ଓଡିଶା

odisha

ETV Bharat / international

Israel Hamas War: ଶତାଧିକ ହମାସ ଆକାଉଣ୍ଟ ହଟାଇଲା ଏକ୍ସ, କହିଲା ଆତଙ୍କୀ ସଂଗଠନ ପାଇଁ ନାହିଁ ସ୍ଥାନ - ଇସ୍ରାଇଲ ଓ ହମାସ ମଧ୍ୟରେ ସାଇବର ଆଟାକ

ଇସ୍ରାଇଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏକ ବଡ ପଦକ୍ଷେପ ଗ୍ରହଣ କରିଛି । ଏକ୍ସ ପ୍ଲାଟଫର୍ମରୁ ଶତାଧିକ ହମାସ ସମ୍ୱନ୍ଧିୟ ଆକାଉଣ୍ଟକୁ ହଟାଇ ଦିଆଯାଇଛି ଓ ଅନେକ କଣ୍ଟେଣ୍ଟକୁ ଡିଲେଟ ଓ ଲେବଲ କରାଯାଇଛି । ଅଧିକ ପଢନ୍ତୁ..

ଇସ୍ରାଇଲ ଓ ହମାସ ମଧ୍ୟରେ ଯୁଦ୍ଧ
ଇସ୍ରାଇଲ ଓ ହମାସ ମଧ୍ୟରେ ଯୁଦ୍ଧ

By ETV Bharat Odisha Team

Published : Oct 13, 2023, 8:06 AM IST

ହାଇଦ୍ରାବାଦ: ଇସ୍ରାଇଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏକ ବଡ ପଦକ୍ଷେପ ଗ୍ରହଣ କରିଛି । ଏକ୍ସ ପ୍ଲାଟଫର୍ମରୁ ଶତାଧିକ ହମାସ ସମ୍ୱନ୍ଧିୟ ଆକାଉଣ୍ଟକୁ ହଟାଇ ଦିଆଯାଇଛି ଓ ଅନେକ କଣ୍ଟେଣ୍ଟକୁ ଡିଲେଟ ଓ ଲେବଲ କରାଯାଇଛି । ଏଥିସହ ଆତଙ୍କବାଦ ସଂଗଠନ ପାଇଁ ଏକ୍ସରେ କୌଣସି ସ୍ଥାନ ନାହିଁ ସିଧାସଳଖ ଲେଖିଛନ୍ତି ଏକ୍ସ ସିଇଓ ଲିଣ୍ଡା ୟୋକୋରିନୋ(Linda Yaccorino) ।

ଇସ୍ରାଇଲ- ହମାସ ଯୁଦ୍ଧ କେବଳ ମାଟିରେ ଆକ୍ରମଣରେ ସୀମିତ ନାହିଁ ବରଂ ଡିଜିଟାଲ ମିଡିଆରେ ବି 2 ଦେଶ ମଧ୍ୟରେ ଆକ୍ରମଣ ଦେଖିବାକୁ ମିଳିଛି । ତେବେ ଏଲନ ମକ୍ସଙ୍କ କମ୍ପାନୀ ହମାସ ସହ ଜଡିତ ଶତାଧିକ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦେଇଥିବା ବେଳେ ଭ୍ରମାତ୍ମକ ତଥା ଘୃଣାସୃଷ୍ଟିକାରୀ ଶତାଧିକ କଣ୍ଟେଣ୍ଟ ବିରୋଧରେ ବି କଡା ଆକ୍ସନ ଗ୍ରହଣ କରିଛି । ଏହି କଣ୍ଟେଣ୍ଟ ଗୁଡିକୁ ଏକ୍ସ ପ୍ଲାଟଫର୍ମରୁ ଡିଲେଟ କରାଯାଇଛି । ସିଇଓ(CEO) ଲିଣ୍ଡା ୟୋକୋରିନୋ(Linda Yaccorino) ଗୁରୁବାର ଦିନ ଏବାବଦରେ ଏକ୍ସରେ ପୋଷ୍ଟ କରିଛନ୍ତି । ଏକ୍ସ ଏକ ଚିଠି ସେୟାର କରି ଏବାବଦରେ ସେ ସ୍ପଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ଇସ୍ରାଇଲ ଉପରେ ହମାସର ଆକ୍ରମଣ ପରେ ହମାସ ସମ୍ୱନ୍ଧୀୟ ଶତାଧିକ ଆକାଉଣ୍ଟ ଏକ୍ସରୁ ହଟାଇ ଦିଆଯାଇଛି । ୟୁରୋପୀୟ ସଂଘ(EU) ଆୟୁକ୍ତ ବ୍ରିଟନଙ୍କୁ ଏନେଇ ଏକ ପତ୍ର ଲେଖିବା ସହ ଏକ୍ସରେ ପୋଷ୍ଟ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ସିରିୟା ସୀମାରେ ପଶିଲା ଇସ୍ରାଏଲ, 2 ଏୟାରପୋର୍ଟରେ କଲା ଏୟାର ଷ୍ଟ୍ରାଇକ !

