କାବୁଲ:ଘଣ୍ଟାଏ ମଧ୍ୟରେ ଦୁଇଥର ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ଆଜି ସକାଳୁସକାଳୁ ୨ଥର ଭୂକମ୍ପରେ ଥରିଲା ଆଫଗାନିସ୍ତାନ ମାଟି । ସକାଳ ୬ଟା ୮ ମିନିଟରେ ଏକ ଭୂକମ୍ପ ହୋଇଥିବା ବେଳେ ପୁଣି ୭ଟା ୬ ମିନିଟରେ ଆଉ ଏକ ଭୂକମ୍ପ ହୋଇଛି । ଏନେଇ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, "ପ୍ରଥମ ଭୂକମ୍ପ ସକାଳ ୬ଟା ୮ ମିନିଟରେ ହୋଇଥିଲା । ଆଫଗାନିସ୍ତାନର ଫୟାଦାବାଦର ପୂର୍ବ ଉତ୍ତର ପୂର୍ବ ଦିଗର ୨୫୯ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ଏହାର ଗଭୀରତା ୧୬୭ କିମି ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୩୭.୯୬ ଏବଂ ଦ୍ରାଘିମା ୭୩.୨୮ ରେକର୍ଡ କରାଯାଇଛି । ତେବେ ଭୂକମ୍ପର ନେଇ ଆଉ କୌଣସି ଅଧିକ ସୂଚନା ହସ୍ତଗତ ହୋଇନାହିଁ ।
ଏହା ମଧ୍ୟ ପଢନ୍ତୁ: Actor Satish Kaushik Passes Away: ବରିଷ୍ଠ ବଲିଉଡ ଅଭିନେତା ସତୀଶ କୌଶିକଙ୍କ ଦେହାନ୍ତ
ଅନ୍ୟପଟେ ଘଣ୍ଟାଏ ନହେଉଣୁ ପୁଣି ଭୂକମ୍ପରେ ଥରିଥିଲା ଆଫଗାନିସ୍ତାନ । ପୁଣି ୭ଟା ୬ ମିନିଟରେ ଏକ ଭୂକମ୍ପ ସଂଘଠିତ ହୋଇଥିଲା । ଆଫଗାନିସ୍ତାନର ଫୟାଦାବାଦର ପୂର୍ବ ଉତ୍ତର ପୂର୍ବ ଦିଗରେ ହିଁ ଏହି ଭୂକମ୍ପ ହୋଇଥିବା ସୂଚନା ରହିଛି । ଫୟାଦାବାଦର ପୂର୍ବ ଉତ୍ତର ପୂର୍ବ ଦିଗର ୨୮୫ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ରେକର୍ଡ କରାଯାଇଛି । ଏହାର ଗଭୀରତା ୧୦୭ କିମି ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୩୮.୨୨ଏବଂ ଦ୍ରାଘିମା ୭୩.୪୭ ରହିଥିଲା । ତେବେ ଭୂକମ୍ପରେ ଘର ଥରିବା ଯୋଗୁଁ ଲୋକେ ଭୟଭୀତ ହୋଇ ବାହାରକୁ ଚାଲିଆସିଥିଲେ । ତେବେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ହସ୍ତଗତ ହୋଇନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: ଗୁଜୁରାଟ ରାଜଭବନରେ ହୋଲି ଖେଳିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ: ସାଙ୍ଗରେ ଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
ପ୍ରକାଶଥାଉକି, ପ୍ରାୟ ପ୍ରତିଦିନ ଆଫଗାନିସ୍ତାନରେ ଭୂକମ୍ପ ହେବା ନେଇ ଖବର ସାମ୍ନାକୁ ଆସୁଛି । ଅନେକ ସମୟରେ ଗୋଟିଅ ଦିନରେ ଦୁଇରୁ ତିନି ଥର ମଧ୍ୟ ଭୂକମ୍ପ ହେଉଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ସେପଟେ ଗତକାଲି ଆସାମରେ ମଧ୍ୟ ମୃଦୁ ଭୁମିକମ୍ପ ଅନୁଭୁତ ହୋଇଥିଲା ।
ବ୍ୟୁରୋ ରିପେର୍ଟ, ଇଟିଭି ଭାରତ