ଓଡିଶା

odisha

By

Published : Apr 14, 2023, 5:57 PM IST

ETV Bharat / international

ପୁଣି ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୭.୦ ରେକର୍ଡ

ପୁଣି ଇଣ୍ଡୋନେସିଆରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭ ମ୍ୟାଗ୍ନିଚ୍ୟୁଡ ରହିଥିବା ସୂଚନା । ଅଧିକ ପଢ଼ନ୍ତୁ

earthquake strikes Indonesia
ଇଣ୍ଡୋନେସିଆରେ ଭୂକମ୍ପ ଝଟକା

ଜାକର୍ତ୍ତା: ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ମ୍ୟାଗ୍ନିଚ୍ୟୁଡ ରହିଥିବା ରେକର୍ଡ ହୋଇଛି । ଇଣ୍ଡୋନେସିଆର ଜାଭା ପ୍ରଦେଶର ଉତ୍ତରରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପ ହେବା ଫଳରେ ସୁନାମି ନେଇ କୌଣସି ସତର୍କତା କରାଯାଇ ନାହିଁ ।

ସ୍ଥାନୀୟ ସମୟ ଅପରାହ୍ନ ୪.୫୫ରେ ଜାଭା ଦ୍ବୀପ ଉତ୍ତର ସମୁଦ୍ରରେ ଭୂକମ୍ପ ହୋଇଥିଲା । ଯାହାର ଗଭୀରତା ୫୯୪ କିଲୋମିଟର ରହିଥିବା ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ତୁବାନଠାରୁ ଉତ୍ତର ଦିଗରେ ୯୬ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ତେବେ ଏହି ଭୂକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତି ନେଇ ସୂଚନା ହସ୍ତଗତ ହୋଇନାହିଁ । ସୁନାମି ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇଛି ।

ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ୬.୩ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଘଟିଥିଲା । ଇଣ୍ଡୋନେସିଆର ଟୋବେଲୋରେ ଏହି ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ଟୋବେଲୋର ଉତ୍ତରରୁ ୧୭୭ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୧୦୦ କିମି ରେକର୍ଡ କରାଯାଇଛି । ସେହିପରି ଗତ ବର୍ଷ ଜାନୁଆରୀ ୯ ତାରିଖ ବିଳମ୍ବିତ ରାତିରେ ଇଣ୍ଡୋନେସିଆର ତାନିମ୍ବାର ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର୍‌ ସ୍କେଲରେ 7.7 ମ୍ୟାଗ୍ନିଚ୍ୟୁଡ ରହିଥିବା ରେକର୍ଡ କରାଯାଇଥିଲା । ଶକ୍ତିଶାଳୀ ଭୂକମ୍ପ ହେବା ଫଳରେ ତାନିମ୍ବାର ଅଞ୍ଚଳରେ ସୁନାମି ନେଇ ଆଲର୍ଟ ଜାରି କରାଯାଇଥିଲା । ଭୂକମ୍ପ ତୀବ୍ରତା ଏତେ ଅଧିକ ଥିଲା ଯେ, ଅଷ୍ଟ୍ରେଲିଆର ତିମୋକ ଲେଷ୍ଟେ ଏବଂ ଇଣ୍ଡୋନେସିଆର ପ୍ରାୟ 14 ନିୟୁତ ଲୋକେ ମଧ୍ୟ ଏହାର କମ୍ପନ ଅନୁଭବ କରିପାରିଥିଲେ ।

ନଭେମ୍ବର ୨୧ ତାରିଖରେ ଇଣ୍ଡୋନେସିଆର ଜାଭା ପ୍ରଦେଶରେ ଭୂକମ୍ପ ହୋଇଥିଲା । ତୀବ୍ରତା ୫.୬ ରେକର୍ଡ କରାଯାଇଥିଲା । ଜାକାର୍ତ୍ତାର ଦକ୍ଷିଣପୂର୍ବ ଦିଗରେ 75 କିମି ଦୂର ସିଆଞ୍ଜୁରେ ଏହି ବଡ଼ ଧରଣର ଭୂକମ୍ପ ସୃଷ୍ଟି ହୋଇଥିଲା । ଯାହାର ଗଭୀରତା 10 କିମି ରହିଥିଲା । ତେବେ ଏହି ଭୂକମ୍ପରେ ୨୬୮ ଲୋକ ପ୍ରାଣ ହରାଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହାସହ ୧୫୦ରୁ ଅଧିକ ଲୋକ ନିଖୋଜ ହୋଇଥିବା ବେଳେ ୧୦୦ରୁ ଅଧିକ ଶିଶୁଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ABOUT THE AUTHOR

...view details