ଓଡିଶା

odisha

ଇଜିପ୍ଟିର ପୂର୍ବତନ ପ୍ରଧାନମନ୍ତ୍ରୀ ସରିଫ ଇସ୍‌ମାଇଲଙ୍କ ପରଲୋକ

ଇଜିପ୍ଟିର ପୂର୍ବତନ ପ୍ରଧାନମନ୍ତ୍ରୀ ସରିଫ ଇସ୍‌ମାଇଲଙ୍କ ପରଲୋକ । ଇଜିପ୍ଟିର ରାଷ୍ଟ୍ରପତି ,ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକଟ । ଅଧିକ ପଢ଼ନ୍ତୁ

By

Published : Feb 5, 2023, 5:27 PM IST

Published : Feb 5, 2023, 5:27 PM IST

Updated : Feb 5, 2023, 9:33 PM IST

ପୂର୍ବତନ ପ୍ରଧାନମନ୍ତ୍ରୀ  ସରିଫ ଇସମେଲଙ୍କ ପରଲୋକ
ପୂର୍ବତନ ପ୍ରଧାନମନ୍ତ୍ରୀ ସରିଫ ଇସମେଲଙ୍କ ପରଲୋକ

କାଇରୋ: ଇଜିପ୍ଟିର ପୂର୍ବତନ ପ୍ରଧାନମନ୍ତ୍ରୀ ସରିଫ ଇସ୍‌ମାଇଲଙ୍କ ପରଲୋକ । ୬୭ ବର୍ଷ ବୟସରେ ସରିଫ ଇସ୍‌ମାଇଲଙ୍କ ପରଲୋକ ଘଟିଥିବା ନେଇ ଇଜିପ୍ଟିର ଅଫିସିଆଲ ନ୍ଯୁଜ ଏଜେନ୍ସି ଏମଇଏନ୍ଏ ରିପୋର୍ଟ କରିଛି । ଇସ୍‌ମାଇଲଙ୍କ ପାଚନତନ୍ତ୍ରରେ ସମସ୍ୟା କରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଏମଇଏନ୍ଏ ରିପୋର୍ଟରୁ ପ୍ରକାଶ କରାଯାଇଛି ।

ଶନିବାର ଇଜିପ୍ଟିର ମୈରଣ୍ଡରେ ସରିଫ ଇସ୍‌ମାଇଲଙ୍କ ଦେହାନ୍ତ ହୋଇଥିବା ସୂଚନା ରହିଛି । ତେବେ ଇସ୍‌ମାଇଲଙ୍କ ଦେହାନ୍ତ ଖବର ପାଇବା ପରେ ଇଜିପ୍ଟିର ରାଷ୍ଟ୍ରପତି ଅବଦେଲ ଫତେହ ଅଲ ସିସି ଏବଂ ପ୍ରଧାନମନ୍ତ୍ରୀ ମୁସ୍ତାଫା ମାଡବୈଲେ ଶୋକ ପ୍ରକଟ କରିଛନ୍ତି । ଇଜିପ୍ଟିର ରାଷ୍ଟ୍ରପତି ନିଜ ସୋସିଆଲ ମିିଡିଆ ହ୍ୟାଣ୍ଡେଲ୍‌ରେ ଶୋକ ପ୍ରକଟ କରି ଲେଖିଛନ୍ତି, "ସରିଫ ଇସ୍‌ମାଇଲ ଜଣେ ବହୁତ ଭଲ ବ୍ଯକ୍ତିଥିଲେ । ସେ ଜଣେ ସଚ୍ଚୋଟ, କର୍ମ ନିଷ୍ଠାବାନ ବ୍ଯକ୍ତିଥିଲେ । ସେ ତାଙ୍କର ଦାୟିତ୍ବ ସର୍ବଦା ସୂଚାରୂ ରୂପେ ସମ୍ପାଦନ କରିଛନ୍ତି । ସରିଫ ଇସ୍‌ମାଇଲ କଠିନ ପରିସ୍ଥିତିରେ ମଧ୍ୟ ବୁଦ୍ଧିମତାର ସହ କାର୍ଯ୍ଯ କରିଛନ୍ତି । ମୁଁ ତାଙ୍କୁ ଜଣେ ନିସ୍ୱାର୍ଥପର, ଉତ୍ସର୍ଗୀକୃତ, ସଚ୍ଚୋଟ,ଏବଂ ଦେଶପ୍ରେମୀ ବ୍ୟକ୍ତି ଭାବରେ ଜାଣିଛି । ବ୍ୟକ୍ତିଗତ ଲାଭ ଅପେକ୍ଷା ସେ ଦେଶର ତଥା ଲୋକଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଆସିଥିଲେ।"

ଇସ୍‌ମାଇଲ ଦେଶର କଠିନ ପରିସ୍ଥିତିରେ ଅର୍ଥନୀତିରେ ସଂସ୍କାର ଆଣିଥିଲେ । ୨୦୧୬ର ଶେଷ ଭାଗରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ସମୟରେ ଅନ୍ତର୍ଜାତୀୟ ମୁଦ୍ରା କୋଷରୁ ୧୨ ବିଲିୟନ ଡ଼ଲାର୍ ଆଣିବାକୁ ସକ୍ଷମ ହୋଇଥିଲେ । ଇସମାଇଲ "ସବୁଠାରୁ କଠିନ ପରିସ୍ଥିତିରେ ନିଜ ଦାୟିତ୍ବ ସୂଚାରୁ ରୂପେ ତୁଲାଇଥିଲେ । ଦେଶର ଅର୍ଥନୈତିକ ସଙ୍କଟ ଦୂର କରିବା ସହ ଇଣ୍ଟରନ୍ୟାସନାଲ୍‌ ମନିଟାରୀ ଫଣ୍ଡକୁ ସବସିଡି କାଟ ନକରିବା ପାଇଁ ନିବେଦନ କରିଥିଲେ ।

ସରିଫ ଇସ୍‌ମାଇଲ ୨୦୧୫ରୁ ୨୦୧୮ ପର୍ଯ୍ଯନ୍ତ ପ୍ରଧାନମନ୍ତ୍ରୀ ଭାବେ ଦେଶ ପାଇଁ କାର୍ଯ୍ଯ କରିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ସେ ୨୦୧୩ରୁ ୨୦୧୫ ମସିହା ପର୍ଯ୍ଯନ୍ତ ପେଟ୍ରୋଲିୟମ ଏବଂ ଖଣିଜ ସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ଯ କରିଥିଲେ । ତେବେ ସରିଫ ଇସ୍‌ମାଇଲ ଜୁଲାଇ ୬, ୧୯୫୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୭୮ ମସିହାରେ ଏନ୍ ସମ୍ସ ୟୁନିଭରସିଟିରୁ ମେକାନିକାଲ ଇଞ୍ଜିନିୟିଂରେ ସ୍ନାତକ ଲାଭ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 5, 2023, 9:33 PM IST

ABOUT THE AUTHOR

...view details