ଇରବିଲ୍: ଇରାକରେ ପଶି ଇରାନର ମିସାଇଲ ଷ୍ଟ୍ରାଇକ । ସୋମବାର ବିଳମ୍ବିତ ରାତିରେ ଇରାକର ଅର୍ଦ୍ଧ ସ୍ୱୟଂଶାସିତ ଅଞ୍ଚଳ କୁର୍ଦିସ୍ତାନର ରାଜଧାନୀ ଆର୍ବିଲଠାରେ ଆମେରିକାର ବାଣିଜ୍ୟ ଦୂତାବାସ ନିକଟରେ ଏକାଧିକ ମିଶାଇଲ ମାଡ ହୋଇଛି । ଇରାନ ରେଭୁଲ୍ୟୁସନାରୀ ଗାର୍ଡ୍ସ କର୍ପ୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଏହି ଆକ୍ରମଣ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦର ମୁଖ୍ୟାଳୟ ଏବଂ ଇରାନ ବିରୋଧି ଆତଙ୍କବାଦୀ ସଂଗଠନମାନଙ୍କ ଆଡ୍ଡା ଉପରେ କରାଯାଇଥିବା ଇରାନ ରେଭୁଲ୍ୟୁସନାରୀ ଗାର୍ଡ୍ସ କର୍ପ୍ସ ପକ୍ଷରୁ କୁହାଯାଇଛି ।
କୁର୍ଦିସ୍ତାନ ସିକ୍ୟୁରିଟି କାଉନସିଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଆକ୍ରମଣରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ଏହି ଆଟାକରେ ଦେଶର ପ୍ରମୁଖ ବ୍ୟବସାୟୀ ପେଶ୍ରା ଦିଜାୟୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଇରାକ ସଂସଦର ଜଣେ ପୂର୍ବତନ ସଦସ୍ୟ ମଶାନ ଅଲ-ଜାବୌରୀ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି କରିଛନ୍ତି ଯେ, ଏହି ଷ୍ଟ୍ରାଇକ ବେଳେ ଗୋଟିଏ ମିଶାଇଲ ତାଙ୍କ ଘର ପାଖରେ ପାଖରେ ପଡିଥିଲା ଏବଂ ତାଙ୍କ ଘର ପାଖରେ ଜଣେ ପ୍ରତିଷ୍ଠିତ ସ୍ଥାନୀୟ ବ୍ୟବସାୟୀ ପେଶ୍ରା ଦିଜାୟୀଙ୍କର ମୃତ୍ୟୁ ଘଟିଛି । ଏହି ଆକ୍ରମଣ ଆମେରିକା ବାଣିଜ୍ୟ ଦୂତାବାସ ନିକଟରେ ପାଖାପାଖି 8ଟି ସ୍ଥାନରେ ହୋଇଥିବା ଜଣାପଡିଛି । ତେବେ ଏଥିରେ ଆମେରିକୀୟଙ୍କ କୌଣସି କ୍ଷତି ହୋଇନାହିଁ । ଅନ୍ୟପଟେ ଏରବିଲରେ ବିମାନ ସେବା ବନ୍ଦ ରହିଛି ।