ୱାସିଂଟନ:ଆସନ୍ତା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଆମେରିକାକୁ ବେଆଇନ ଆପ୍ରବାସୀ ସମସ୍ୟା ବଡ଼ ମୁଦ୍ଦା ଭାବେ ଉଦ୍ଭା ହୋଇଥିଲା ବେଳେ ଏନେଇ ପିଉ ରିସର୍ଚ୍ଚ ସେଣ୍ଟର ଏକ ଆକଳନ ରିପୋର୍ଟ ପ୍ରକାଶ କରିଛି । ବେଆଇନ ଭାବେ ଆମେରିକାରେ ଅନୁପ୍ରବେଶ କରୁଥିବା ତାଲିକାରେ ମେକ୍ସିକୋ ଏବଂ ଏଲ୍ ସାଲଭାଡର ଦେଶର ଲୋକଙ୍କ ପରେ ତୃତୀୟ ସର୍ବବୃହତ ଭାବେ ଭାରତୀୟ ମାନଙ୍କ ସଂଖ୍ୟା ରହିଛି । ରିପୋର୍ଟ ଅନୁଯାୟୀ ଆମେରିକାରେ ବେଆଇନ ଆପ୍ରବାସୀ ଭାରତୀୟଙ୍କ ସଂଖ୍ୟା ପ୍ରାୟ 725000 ରହିଛି । 2021 ମସିହା ପର୍ଯ୍ୟନ୍ତର ଆକଳନ ମୁତାବକ ଦେଶରେ ପ୍ରାୟ 10.5 ମିଲିୟନ ବେଆଇନ ଆପ୍ରବାସୀ ରହୁଥିବା ବେଳେ ଏହା ଆମେରିକାର ମୋଟ ଜନସଂଖ୍ୟାର 3 ପ୍ରତିଶତକୁ ପ୍ରତିନିଧିତ୍ବ କରୁଛି ଏବଂ ସେଥିମଧ୍ୟରୁ ପ୍ରାୟ 22 ପ୍ରତିଶତ ଲୋକ ବିଦେଶରେ ଜନ୍ମ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ ...ହିନ୍ଦୁଧର୍ମ ମୋତେ ପ୍ରେରଣା ଦେଇଛି: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ରାମାସ୍ବାମୀ
ତେବେ 2007ରୁ 2021 ମସିହା ମଧ୍ୟରେ ଏମାନଙ୍କ ସଂଖ୍ୟାରେ ଆଶାତୀତ ବୃଦ୍ଧି ଘଟିଛି ବୋଲି ୱାସିଂଟନର ଏହି ଥିଙ୍କଟ୍ୟାଙ୍କ ପ୍ରକାଶ କରିଛି । ଯେଉଁଥିରେ ସିଂହଭାଗ ଦକ୍ଷିଣ ଆମେରିକାରୁ ପ୍ରାୟ 240000 ଜଣ ଏବଂ ଦକ୍ଷିମ ପୂର୍ବ ଏସିଆରୁ 180000 ଜଣ ରହିଛନ୍ତି । ବେଆଇନ ଆପ୍ରବାସୀ ତାଲିକାରେ ମେକ୍ସିକୋ 4.1 ମିଲିୟନ ଜନସଂଖ୍ୟା ସହ ପ୍ରଥମରେ ଥିବା ବେଳେ, ଏଲ ସାଲଭାଡର 800000 ଜନସଂଖ୍ୟା ସହ ଦ୍ବିତୀୟ ଏବଂ 725,000 ଜନସଂଖ୍ୟା ସହିତ ଭାରତ ତୃତୀୟ ସ୍ଥାନରେ ରହିଛି ।