ୱାଶିଂଟନ:ଆମେରିକାରେ ଭାରତୀୟଙ୍କ କମାଲ । ନ୍ୟୁ ଜର୍ସିରେ ଆୟୋଜିତ ମିସ ଇଣ୍ଡିଆ ୟୁଏସ ମୁକୁଟ ପିନ୍ଧିଛନ୍ତି ଭାରତୀୟ ବଂଶୋଦ୍ଭବ 18 ବର୍ଷୀୟ ଆର୍ଯ୍ୟ ୱାଲଭେକର । 74 ଜଣଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଆର୍ଯ୍ୟ ୱାଲଭେକର । ଜଣେ ଅଭିନେତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ମିସ ଇଣ୍ଡିଆ ୟୁଏସ ମୁକୁଟ ବିଜୟିନୀ ଆର୍ଯ୍ୟା ।
ଭିର୍ଗିନିଆ ୟୁନିଭର୍ସିଟିର ଦ୍ବିତୀୟ ବର୍ଷ ପାରାମେଡିକାଲ ଛାତ୍ରୀ ଆର୍ଯ୍ୟା । ପିଲାଦିନୁ ଦେଖିଥିବା ସ୍ବପ୍ନ ପୁରଣ କରିଛନ୍ତି ଆର୍ଯ୍ୟା । ଆଗକୁ ଟିଭି ଏବଂ ଚଳଚ୍ଚିତ୍ରରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ଆର୍ଯ୍ୟ ୱାଲଭେକର । ବିଭିନ୍ନ ସ୍ଥାନ ବୁଲିବାକୁ ଆର୍ଯ୍ୟାଙ୍କୁ ଭଲ ଲାଗେ । ଅଭିନେତ୍ରୀ ହେବାକୁ ଲକ୍ଷ୍ୟ ରଖିଥିବା ଆର୍ଯ୍ୟା କହିଛନ୍ତି, '' ମୁଁ ନିଜକୁ ସିଲଭର ସ୍କିନରେ ଦେଖିବାକୁ ଚାହେଁ । ଫିଲ୍ମ ଓ ଟିଭିରେ କାମ କରିବାକୁ ଲକ୍ଷ୍ୟ ରଖିଛି'' । ଏହାଛଡା ରୋଷେଇ କରିବା ଓ ତର୍କ ପ୍ରତିଯୋଗିତାରେ ଭାଗ ନେବାକୁ ଆର୍ଯ୍ୟାଙ୍କୁ ଭଲ ଲାଗେ । ଆର୍ଯ୍ୟା ମିସ ଇଣ୍ଡିଆ ୟୁଏସ ମୁକୁଟ ପିନ୍ଧିଥିବାବେଳେ ଦ୍ବିତୀୟ ସ୍ଥାନରେ ସୟୁମା ଶର୍ମା ଓ ତୃତୀୟ ସ୍ଥାନରେ ନ୍ୟୁ ଜର୍ସିର ସଞ୍ଜନା ଚେକୁରୀ ରହିଛନ୍ତି ।