ଓଡିଶା

odisha

By

Published : Apr 4, 2023, 5:25 PM IST

ETV Bharat / international

ପୁତିନଙ୍କ ପାଇଁ ବଢ଼ିଲା ଚିନ୍ତା, NATOର ୩୧ତମ ସଦସ୍ୟ ଭାବେ ସାମିଲ ହେଲା ଫିନ୍‌ଲାଣ୍ଡ

ଆମେରିକା ସହାୟତାରେ NATOର ୩୧ତମ ସଦସ୍ୟ ଭାବେ ଯୋଗ ଦେଲା ଫିନଲାଣ୍ଡ । NATO ସଦସ୍ୟତା ଘୋଷଣା ପରେ ଏବେ ଋଷ ପାଇଁ ବଢ଼ିଲା ଚିନ୍ତା । ଅଧିକ ପଢ଼ନ୍ତୁ

Finland becomes NATO member
NATOରେ ସାମିଲ ହେଲା ଫିନଲାଣ୍ଡ

ବ୍ରୁସେଲ୍ସ:ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହାରି ଭିତରେ ଋଷକୁ ବଡ଼ ଝଟକା ଦେଲା ଆମେରିକା । ଋଷ ପଡ଼ୋଶୀ ରାଷ୍ଟ୍ର ଫିନଲ୍ୟାଣ୍ଡ ଆଜି ନାଟୋର ୩୧ତମ ସଦସ୍ୟ ଭାବେ ଯୋଗ ଦେଇଛି । ଗତ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଚିନ୍ତା ପ୍ରକଟ କରି ନାଟୋରେ ମିଶିବା ପାଇଁ ଫିନଲାଣ୍ଡ ଓ ସ୍ବିଡେନ ଇଚ୍ଛା ପ୍ରକାଶ କରିଥିଲେ । ଫିନଲାଣ୍ଡ ନାଟୋର ସଦସ୍ୟ ଘୋଷଣା ପରେ ଋଷ ପାଇଁ ଚିନ୍ତା ବଢିଛି ।

ଫିନଲାଣ୍ଡ ଓ ଋଷ ମଧ୍ୟରେ ୧୩୦୦ କିମି ଆନ୍ତର୍ଜାତିକ ସୀମା ରହିଛି । ଫିନଲାଣ୍ଡ ନାଟୋରେ ସାମିଲ ହେବା ଆମେରିକା ନେତୃତ୍ବାଧୀନ ମଞ୍ଚର ଶକ୍ତି ଦ୍ବିଗୁଣିତ ହେବ । ପୂର୍ବରୁ ନାଟୋ ସହଯୋଗୀ ତୁର୍କୀ ଓ ହଙ୍ଗେରି ଫିନଲାଣ୍ଡ ଓ ସ୍ବିଡେନର ପ୍ରୟାସକୁ ବିରୋଧ କରିଥିଲେ । ମାତ୍ର ଗତ ସପ୍ତାହରେ ଦୁଇ ଦେଶ ସହମତି ପ୍ରକାଶ କରି ଫିଲନାଣ୍ଡ ସପକ୍ଷରେ ଭୋଟ ଦେଇଥିଲେ । ଫିନଲାଣ୍ଡ ସଦସ୍ୟତା ନେଇ ନାଟୋ ସଚିବ ଜେନେରାଲ ଜେନ୍ସ ଷ୍ଟୋଲଟେନବର୍ଗ କହିଛନ୍ତି ଯେ, ଏହା ଏକ ଐତିହାସିକ ଦିନ । ଏକ ବର୍ଷରୁ କମ ସମୟ ମଧ୍ୟରେ ନାଟୋରେ ଯୋଗଦେବା ପ୍ରକ୍ରିୟା ଶେଷ କରିବା ନାଟୋ ମେଣ୍ଟର ସାମ୍ପ୍ରିତିକ ଇତିହାସରେ ସଦସ୍ୟତା ହାସଲ କରିବା ଏକ ଦ୍ରୁତତମ ପ୍ରକ୍ରିୟା । ଏହି ଅବସରରେ ଫିନଲାଣ୍ଡ ବୈଦେଶିକ ମନ୍ତ୍ରୀ ନାଟୋର ପ୍ରତିଷ୍ଠା ଚୁକ୍ତି ରକ୍ଷକ ତଥା ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଆନୁଷ୍ଠାନିକ ଚୁକ୍ତିପତ୍ର ପ୍ରଦାନ କରିବେ ।

ପୂର୍ବରୁ ଫିନଲାଣ୍ଡ ଓ ସ୍ବିଡେନ ଦେଶ ନାଟୋରେ ସାମିଲ ହେବା ନେଇ ଚାହିଁଥିଲେ ମଧ୍ୟ ଏହାକୁ ରାଜନୈତିକ ଦଳ ଓ ଦେଶବାସୀଙ୍କ ପକ୍ଷରୁ ବିରୋଧ କରାଯାଇଥିଲା । 24 ଫେବୃଆରୀ ୨୦୨୨ରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ୟୁରୋପର ରାଜନୈତିକ ଓ ରଣନୈତିକ ସ୍ଥିତି ବଦଳିଛି । ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଫିନଲାଣ୍ଡ ଭୟଭୀତ ହୋଇପଡ଼ିଥିଲା । ୟୁକ୍ରେନ ନାଟୋ ସଦସ୍ୟ ନୁହେଁ । ତେଣୁ ଯୁଦ୍ଧରେ ନାଟୋ ୟୁକ୍ରେନକୁ ସହଯାଗ କରିପାରିଲା ନାହିଁ । ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଫିନଲାଣ୍ଡ ନାଟୋରେ ସାମିଲ ହେବାକୁ ସ୍ଥିର କଲା । ପୂର୍ବରୁ ନାଟୋରେ ନମିଶିବା ପାଇଁ ଋଷ ଉଭୟ ଦେଶକୁ ଚେତାବନୀ ଦେଇଥିଲା । ସେ କହିଥିଲା ଯେ, ମସ୍କୋ ଏହା ଉପରେ ନଜର ରଖିଛି ଓ ସଠିକ ସମୟରେ ଆବଶ୍ୟକୀୟ ପଦକ୍ଷପ ମଧ୍ୟ ନେବ । ଏପରି ନିଷ୍ପତ୍ତି ପୁଣି ଥରେ ଉତ୍ତେଜନା ସୃଷ୍ଟି କରିବା ପାଇଁ ଦାୟୀ ହେବ ବୋଲି ଋଷର ଉପ ବୈଦେଶିକ ମନ୍ତ୍ରୀ ଚେତାବନୀ ଦେଇଥିଲେ । ଅନ୍ୟପଟେ ନାଟୋ ସଦସ୍ୟ ଦୌଡ଼ରେ ସ୍ବିଡେନ ମଧ୍ୟ କ୍ରମାଗତ ଭାବେ ଉଦ୍ୟମ ଜାରି ରଖିଛି । ହେଲେ ତୁର୍କୀର ହସ୍ତକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ ।

ABOUT THE AUTHOR

...view details