ୱାଶିଂଟନ:ଆସନ୍ତାବର୍ଷ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଏହାପୂର୍ବରୁ ରାଷ୍ଟ୍ରପତି ରେସରେ ଥିବା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟକା । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେନି ଟ୍ରମ୍ପ । ରାଷ୍ଟ୍ରପତି ପଦ ପାଇଁ ରିପବ୍ଲିକାନ ପାର୍ଟି ମୁଖ୍ୟ ଡୋନାଲ୍ଡ ଟ୍ରମ୍ପ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ୨୦୨୧ କ୍ୟାପିଟାଲ ହିଂସା ମାମଲାରେ ଆମେରିକାର କୋଲୋରାଡୋ ହାଇକୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ଯାହାଫଳରେ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପ୍ରତିଦ୍ବନ୍ଦିତା ନ କରିପାରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।
କୋଲାରାଡୋ କୋର୍ଟ ଆମେରିକୀୟ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଧାରା ୩ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି । କୋର୍ଟ ୪-୩ ସଂଖ୍ୟାଗରିଷ୍ଠତାରେ ନିଷ୍ପତ୍ତି ଶୁଣାଇ କହିଛନ୍ତି ଯେ, ୧୪ ତମ ସଂଶୋଧନର 'ବିଦ୍ରୋହ ସମ୍ପର୍କିତ' ଧାରା ୩ ଅନୁସାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଗ୍ରହଣ କରିବାକୁ ଟ୍ରମ୍ପ ଅଯୋଗ୍ୟ । ତେଣୁକରି ସେ ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ନିର୍ବାଚନ ଲଢିପାରିବେ ନାହିଁ । ତେବେ ଆମେରିକୀୟ ସମ୍ବିଧାନର ଏହି ଧାରାରେ କୌଣସି ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବାରୁ ଅଯୋଗ୍ୟ ଘୋଷଣା କରାଯିବାରେ ଆମେରିକା ଇତିହାସରେ ଏହା ପ୍ରଥମ ଘଟଣା ।
ଏହା ମଧ୍ୟ ପଢନ୍ତୁ : ଗୋପନ ଦସ୍ତାବିଜ ରଖିବା ମାମଲାର ଡୋନାଲ୍ଡ ଟ୍ରମ୍ପ ଗିରଫ, ମିଳିଲା ଜାମିନ