ଓଡିଶା

odisha

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆକ୍ରମଣ

By

Published : Apr 3, 2022, 12:06 PM IST

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆକ୍ରମଣ । ଇମ୍ରାନ ଖାନଙ୍କ ପିଟିଆଇ ଦଳର ଜଣେ ସମର୍ଥକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆକ୍ରମଣ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆକ୍ରମଣ

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଆକ୍ରମଣ(Former Pakistan PM Nawaz Sharif attacked) । ଶନିବାର ଲଣ୍ଡନ ଠାରେ ତାଙ୍କୁ ଆକ୍ରମଣ ହୋଇଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଟିଆଇ(PTI) ଦଳର ଜଣେ ସମର୍ଥକ ତାଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଏଥିରେ ନୱାଜଙ୍କ ଅଙ୍ଗରକ୍ଷୀ ଆହତ ହୋଇଥିବା ଜଣେ ପାକିସ୍ତାନୀ ସାମ୍ବାଦିକ କହିଛନ୍ତି । ଆକ୍ରମଣକାରୀକୁ ଯଥାସମ୍ଭବ ଗିରଫ କରିବାକୁ ଉଦ୍ୟମ କରାଯାଉଛି ।

ଇମ୍ରାନ ଖାନଙ୍କୁ ବିରୁଦ୍ଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବରେ ଭୋଟିଂର ଗୋଟିଏ ଦିନ ପୂର୍ବରୁ ଏହି ଆକ୍ରମଣ ଘଟିଛି । ଗତକାଲି(ଶନିବାର) ଇମ୍ରାନ ଦେଶବ୍ୟାପୀ ଆନ୍ଦୋଳନର ଡାକରା ଦେଇଥିଲେ । ଏହି ଆକ୍ରମଣ ଘଟଣା ପରେ ତାତିଛନ୍ତି ନୱାଜଙ୍କ ଝିଅ । ଦେଶଦ୍ରୋହ ଏବଂ ଉତ୍ତେଜନା ସୃଷ୍ଟି ପାଇଁ ଇମ୍ରାନ ଖାନ ଗିରଫ ହେବା ଉଚିତ୍ ବୋଲି ନୱାଜଙ୍କ ଝିଅ ମରୟମ ନୱାଜ ସରିଫ୍ କହିଛନ୍ତି । ଏନେଇ ମରୟମ ଟ୍ବିଟ୍ ଯୋଗେ କହିଛନ୍ତି, ପିଟିଆଇର ଯେଉଁ ନେତା ଦେଶରେ ହିଂସା ଓ ଅରାଜକତା ସୃଷ୍ଟି କରୁଛନ୍ତି ତାଙ୍କୁ ଗିରଫ କରି ଜେଲ୍‌ରେ ଫିଙ୍ଗି ଦେବା ଉଚିତ୍ । ଦେଶଦ୍ରୋହ ପାଇଁ ଇମ୍ରାନ ଖାନଙ୍କୁ ମଧ୍ୟ ଗିରଫ କରାଯିବା ଆବଶ୍ୟକ ।

@ANI

ABOUT THE AUTHOR

...view details