ଓଡିଶା

odisha

ETV Bharat / international

ଆମେରିକାରେ ପ୍ରଥମ ଥର ପାଇଁ ମଣିଷ ଦେହରେ H5 ବାର୍ଡ ଫ୍ଲୁ ଚିହ୍ନଟ - ମନୁଷ୍ୟ ଦେହରେ H5 ବାର୍ଡ ଫ୍ଲୁ ଚିହ୍ନଟ

ଆମେରିକାର କଲରାଡୋରରେ ଜଣେ ବ୍ୟକ୍ତିଙ୍କଠାରେ ପ୍ରଥମ କରି H5 ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଅଧିକ ପଢ଼ନ୍ତୁ

first human h5 bird flu case in america
ଆମେରିକାରେ ପ୍ରଥମ ଥର ପାଇଁ ମନୁଷ୍ୟ ଦେହରେ H5 ବାର୍ଡ ଫ୍ଲୁ ଚିହ୍ନଟ

By

Published : Apr 30, 2022, 7:17 AM IST

ୱାଶିଂଟନ: ଆମେରିକାର କଲରାଡୋରରେ ଜଣେ ବ୍ୟକ୍ତିଙ୍କଠାରେ ପ୍ରଥମ କରି H5 ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଏନେଇ ସୂଚନା ଦିଆଯାଇଛି । ସେ ଜଣେ ଅନ୍ତେବାସୀ ହୋଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତିଙ୍କଠାରେ ଏଭିଆନ ଇନଫ୍ଲୁଏଞ୍ଜା H5 ଭୂତାଣୁ ଚିହ୍ନଟ ହୋଇଛି । ସେ H5N1 ବାର୍ଡ ଫ୍ଲୁରେ ଆକ୍ରାନ୍ତ କୁକୁଡ଼ା ମାନଙ୍କୁ ମାରିବାରେ ନିୟୋଜିତ ଥିଲେ । ଯାହା ଫଳରେ ତାଙ୍କ ଶରୀରରେ ଏହି ଭୂତାଣୁ ଦେଖିବାକୁ ମିଳିଛି । ତେବେ ସମଗ୍ର ବିଶ୍ବରେ H5 ଭାଇରସ ଦ୍ବାରା ମାନବ ସଂକ୍ରମଣ ନେଇ ଏହା ହେଉଛି ଦ୍ବିତୀୟ ମାମଲା । କଲରାଡୋରର ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି, ଆକ୍ରାନ୍ତ ବ୍ୟକ୍ତି 40 ବର୍ଷ ବୟସର ହୋଇଥିବାବେଳେ ସେ କେବଳ ଥକ୍କା ଅନୁଭବ କରୁଛନ୍ତି । ବର୍ତ୍ତମାନ ବିଚ୍ଛିନ୍ନ ହୋଇ ଫ୍ଲୁ ଆଣ୍ଟିଭାଇରାଲ୍ ଓସେଲ୍ଟାମିଭିର ଖାଇବା ସହ ଚିକିତ୍ସିତ ହେଉଛନ୍ତି ।

ABOUT THE AUTHOR

...view details