ଜାକାର୍ତ୍ତା:ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ । ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ । ଆଜି ସକାଳ ସମୟରେ ଇଣ୍ଡୋନେସିରେ 7.0 ତୀବ୍ରତାରେ ଭୂକମ୍ପ ହୋଇଛି। ଇଣ୍ଡୋନେସିଆର ବାଲି ସାଗର ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ସୁନାମୀ ଆଲର୍ଟ ଜାରି କରାଯାଇନାହିଁ । ଏନେଇ ୟୁରୋପିଆନ ମେଡିଟେରାନିଆନ ସେଣ୍ଟର ତରଫରୁ ସୂଚନା ପ୍ରଦାନ କରାଯାଇଛି।
ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ଣ୍ଡୋନେସିଆର ଉତ୍ତର ମାତାରାମ ଠାରୁ 201 କିଲୋମିଟର ଦୂରରେ ଅବସ୍ଥିତ । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଭୂକମ୍ପ ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ । ସମସ୍ତେ ଘରଠାରୁ ଦୂରକୁ ଚାଲିଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
ଏହା ମଧ୍ୟ ପଢନ୍ତୁ-Indonesia Earthquake: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ତୀବ୍ରତା ୬.୩
ଗତ ଏପ୍ରିଲ 25 ତାରିଖରେ ଇଣ୍ଡୋନେସିରେ 7.3 ତୀବ୍ରତାରେ ଭୂକମ୍ପ ହୋଇଥିଲା । ସୁମାତ୍ରା ଦ୍ୱୀପପୁଞ୍ଜର ପଶ୍ଚିମ ଦିଗରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ସୁନାମୀ ଆଲର୍ଟ ଜାରି କରାଯାଇଥିଲା । ଦୁଇ ଘଣ୍ଟା ପର୍ଯ୍ୟନ୍ତ ସୁନାମୀ ଆଲର୍ଟ ଜାରି ହୋଇଥିଲା । କ୍ରମାଗତ ଭାବେ 5.8 ଓ 4.6 ତୀବ୍ରତା ମଧ୍ୟରେ 5 ଥର ଭୂକମ୍ପ ହୋଇଥିଲା। ଏନେଇ ଇଣ୍ଡୋନେସିଆର ଜିଓଫିଜିକ ଏଜେନ୍ସି ସୂଚନା ଦେଇଥିଲା ।