ଓଡିଶା

odisha

ETV Bharat / international

ଆତ୍ମସମର୍ପଣର 20 ମିନିଟରେ ମୁକୁଳିଲେ ଡୋନାଲ୍ଡ ଟ୍ରମ୍ପ - ଡୋନାଲ୍ଡ ଟ୍ରମ୍ପ

ନିର୍ବାଚନ ଫଳାଫଳ ବଦଳାଇବା ଅଭିଯୋଗରେ ଆତ୍ମସମର୍ପଣର 20 ମିନିଟ ପରେ ଜେଲରୁ ମୁକୁଳିଲେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଅଧିକ ପଢନ୍ତୁ

former us president donald trump surrender in jail
ଗିରଫର 20ମିନିଟରେ ମୁକୁଳିଲେ ଡୋନାଲ୍ଡ ଟ୍ରମ୍ପ

By ETV Bharat Odisha Team

Published : Aug 25, 2023, 8:37 AM IST

ୱାଶିଂଟନ ଡିସି: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆତ୍ମସମର୍ପଣ କରିଛନ୍ତି । ଗିରଫ ହେବାର 20 ମିନିଟ ପରେ ବେଲରେ ଆସିଛନ୍ତି ଟ୍ରମ୍ପ । 2 ଲକ୍ଷ ଡଲାର ମୁଚାଲିକାରେ ଜେଲରୁ ବାହାରିଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନ ଫଳାଫଳ ବଦଳାଇବା ଅଭିଯୋଗରେ ଗିରଫ ହୋଇଥିଲେ । ଜର୍ଜିଆ ଆଟାଲାଣ୍ଟା ଜେଲରେ ଆତ୍ମସମର୍ପଣ କରିଥିଲେ ଟ୍ରମ୍ପ । ତାଙ୍କ ବିରୋଧରେ 13ଟି ଅଭିଯୋଗ ରହିଛି । 5 ମାସରେ 4ଥର ଗିରଫ ହେଲେଣି ଟ୍ରମ୍ପ ।

ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ଫଳାଫଳରେ ହେରଫେର କରିଥିବା ନେଇ ଆଟଲାଣ୍ଟାର ଫୁଲଟୋନ କାଉଣ୍ଟି ଜେଲରେ ଆତ୍ମସମର୍ପଣ କରିଥିଲେ । ଅତ୍ମସମର୍ପଣର ମାତ୍ର 20 ମିନିଟରେ ଜେଲରୁ ମୁକୁଳିଥିଲେ । 2 ଲକ୍ଷ ଡଲାର ବଣ୍ଡ ମୁଚାଲିକାରେ ଜେଲରୁ ବାହାରିଛନ୍ତି ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଜେଲରେ ଟ୍ରମ୍ପ ଆତ୍ମର୍ପଣ କରିବା ମାତ୍ର ତାଙ୍କ ସମର୍ଥକ ବ୍ୟାନର ଏବଂ ଆମେରିକା ପତାକା ଧରି ତାଙ୍କୁ ଦେଖିବାକୁ ଭିଡ ଲଗାଇଥିଲେ ।

କଣ ପୂରା ମାମଲା: ଟ୍ରମ୍ପ 2020 ମସିହାରେ ଆମେରିକାର ଜର୍ଜିଆରେ ହୋଇଥିବା ନିର୍ବାଚନ ଫଳାଫଳକୁ ବଦଳାଇବା ଅଭିଯୋଗ ରହିଥିଲା । ଏନେଇ ତାଙ୍କ ବିରୋଧରେ 45 ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିଲା । ଏଥିରେ ଟ୍ରମ୍ପଙ୍କ ବିରୋଧରେ 4ଟି ମାମଲା ରହିଥିଲା । ପ୍ରଥମ ଆମେରିକା ସହ ବିଶ୍ବାସଘାତ କରିବା, ଦ୍ବିତୀୟ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ଷଡଯନ୍ତ୍ର, ତୃତୀୟ କୌଣସି ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ପ୍ରୟାସ କରିବା ଓ ଚତୁର୍ଥ ଅଧିକାରୀଙ୍କ ବିରୋଧରେ ଷଡଯନ୍ତ୍ର ।

