନ୍ତୁ

By

Published : Oct 10, 2022, 9:09 AM IST

Published : Oct 10, 2022, 9:09 AM IST

Updated : Oct 10, 2022, 9:20 AM IST

ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ଅଷ୍ଚ୍ରେଲିଆର ପୂରାତନ ପାର୍ଲାମେଣ୍ଟ ହାଉସ
ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ଅଷ୍ଚ୍ରେଲିଆର ପୂରାତନ ପାର୍ଲାମେଣ୍ଟ ହାଉସ

କାନବେରା:ବିଦେଶ ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆଜି ତ୍ରିରଙ୍ଗା ସ୍ବାଗତ ପାଇଁ ଅଷ୍ଟ୍ରେଲିଆର କାନବେରା ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ । ସେଠାରେ ତାଙ୍କୁ ଅଷ୍ଟ୍ରେଲିଆର ବଡ ବଡ ନେତା ସ୍ବାଗତ କରିଛନ୍ତି । କାନବେରା ପହଞ୍ଚିବା ପରେ ତାଙ୍କୁ ତ୍ରିରଙ୍ଗା ରଙ୍ଗରେ ସ୍ବାଗତ କରାଯାଇଥିଲା । ଅଷ୍ଟ୍ରେଲିଆର ପୁରାତନ ପାର୍ଲାମେଣ୍ଟ ହାଉସ ଆମ ଜାତୀୟ ପତାକା ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଛି । ଯାହାକୁ ଦେଖି ଟ୍ବିଟ କରି ଖୁସି ବ୍ୟକ୍ତି କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ଅଷ୍ଟ୍ରେଲିଆର କାନବେରା ଓ ସିଡନୀ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ । ଚଳିତ ବର୍ଷ ଏହା ତାଙ୍କ ଦ୍ବିତୀୟ ଅଷ୍ଟ୍ରେଲିଆ ଗସ୍ତ । ଚଳିଚ ବର୍ଷ ଫେବୃଆରୀରେ ମେଲବୋର୍ଣ୍ଣରେ ପ୍ରଥମ ଥର କ୍ବାର୍ଡ ବୈଦେଶିକ ସମ୍ମିଳନୀରେ ଯୋଗ ଦେବାକୁ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ । ତ୍ରିରଙ୍ଗା ସ୍ବାଗତ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ଏସ. ଜୟଶଙ୍କର । ଏନେଇ ଟ୍ବିଟ କରି ଜୟଶଙ୍କର କହିଛନ୍ତି, ''ତ୍ରିରଙ୍ଗା ସ୍ବାଗତ ପାଇଁ କାନବେରାରେ ପହଞ୍ଚିଛି । ଅଷ୍ଟ୍ରେଲିଆର ପୁରାତନ ସଂସଦ ଭବନ ଆମ ଜାତୀୟ ପତାକା ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ହୋଇଥିବା ଦେଖି ମୁଁ ବହୁତ ଖୁସି ।''

ଏହି ଗସ୍ତରେ ପ୍ରତିପକ୍ଷ ପେନି ୱାଙ୍ଗ (Penny Wong)ଙ୍କ ସହ 13ତମ ବିଦେଶ ମନ୍ତ୍ରୀସ୍ତରୀୟ ବୈଠକରେ ସାମିଲ ହେବେ । ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ଏବଂ ରକ୍ଷାମନ୍ତ୍ରୀ ରିଚାର୍ଡ ମାର୍ଲସ (Richard Marles)ଙ୍କ ସହ ମଧ୍ୟ ସାକ୍ଷାତ କରିବେ । ଏହା ସହ ସିଡନୀରେ ଏକ ଲୋବି ଇନଷ୍ଟିଚ୍ୟୁଟ (Lowy Institute) , ଅଷ୍ଟ୍ରେଲିଆର ନୌସେନା, ମିଡିଆ ସହ ଆଲୋଚନା କରିବେ । ନ୍ୟୁଜିଲାଣ୍ଡର ସଫଳ ଯାତ୍ରା ପରେ କାନବେରାରେ ପହଞ୍ଚିଛନ୍ତି ଏସ ଜୟଶଙ୍କର ।

ଏହା ବି ପଢନ୍ତୁ...US-South Korea Drills: ପୁଣି ଦୁଇଟି ମିସାଇଲ ଲଞ୍ଚ କଲା ଉତ୍ତର କୋରିଆ

ନ୍ୟୁଜିଲାଣ୍ଡ ଗସ୍ତରେ ବୈଦେଶିକ ମନ୍ତ୍ରୀ ଅକଲ୍ୟାଣ୍ଡରେ ନ୍ୟୁଜିଲ୍ୟାଣ୍ଡର ବୈଦେଶିକ ମନ୍ତ୍ରୀ ନାନାୟା ମହୁଟାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ । ଏହା ସହ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡନଙ୍କୁ ଭେଟିଥିଲେ । ନ୍ୟୁଜିଲାଣ୍ଡ ମନ୍ତ୍ରୀ ହୋଇଥିବା ଭାରତୀୟ ମୂଳ ମହିଳା ପ୍ରିୟଙ୍କା ରାଧାକୃଷ୍ଣନଙ୍କ ସମେତ ଅନେକ ମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Last Updated : Oct 10, 2022, 9:20 AM IST

ABOUT THE AUTHOR

...view details