ଇସ୍ରାଇଲ ଓ ହମାସ ଯୁଦ୍ଧକୁ ନେଇ ଏକ୍ସରେ ବିଭିନ୍ନ ପ୍ରକାର ପୋଷ୍ଟ ଦେଖିବାକୁ ମିଳିଛି । ଅନେକ କଣ୍ଟେଣ୍ଟ ସୋସିଆଲ ପ୍ଲାଟଫର୍ମ ନିୟମକୁ ଉଂଲ୍ଲଘନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଅନେକ କଣ୍ଟେଣ୍ଟ୍‌ ଘୃଣା ସୃଷ୍ଟିକାରୀ ଓ ବିଚଳିତ କରୁଥିବା ଥିବା ମଧ୍ୟ ଦେଖିବାକୁ ମିଳିଛି । ଅର୍ଥାତ ନଗ୍ନ, ରକ୍ତାକ୍ତ ମୃତଦେହ, ଫାୟାରିଂ, ଲୋକମାନଙ୍କୁ ଭୟଭୀତ କରାଯାଉଥିବା ଭଳି ଅନେକ ପୋଷ୍ଟ ଭାଇରାଲ ହେଉଥିଲା । ଯାହା ବିରୋଧରେ ଆକ୍ସନ ନେବାକୁ ଇୟୁ ଏକ୍ସକୁ ନିର୍ଦ୍ଦେଶ ଦେଇଥିଲା । ଡିଜିଟାଲ ସେବା ଅଧିନିୟମ(Digital Services Act) ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲା ଇୟୁ । ନଚେତ ଏକ୍ସ ବିରୋଧରେ ଆକ୍ସନ ନିଆଯିବ ବୋଲି କଡା ଚେତାବନୀ ଦେଇଥିଲା । ଇୟୁ ନିର୍ଦ୍ଦେଶର 24 ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏକ୍ସ । ଶତାଧିକ ଆକାଉଣ୍ଟ ବନ୍ଦ କରିବା ସହ ଶତାଧିକ ପୋଷ୍ଟ ଡିଲିଟ କରିଛି । ଏଥିସହ ସୋସିଆଲ ପ୍ଲାଟଫର୍ମରେ ଆତଙ୍କବାଦ ପାଇଁ କୌଣସି ସ୍ଥାନ ନାହିଁ ବୋଲି ଲେଖିଛନ୍ତି ଏକ୍ସ ସିଇଓ ।

ଏହାମଧ୍ୟ ପଢନ୍ତୁ..Operation Ajay: ଇସ୍ରାଏଲରୁ ୨୧୨ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ପ୍ରଥମ ବିମାନ

ହମାସ ଓ ଇସ୍ରାଇଲ ମଧ୍ୟରେ ଯୁଦ୍ଧ ସ୍ଥଳଭାଗ ସହ ସାଇବର ଓ୍ବାର୍ଲ୍ଡରେ ବି ଜାରି ରହିଛି । ଇସ୍ରାଇଲର ଅନେକ ସରକାରୀ ଓ୍ବେବସାଇଟ ଉପରେ ସାଇବର ଆଟାକ ହୋଇଥିବା ସୂଚନା ରହିଛି । ରିପୋର୍ଟ ଅନୁସାରେ ପାଖପାପାଖି 35 ପ୍ରୋ ପାଲେଷ୍ଟାଇନନ ଗ୍ରୁପ ଇସ୍ରାଇଲ ଓ୍ବେବସାଇଟକୁ ଟାର୍ଗେଟ କରିଛନ୍ତି । ପାଲେଷ୍ଟାଇନ ସହ ଜଡିତ ଓ୍ବେବସାଇଟ୍‌କୁ ଟାର୍ଗେଟ କରାଯାଉଥିବା ମଧ୍ୟ ସୂଚନା ରହିଛି । ତେବେ ହମାସର ଅଧିକାରୀମାନଙ୍କ ଓ୍ବେବସାଇଟ୍‌, ପାଲେଷ୍ଚାଇନ ନ୍ୟାସନାଲ ବ୍ୟାଙ୍କ୍‌ ସମେତ ଅନ୍ୟନ୍ୟା ଓ୍ବେବସାଇଟ୍‌ଗୁଡ଼ିକ ହ୍ୟାକ୍‌ ହେଉଥିବା ସୂଚନା ରହିଛି ।

ତେବେ 6 ଦିନ ହେଲା ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଗତ ଶନିବାର ସକାଳେ ଇସ୍ରାଇଲ ଉପରେ ହମାସ 5000 ରକେଟ ମାଡ କରିବା ପରେ 2 ଦେଶ ମଧ୍ୟ ଯୁଦ୍ଧ ଘୋଷଣା ହୋଇଥିଲା । ଇସ୍ରାଇଲ- ହମାସ ମଧ୍ୟରେ ଯୁଦ୍ଧରେ 2 ଦେଶର ହଜାର ହଜାର ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ବିଲ୍ଡିଂ ଧ୍ୱଂସସ୍ତୁପରେ ପରିଣତ ହୋଇଗଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details