ଓଡିଶା

odisha

ETV Bharat / international

ଅନାସ୍ଥା ପ୍ରସ୍ତାବ ଭୋଟରେ ପରାଜୟ, ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ଇମ୍ରାନ - ଇମ୍ରାନ ଖାନ

ଅନାସ୍ଥା ପ୍ରସ୍ତାବ ଭୋଟିଂରେ ହାରିଲେ ଇମ୍ରାନ ଖାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ଇମ୍ରାନ । ଅଧିକ ପଢନ୍ତୁ

ଅନାସ୍ଥା ପ୍ରସ୍ତାବ ଭୋଟରେ ପରାଜୟ, ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ଇମ୍ରାନ
ଅନାସ୍ଥା ପ୍ରସ୍ତାବ ଭୋଟରେ ପରାଜୟ, ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ଇମ୍ରାନ

By

Published : Apr 10, 2022, 6:40 AM IST

Updated : Apr 10, 2022, 9:00 AM IST

ଇସଲାମବାଦ: ସବୁ କଳ୍ପନା ଜଳ୍ପନାରେ ପଡିଲା ପୂର୍ଣ୍ଣଚ୍ଛେଦ । ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ଇମ୍ରାନ ଖାନ । ବିରୋଧିଙ୍କ ଶେଷ ବଲରେ କ୍ଲିନ୍ ଆଉଟ୍ ହୋଇଛନ୍ତି କ୍ୟାପଟେନ । ଅନାସ୍ଥା ପ୍ରସ୍ତାବ ଭୋଟରେ ଇମ୍ରାନ ସରକାରଙ୍କ ପତନ ହୋଇଛି । ଅନାସ୍ଥା ପ୍ରସ୍ତାବରେ ବହିଷ୍କୃତ ହେବାର ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ । ପାକିସ୍ତାନ ସଂସଦର ମୋଟ ସଦସ୍ୟ ସଂଖ୍ୟା ୩୪୨ ହୋଇଥିବା ବେଳେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୭୪ଟି ଭୋଟ ମିଳିଥିଲା । ଫଳରେ ଇମ୍ରାନ ଖାନଙ୍କ ପରାଜୟ ହୋଇଛି ଏବଂ ସେ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି ।

ଅନାସ୍ଥା ପ୍ରସ୍ତାବ ଭୋଟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଟାଳିବା ପାଇଁ ଦିନତମାମ୍ ଶାସକ ଦଳ କସରତ କରିଥିଲେ । ଏହାକୁ ନେଇ ସଂସଦରେ ତୁମ୍ବିତୋଫାନ ହେବା ପରେ ବାଚସ୍ପତି ଗୃହ କାର୍ଯ୍ୟ ମୁଲତବୀ ରଖିଥିଲେ । ଦିନସାରା ହାଇଡ୍ରାମା ପରେ ହେଲେ ପୁଣି ରାତି ଅଧରେ ସଂସଦ ବୈଠକ ବସିଥିଲା । ଏହାପୂର୍ବରୁ ସରକାରୀ ଦଳର ସମସ୍ୟ ସଦସ୍ୟ କକ୍ଷ ତ୍ୟାଗ କରିଥିଲେ । ବାଚସ୍ପତି ଓ ଉପବାଚସ୍ପତି ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଏହାପରେ ବିରୋଧି ମେଣ୍ଟ ସଦସ୍ୟଙ୍କ ଉପସ୍ଥିତିରେ ପିଏନଏଲ(ଏନ) ସାଂସଦ ଆୟାଜ ସିଦ୍ଦିକିଙ୍କୁ ଅସ୍ଥାୟୀ ବାଚସ୍ପତି ନିର୍ବାଚିତ କରାଯାଇଥିଲା । ନୂଆ ବାଚସ୍ପତିଙ୍କୁ ଦ୍ବାରା ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଇଥିଲେ । ମତଦାନରେ ଇମ୍ରାନଙ୍କ ବିରୁଦ୍ଧରେ ୧୭୪ଟି ଭୋଟ ପଡିଥିଲା । ଏହାସହିତ ଇମ୍ରାନ ସରକାରର ପତନ ହୋଇଛି ।

Last Updated : Apr 10, 2022, 9:00 AM IST

ABOUT THE AUTHOR

...view details