କଣ ହୋଇଥିଲା ଅଭିଯୋଗ:ଅଭିଯୋଗରେ କୁହାଯାଇଛି କି ନିର୍ବାଚନରେ ଟ୍ରମ୍ପଙ୍କ ନିର୍ବାଚନରେ ଜିତିବା ଦାବି ମିଛ ଥିଲା । ସେ ନିର୍ବାଚନ ଫଳାଫଳ ସହ ହେରଫର କରିଛନ୍ତି । ତାଙ୍କୁ ଜଣାଥିଲା ତାଙ୍କ ଦାବି ମିଥ୍ୟା । ସେ ଦେଶ ସହ ବିଶ୍ବାସଘାତ, ଲୋକଙ୍କୁ ଉସକାଇବା ଭଳି ପରିସ୍ଥିତି ସୃଷ୍ଟି କରିଥିଲେ । ନିର୍ବାଚଳ ଫଳାଫଳ ପ୍ରକାଶରେ ଜନତାଙ୍କ ବିଶ୍ବାସ ହଟାଇବାକୁ ଏପରି କରିଥିଲେ । ଏହି ଷଡଯନ୍ତ୍ର କରି କ୍ଷମତାରେ ରହିବାକୁ ଟ୍ରମ୍ପ ଚାହୁଁଥିଲେ ।

ଏହା ବି ପଢନ୍ତୁ...ଗୋପନ ଦସ୍ତାବିଜ ରଖିବା ମାମଲାର ଡୋନାଲ୍ଡ ଟ୍ରମ୍ପ ଗିରଫ, ମିଳିଲା ଜାମିନ

ଏହା ବି ପଢନ୍ତୁ...ଯୌନ ଶୋଷଣ ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ, ଗଣିବେ ଏତିକି ଟଙ୍କା

ପ୍ରକାଶ ଥାଉ କି, ଏହା ପୂର୍ବରୁ ଆଉ ଥରେ ଗିରଫ ହୋଇଥିଲେ ଟ୍ରମ୍ପ । ଜାତୀୟ ସୁରକ୍ଷା ସମ୍ପର୍କିତ ଗୋପନ ତଥ୍ୟ ଲୁଚାଇବା ମାମଲାରେ ଜୁନ 14 ତାରିଖରେ ଟ୍ରମ୍ପ ଗିରଫ ହୋଇଥିଲେ । ୨୦୨୧ ମସିହା ଜାନୁଆରୀରେ ଟ୍ରମ୍ପ ହ୍ବାଇଟ୍ ହାଉସ ଛାଡିବା ସମୟରେ ଜାତୀୟ ସୁରକ୍ଷା ସମ୍ବଳିତ ଅନେକ ଗୋପନ ଦସ୍ତାବିଜ ତାଙ୍କ ଫ୍ଲୋରିଡା ସ୍ଥିତ ଘରକୁ ନେଇ ଯାଇଥିଲେ । ପରମାଣୁ, ଅସ୍ତ୍ରଶସ୍ତ୍ର ଫାଇଲ, ଆମେରିକାର ବିଦେଶ ନୀତି, ପେଣ୍ଟାଗନ ସହ ସମ୍ବଳିତ ବହୁ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ନିଜ ପାଖରେ ରଖିଥିଲେ । ଜାତୀୟ ସୁରକ୍ଷା ସମ୍ପର୍କିତ ଫାଇଲକୁ ଜାଣିଶୁଣି ନିଜ ପାଖରେ ଲୁଚାଇ ରଖିବା, ମିଥ୍ୟା ବୟାନ ଦେବା ଅଭିଯୋଗରେ ଟ୍ରମ୍ପ ଓ ତାଙ୍କର ପୂର୍ବତନ ସହଯୋଗୀ ୱାଲ୍ଟ ନୌଟାଙ୍କ ନାଁରେ ମାମଲ ରୁଜୁ ହୋଇଥିଲା ।

ABOUT THE AUTHOR

...view details