ଓଡିଶା

odisha

ETV Bharat / international

ଅଷ୍ଟ୍ରେଲିଆରେ ଜୟଶଙ୍କର, ଦୁଇଦେଶ ସମ୍ପର୍କ ମଜବୁତ ନେଇ ପ୍ରତିପକ୍ଷଙ୍କ ସହ ଆଲୋଚନା - Australian Foreign Minister

ଅଷ୍ଟ୍ରେଲିଆର କାନବେରା ପହଞ୍ଚି ପ୍ରତିପକ୍ଷ ପେନି ୱାଙ୍ଗଙ୍କ ସହ ଏକ ବୈଠକରେ ଯୋଗ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅଧିକ ପଢନ୍ତୁ

S Jaishankar joins joint presser
S Jaishankar joins joint presser

By

Published : Oct 10, 2022, 10:27 AM IST

କାନବେରା: ବିଦେଶ ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଅଷ୍ଟ୍ରେଲିଆର କାନବେରା ପହଞ୍ଚି ପ୍ରତିପକ୍ଷ ପେନି ୱାଙ୍ଗଙ୍କ ସହ ଏକ ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ ଦୁଇଦେଶର ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା ହୋଇଛି ।

ବୈଠକରେ ଯୋଗ ଦେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ଆମେ ଅନେକ ମହତ୍ତ୍ବପୂର୍ଣ୍ଣ ଦିଗ ଯେପରି ଖଣିଜ, ସାଇବର, ନୂଆ ଏବଂ ନବୀକରଣ ଉର୍ଜା ଆଦିରେ କାର୍ଯ୍ୟ କରିଛୁ । ଆମ ସାଥୀ କରିଥିବା କାର୍ଯ୍ୟ ତାହାକୁ ଏକୀକୃତ କରିଛି । ଚଳିତ ବର୍ଷ ଜୁନରୁ ଏବେ ଯାଏଁ ଆମର 6 ଜଣ କେନ୍ଦ୍ରମନ୍ତ୍ରୀ ଅଷ୍ଟ୍ରେଲିଆ ଗସ୍ତ କରିଥିବା କହିଛନ୍ତି ଏସ ଜୟଶଙ୍କର । ଦୁଇଦେଶ ଚଳିତ ବର୍ଷ ହୋଇଥିବା ଆର୍ଥିକ ସହଯୋଗ ଏବଂ ବାଣିଜ୍ୟିକ ବୁଝାମଣାକୁ ନେଇ ଆମେ ଉତ୍ସାହିତ ବୋଲି କହିଛନ୍ତି ଏସ ଜୟଶଙ୍କର ।

ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ଥିବା ଯୁଦ୍ଧ ସମ୍ପର୍କରେ ମଧ୍ୟ ବୈଠକରେ ମତ ରଖିଛନ୍ତି ଜୟଶଙ୍କର । ଋଷ ସହିତ ଭାରତର ଦୀର୍ଘ ସମୟର ସମ୍ପର୍କ ରହିଛି । ଦୁଇ ଦେଶ ମଧ୍ୟରେ ଏକ ଭଲ ସମ୍ପର୍କ ରହିଛି । ଆମ ପାଖରେ ସୋଭିଏତ ଓ ଋଷରେ ନିର୍ମିତ ବହୁ ଅସ୍ତ୍ରଶସ୍ତ୍ର ପର୍ଯ୍ୟାପ୍ତ ପରିମାଣର ରହିଛି । ଋଷ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଏବଂ ଭାରତ-ପ୍ରଶାନ୍ତ ମହାସାଗରର ଅସ୍ଥିରତାର ପ୍ରଭାବ ଉପରେ ଅଷ୍ଟ୍ରେଲିୟ ପ୍ରତିପକ୍ଷ ପେନି ୱାଙ୍ଗଙ୍କ ସହ ଆଲୋଚନା କରିଛନ୍ତି । ଭାରତ ଏବଂ ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ସ୍ବାଧୀନତା ଉପରେ ବିଶ୍ବାସ କରନ୍ତି । ସମସ୍ତଙ୍କ ପାଇଁ ସଂଯୋଗ, ଅଭିବୃଦ୍ଧି ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଦିଗରେ ବିଶ୍ବାସ ରଖୁଥିବା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ଯେତେବେଳେ ବିଶ୍ବସ୍ତରୀୟ ସମସ୍ୟା ଆସେ, ଆମେ ୟୁକ୍ରେନ ସମସ୍ୟା ଏବଂ ଏହାର ପ୍ରତିକ୍ରିୟା, କ୍ବାର୍ଡ, ଜି-20 ସମସ୍ୟା, ୟୁଏନ, ଆଇଏଇଏ, ଜଳବାୟୁ ପରିବର୍ତ୍ତନ, ଅର୍ଥ, ସ୍ଥାୟୀ ବିକାଶ ଲକ୍ଷ୍ୟରେ ପଦକ୍ଷେପ ନେଇଥାଉ । ଏହି ସବୁ ସମସ୍ୟା ଆମେ କାନାଡା ସରକାରଙ୍କ ଦୃଷ୍ଟିଗୋଚର କରିଛୁ । ଆମେ ଏହା କହିଛୁ କି ଲୋକତାନ୍ତ୍ରିକ ଦେଶରେ ଯେଉଁ ସ୍ବାଧୀନତା ମିଳିଛି ତାର ଦୂରୁପଯୋଗ ସେହି ଶକ୍ତି ଦ୍ବାରା ହେବା ଉଚିତ ନୁହେଁ ଯାହା ହିଂସାର ସାଥ ଦେଉଥିବ ବୋଲି କହିଛନ୍ତି ଏସ ଜୟଶଙ୍କର ।

ଏହା ବି ପଢନ୍ତୁ...ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ ଅଷ୍ଟ୍ରେଲିଆ ପୁରାତନ ପାର୍ଲାମେଣ୍ଟ ହାଉସ, ଟ୍ବିଟ କଲେ ଜୟଶଙ୍କର

ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱାଙ୍ଗ କହିଛନ୍ତି, ''ଆମେ ଅଷ୍ଟ୍ରେଲିଆ-ଭାରତ ସମ୍ପର୍କକୁ ଆହୁରି ମଜୁବୁତ କରିବା କାର୍ଯ୍ୟ ଜାରି ରଖିବାକୁ ହେବ । ଆଗାମୀ ବର୍ଷ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆର ମହାବାଣିଜ୍ୟ ଦୂତବାସ ଖୋଲିବାକୁ ଆଶା ରଖିଛୁ ।'' ଭାରତ ଓ ଅଷ୍ଟ୍ରେଲିଆ ବୈଦେଶକ ମନ୍ତ୍ରୀ ସଂଯୁକ୍ତ ପ୍ରେସ ସମ୍ମିଳନୀରେ ଏହା କହିଛନ୍ତି ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱାଙ୍ଗ।

ABOUT THE AUTHOR

...view details