ଓଡିଶା

odisha

G-20ର ସ୍ଥାୟୀ ସଦସ୍ୟ ହେଲା ଆଫ୍ରିକୀୟ ୟୁନିୟନ, ଘୋଷଣା କଲେ ମୋଦି

By ETV Bharat Odisha Team

Published : Sep 9, 2023, 1:01 PM IST

ଜି 20ର ସ୍ଥାୟୀ ସଦସ୍ୟ ହେଲା ଆଫ୍ରିକୀୟ ୟୁନିୟନ । ଆଫ୍ରିକୀୟ ୟୁନିୟନର ସଦସ୍ୟତା ନେଇ ସମସ୍ତଙ୍କ ସହମତି ରହିଥିବା କହିଲେ ମୋଦି । ଅଧିକ ପଢନ୍ତୁ

African Union as permanent member of G20
African Union as permanent member of G20

ନୂଆଦିଲ୍ଲୀ: ପ୍ରଗତି ମଇଦାନର ଭାରତ ମଣ୍ଡପରେ ଆରମ୍ଭ ହୋଇଯାଇଛି ଜି20 ମହାକୁମ୍ଭ । ବିଶ୍ବନେତାଙ୍କୁ ସ୍ବାଗତ ପରେ ଆରମ୍ଭ ହୋଇଯାଇଛି ପ୍ରଥମ ସେସନ । ଏହା ପୂର୍ବରୁ ସମ୍ବୋଧନ ସମୟରେ ଆଫ୍ରିକୀୟ ୟୁନିୟନକୁ ଜି 20ର ସ୍ଥାନୀୟ ସଦସ୍ୟ ଭାବେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଫ୍ରିକୀୟ ୟୁନିୟନର ଅଧ୍ୟକ୍ଷ ଅଂଜାଲି ଅସୋମାନିଙ୍କୁ ଆସନ ଗ୍ରହଣ କରିବାକୁ କହିବା ସହ ଆଲିଙ୍ଗନ କରିଥିଲେ ପ୍ରଧାନମନ୍ତ୍ରୀ । ଜି 20ରେ ଆଫ୍ରିକୀୟ ୟୁନିୟନର ସଦସ୍ୟତା ନେଇ ସମସ୍ତଙ୍କ ସହମତି ରହିଥିବା ମଧ୍ୟ କହିଥିଲେ । ଜି 20ରେ ମୋଟ 20ଟି ଦେଶ ସଦସ୍ୟ ରହିଥିବା ବେଳେ ଆଫ୍ରିକୀୟ ୟୁନିୟନ ସଦସ୍ୟ ହେବା ପରେ ଏହା ଜି 21ରେ ପରିଣତ ହୋଇଛି ।

ଜି 20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମସ୍ତଙ୍କ ସହମତିରେ ମୁଁ ଆଫ୍ରିକୀୟ ୟୁନିୟନର ଅଧ୍ୟକ୍ଷଙ୍କୁ ଜି 20ର ସ୍ଥାୟୀ ସଦସ୍ୟ ଭାବେ ଆସନ ଗ୍ରହଣ କରିବାକୁ ମୁଁ ନିମନ୍ତ୍ରଣ କରୁଛି । ଏହାପରେ ଆଫ୍ରିକୀୟ ୟୁନିୟନର ଅଧ୍ୟକ୍ଷ ଅଂଜାଲି ଅସୋମାନି ଜି 20 ସମ୍ମିଳନୀରେ ସ୍ଥାୟୀ ସଦସ୍ୟ ଭାବେ ଆସନ ଗ୍ରହଣ କରିଥିଲେ । ଜି 20ରେ ଆଫ୍ରିକୀୟ ୟୁନିୟନକୁ ସଦସ୍ୟତା ଦେବା ଭାରତର ମୁଖ୍ୟ ଲକ୍ଷ୍ୟ ରହିଥିଲା । ଆଫ୍ରିକୀୟ ୟୁନିୟନକୁ ଜି-20ରେ ସାମିଲ କରିବା ପାଇଁ ଜୁନ ମାସରେ ପ୍ରଧାନମନ୍ତ୍ରୀ ମୋଦି ପ୍ରସ୍ତାବ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-G20 Summit: ଜି-୨୦ ମହାକୁମ୍ଭ ଆରମ୍ଭ, ବିଶ୍ବନେତାଙ୍କୁ ସ୍ବାଗତ କଲେ ପ୍ରଧାନମନ୍ତ୍ରୀ ମୋଦି

ଜି 20 ସଦସ୍ୟ:ଭାରତ, ଆମେରିକା, ଋଷ, ଚୀନ ଇଣ୍ଡୋନେସିଆ, ଇଟାଲୀ, ଜାପାନ, ବ୍ରାଜିଲ, ଆର୍ଜେଣ୍ଟିନା, ଜର୍ମାନୀ, ମେକ୍ସିକୋ, ଫ୍ରାନ୍ସ, ଅଷ୍ଟ୍ରେନିଆ, ସାଉଦୀ ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଇଂଲଣ୍ଡ, କାନାଡା, ଦକ୍ଷିଣ କୋରିଆ, ୟୁରୋପିୟନ ସଂଘ ଓ ଆଫ୍ରିକୀୟ ୟୁନିୟନ ।

ସକାଳ 10ଟା 30 ସମୟରେ ଜି 20 ସମ୍ମିଳନୀ ଆରମ୍ଭ ହୋଇଛି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମରକ୍କୋ ଭୂମିକମ୍ପରେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ଭୂମିକମ୍ପ ଜନିତ ମୃତାହତ ନେଇ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଦୁଃଖଦ ସମୟରେ ମରକ୍କୋକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ ବୋଲି କହିଥିଲେ ମୋଦି । ଭାରତ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜି 20 ବୈଠକର ମୁଖ୍ୟ ଥିମ୍ ରହିଛି 'ବସୁଧୈବ କୁଟୁମ୍ବକମ୍' ବା 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' । ଏହି ସମ୍ମିଳନୀରେ 30ରୁ ଅଧିକ ରାଷ୍ଟ୍ରମୁଖ୍ୟ ଏବଂ ୟୁରୋପୀୟ ସଂଘର ଶୀର୍ଷ ଅଧିକାରୀମାନେ ସାମିଲ ହୋଇଛନ୍ତି।

ABOUT THE AUTHOR

...view details