ୱାଶିଂଟନ: ଗତ ଅଗଷ୍ଟ 9 ତାରିଖରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଏଫବିଆଇ (Federal Bureau of Investigation) ପକ୍ଷରୁ ଏହି ରେଡ୍ ହୋଇଥିଲା । କୁହାଯାଉଥିଲା ହ୍ବାଇଟ ହାଉସରୁ କାଗଜପତ୍ର ନେଇଥିବା ଅଭିଯୋଗରେ ଏହି ଛାପା ମରିଥିଲା ଏଫବିଆଇ । ହେଲେ ଏହି ଚଢାଉ କାରଣରେ ଆଉ ଏକ ବଡ ଖୁଲାସା ହୋଇଛି । କୁହାଯାଉଛି କି ଏହି ରେଡରେ ପରମାଣୁ ଦସ୍ତାବିଜ ସମେତ ଅନ୍ୟ ସାମଗ୍ରୀର ତଲାସ ପାଇଁ ଏହି ଛାପା ମାରିଥିଲା ଏଫବିଆଇ ।
ପରମାଣୁ ଅସ୍ତ୍ରଶସ୍ତ୍ର ସହ ଜଡିତ କାଗଜପତ୍ର ଖୋଜିବା ନେଇ ଛାପା ମାରିଥିଲା ଏଫବିଆଇ । ଅନେକ ଦସ୍ତାବିଜ ଭରା କାଗଜପତ୍ର ଏଫବିଆଇ ହାତରେ ଲାଗିଥିଲା । ଦ ୱାଶିଂଟନ ପୋଷ୍ଟ ଏ ନେଇ ଏକ ରିପୋର୍ଟରେ ସୂଚନା ଦେଇଛି । ଏଫବିଆଇ ଖୁଲାସା କରିଛି କି ଟ୍ରମ୍ପ ଘରେ ନଥିବା ସମୟରେ ଏହି ରେଡ ହୋଇଥିଲା । ଟ୍ରମ୍ପଙ୍କ ଉପସ୍ଥିତିରେ କାର୍ଯ୍ୟାନୁଷ୍ଠାନ ପ୍ରଭାବିତ ହେବା ଅନୁମାନ କରାଯାଉଥିଲା । ଖାଲି ସେତିକି ନୁହେଁ ଟ୍ରମ୍ପ ଏହି ରେଡକୁ ରାଜନୈତିକ ଲାଭ ପାଇଁ ମଧ୍ୟ ବ୍ୟବହାର କରି ପାରିଥାନ୍ତି ବୋଲି କହିଛି ଏଫବିଆଇ ।