ଜାକର୍ତ୍ତା: ଇଣ୍ଡୋନେସିଆରେ ବଡ ଧରଣର ଭୂମିକମ୍ପ ଝଟକା । କୋଟାମୋବାଗୁରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରହିଥିବା ସେସମୋଲୋଜି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା 6.0
ଇଣ୍ଡୋନେସିଆର କୋଟାମୋବାଗୁରେ ୬.୦ ତୀବ୍ରତାର ଭୂକମ୍ପ ଝଟକା । ସେସମୋଲୋଜି ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ
ଭୂକମ୍ପରେ ଥରିଲା ଇଣ୍ଡୋନେସିଆ
ଆଜି ସକାଳ ୬ଟା ୫୩ ମିନଟରେ ଭୂକମ୍ପ ହୋଇଥିବାବେଳେ ଏହାର ଅକ୍ଷାଂଶ ୭.୨୦ ଓ ଦାଘ୍ରିମା ୧୨୭.୦ ରହିଛି । ଏହାର ଗଭୀରତା ୫୦ କିଲୋମିଟର ରହିଛି । ଏହା କୋଟାମୋବାଗୁ, ସୁଲାୱେସିର ଉତ୍ତର-ଉତ୍ତର-ପୂର୍ବର ୭୭୯ କିଲୋମିଟ ଦୂରରେ ଅନୁଭୂତ ହୋଇଥିଲା ।
ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଭୂମିକମ୍ପ ପରେ ସୁନାମି ନେଇ କୌଣସି ଆଲର୍ଟ ଜାରି କରାଯାଇନାହିଁ ।