ଓଡିଶା

odisha

ETV Bharat / international

ବାଲିରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଲେ ଜୟଶଙ୍କର

ଇଣ୍ଡୋନେସିଆର ବାଲିରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଲେ ଏସ୍ ଜୟଶଙ୍କର । ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ଚାଲିଥିବା ସୂଚନା । ଅଧିକ ପଢନ୍ତୁ

By

Published : Jul 7, 2022, 7:38 PM IST

ବାଲିରେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଲେ ଜୟଶଙ୍କର
ବାଲିରେ ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଲେ ଜୟଶଙ୍କର

ନୂଆଦିଲ୍ଲୀ: ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି(Wang Yi)ଙ୍କୁ ଭେଟିଲେ ଏସ୍ ଜୟଶଙ୍କର । ଆଜି(ଗୁରୁବାର) ଇଣ୍ଡୋନେସିଆର ବାଲିରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଭେଟଘାଟ ହୋଇଛି । ଜୟଶଙ୍କର ଚୀନ ପ୍ରତିପକ୍ଷଙ୍କ ସହ ପୂର୍ବ ଲଦାଖରେ ସୀମା ବିବାଦ, ଚୀନକୁ ଭାରତୀୟ ଛାତ୍ରଙ୍କ ଫେରିବାରେ ସମସ୍ୟା ଓ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳରେ ପ୍ରତିବନ୍ଧକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ବାଲିରେ ଅନୁଷ୍ଠିତ ଜି-୨୦ ରାଷ୍ଟ୍ରର ବୈଠକରେ ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଛି । ଏନେଇ ଜୟଶଙ୍କର ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଚୀନ ପ୍ରତିପକ୍ଷଙ୍କ ସହ ସାକ୍ଷାତକାର ପରେ ଜୟଶଙ୍କର ଟ୍ବିଟ୍ କରିଛନ୍ତି, ''ଆଜି ବାଲିରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ସାକ୍ଷାତରୁ ମୁଁ ଦିନ ଆରମ୍ଭ କଲି । ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ଚାଲିଥିଲା । ଏଥିରେ ସୀମା ସ୍ଥିତି ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । ମୁଁ ଭାରତୀୟ ଛାତ୍ର ଏବଂ ବିମାନ ଚଳାଚଳ ପ୍ରସଙ୍ଗ ଉଠାଇଥିଲି ।'' ଏହାସହିତ ଅନ୍ତର୍ଜାତୀୟ ପରିସ୍ଥିତି ଏବଂ ଜି ୨୦ ବୈଠକରେ ଏହାର ପ୍ରଭାବ ଉପରେ ମଧ୍ୟ ଆଲୋଚନା କରାଯାଇଥିବା ବୈଦେଶିକ ମନ୍ତ୍ରୀ ଜଣାଇଛନ୍ତି । ଗତ ମାର୍ଚ୍ଚ ୨୪ରେ ଚୀନ ବୈଦେଶିକ ମନ୍ତ୍ରୀ ୟାଙ୍ଗ ଦୁଇ ଦିନିଆ ଭାରତ ଗସ୍ତରେ ଆସିବା ପରେ ଏହା ହେଉଛି ତାଙ୍କ ସହ ଜୟଶଙ୍କରଙ୍କ ପ୍ରଥମ ବୈଠକ ।

ପ୍ରକାଶଥାଉ କି, ବେଜିଂର କୋଭିଡ-୧୯ କଟକଣା ଯୋଗୁଁ ହଜାର ହଜାର ଭାରତୀୟ ଛାତ୍ରୀ ଗତ ଦୁଇ ବର୍ଷ ହେଲା ଚୀନ ଫେରି ପାରୁନାହନ୍ତି । ଏହି ସମସ୍ୟା ସମ୍ପର୍କରେ ଭାରତ ଅନେକ ଥର ଚୀନ ସହ ଆଲୋଚନା ମଧ୍ୟ କରିସାରିଛି । ସେହିପରି ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବା ନେଇ ଉଭୟ ପକ୍ଷ ମଧ୍ୟରେ ପୂର୍ବରୁ ଆଲୋଚନା ହୋଇଛି । କିନ୍ତୁ ଏହି ପ୍ରସଙ୍ଗରେ କୌଣସି ଅଗ୍ରଗତି ହୋଇନାହିଁ । ମହାମାରୀ ଯୋଗୁଁ ବିମାନ ଚଳାଚଳ ବନ୍ଦ ରହିଥିଲା ।

ABOUT THE AUTHOR

...view details