ତେଲ ଆଭିଭ:ଇସ୍ରାଏଲ ହମଲାରେ ହମାସ ବାୟୁସେନା ମୁଖ୍ୟଙ୍କ ମୃତ୍ୟୁ । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସ ବାୟୁସେନା ମୁଖ୍ୟ ମୁରାଦ ଅବୁ ମୁରାଦର ମୃତ୍ୟୁ ହୋଇଥିବା ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ( ଆଇଡିଏଫ) ଦାବି କରିଛି । ଆଇଡିଏଫର ସୂଚନା ମୁତାବକ, ସେମାନେ ଅବୁ ମୁରାଦଙ୍କ ମୁଖ୍ୟାଳୟକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରିଥିଲା ଇସ୍ରାଏଲ । ଅବୁ ମରାଦର ଏହି ସ୍ଥାନରୁ ହମାସ ବାୟୁ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରୁଥିଲା । ଏୟାର ଷ୍ଟ୍ରାଇକରେ ଅବୁ ମୁରାଦର ମୃତ୍ୟୁ ହୋଇଛି।
ତେବେ ଗତ ସପ୍ତାହରେ ଇସ୍ରାଏଲରେ ହୋଇଥିବା ହତ୍ୟାକାଣ୍ଡରେ ଅବୁ ମୁରାଦ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ଆଇଡିଏଫ ଦାବି କରିଛି । ଅବୁ ମୁରାଦର ନିର୍ଦ୍ଦେଶରେ ହମାସ ଆତଙ୍କୀମାନେ ଆକାଶ ମାର୍ଗରୁ ଆକ୍ରମଣ କରିଥିଲେ । ହ୍ୟାଙ୍ଗ ଗ୍ଲାଇଡର୍ସ ମାଧ୍ୟମରେ ଇସ୍ରାଏଲରେ ପ୍ରବେଶ କରଥିବା ଆତଙ୍କବାଦୀମାନଙ୍କୁ ମୁରାଦଲ ନିର୍ଦ୍ଦେଶ ଦେଇଥିଲା । ଗତ ଶୁକ୍ରବାର ରାତିରେ ହମାସ ବାୟୁସେନାର ଅନେକ ସ୍ଥାନରେ ଆକାଶ ମାର୍ଗରୁ ଆକ୍ରମଣ କରିଥିଲା ଇସ୍ରାଏଲ । ଆଜି(ଶନିବାର) ଆକ୍ରମଣକୁ ଆହୁରି ତୀବ୍ର କରିଛି ଇସ୍ରାଏଲ । ଇସ୍ରାଏଲର ସୈନ ଗାଜାର ସୀମା ଭିତରେ ପ୍ରବେଶ କରି ଆକ୍ରମଣ ଆରମ୍ଭ କରିଛି । ଏଥିରେ ଗାଜାର ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ...Israel-Hamas War: ଯୁଦ୍ଧ ଖବର ସଂଗ୍ରହ କରିବାକୁ ଯାଇ ରୟଟର୍ସ ସାମ୍ବାଦିକ ମୃତ, 6 ଆହତ