ଓଡିଶା

odisha

ETV Bharat / international

ପାକ୍‌ ସେନାକୁ ସମାଲୋଚନା ପରେ ପୂର୍ବତନ ମନ୍ତ୍ରୀଙ୍କ ଝିଅ ଗିରଫ, ପରିବାର ଆଣିଲା ଅପହରଣ ଅଭିଯୋଗ

PTI ନେତ୍ରୀ ତଥା ପୂର୍ବତନ ପାକିସ୍ତାନ ମନ୍ତ୍ରୀ ଶିରେନ ମଜାରିଙ୍କ ଝିଅ ଗିରଫ। ପୂର୍ବରୁ ପାକିସ୍ତାନ ସେନାକୁ କରିଥିଲେ ସମାଲୋଚନା। ଅଧିକ ପଢନ୍ତୁ

Imaan Mazari arrest
Imaan Mazari arrest

By

Published : Aug 20, 2023, 8:11 PM IST

ଇସଲାମବାଦ:ଗିରଫ ହେଲେ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଶିରେନ ମଜାରିଙ୍କ ଝିଅ ତଥା ମାନବାଧିକାର ଓକିଲ ଇମାନ ଜୈନାବ ମଜାରି-ହାଜିର । ରବିବାର ଇସଲାମବାଦ ପୋଲିସ ତାଙ୍କୁ ଗିରଫ କରିଛି । ପାକିସ୍ତାନ ସେନାକୁ ସମାଲୋଚନା କରିବା ପରେ ତାଙ୍କୁ ଗିରଫ କରାଯାଇଛି ବୋଲି କୁହାଯାଉଥିବା ବେଳେ ସେପଟେ ପରିବାର ପକ୍ଷରୁ ଅପହରଣ ଅଭିଯୋଗ ଆସିଛି । ପୋଲିସ ଇମାନଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି । ଇମାନଙ୍କ ଘରେ ପଶି 20 ଜଣ ତାଙ୍କୁ ଉଠାଇ ନେଇଥିଲେ । ପରେ ତାଙ୍କୁ ଗିରଫ ହେବା ନେଇ ଇସଲାମବାଦ ପୋଲିସ X ସାଇଟରେ ସୂଚନା ଦେଇଛି ।

ଇମାନ X ସାଇଟରେ ଏକ ଟ୍ବିଟ କରିବାର କିଛି ଘଣ୍ଟା ପରେ ତାଙ୍କୁ ଇସଲାମବାଦ ପୋଲିସ ଗିରଫ କରିଛି । ସେ ଟ୍ବିଟ କରି କହିଛନ୍ତି, "କେହି ଜଣେ ଅଜଣା ବ୍ୟକ୍ତିମାନେ ମୋ ଘର ଗେଟ ଡେଇଁ କିଛି କ୍ୟାମେରାକୁ ଭାଙ୍ଗି ଦେଇଛି ।" ଇମାନ ରବିବାର ରାତି ପ୍ରାୟ 3ଟା 50ମିନିଟରେ ଏହି ଟ୍ବିଟ କରିଥିଲେ । ଏହାପରେ ଇସଲାମବାଦ ପୋଲିସ ପକ୍ଷରୁ ଏକ ଟ୍ବିଟ କରାଯାଇ ଇମାନ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ଗିରଫ ନେଇ ସୂଚନା ଦେଇଥିଲେ । X ସାଇଟରେ ଇସଲାମବାଦ ପୋଲିସ ଟ୍ବିଟ କରି କହିଛି, "ଇସଲାମବାଦ ପୋଲିସ ଅଲି ୱଜିର ଓ ଇମାନ ମଜାରିଙ୍କୁ ଗିରଫ କରିଛି । ଏକ ଘଟଣାରେ ପୋଲିସ ତଦନ୍ତ ପାଇଁ ଏହି 2 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଏହାପରେ ଉଭୟଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଝିଅ ସହ ପୂର୍ବତନ ପାକିସ୍ତାନ ମନ୍ତ୍ରୀ ଶିରେନ ମଜାରି

ଏହା ବି ପଢନ୍ତୁ- ପାକ ସେନା ମୋତେ ୧୦ ବର୍ଷ ଜେଲରେ ରଖିବାକୁ ଷଡ଼ଯନ୍ତ୍ର କରୁଛି: ଇମ୍ରାନ

ମାତ୍ର ପୋଲିସ କେଉଁ ଘଟଣାରେ ତଦନ୍ତ ପାଇଁ ତାଙ୍କୁ ଗିରଫ କରିଛି ସେ ନେଇ ସ୍ପଷ୍ଟ ସୂଚନା ଦେଇନାହିଁ । ଅନ୍ୟପଟେ ଟର୍ଣ୍ଣୋଲ ପୋଲିସ ଷ୍ଟେସନର ଜଣେ ଅଧିକାରୀଙ୍କ କହିବା ଅନୁସାରେ ଯୁବ ଆଇନଜୀବୀ ଇମାନ ଓ ଅଲି ୱଜିରଙ୍କ ଆଭ୍ୟନ୍ତରୀଣ କାର୍ଯ୍ୟରେ ହସ୍ତକ୍ଷେପ କରିଥିବାରୁ ଦୁହିଁଙ୍କୁ ଗିରଫ କରାଯାଇଛି । ଇମାନଙ୍କ ଗିରଫ ନେଇ ପୋଲିସ ପକ୍ଷରୁ X ସାଇଟରେ ସୂଚନା ଦିଆଯିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପାକିସ୍ତାନ-ତେହେରିକ-ଇନସାଫ (PTI) ନେତ୍ରୀ ତଥା ପୂର୍ବତନ ମାନବାଧିକାର ମନ୍ତ୍ରୀ ଶିରେନ ମଜାରି ଅପହରଣ ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି, "ମହିଳା ପୋଲିସ ଓ କିଛି ସାଦା ପୋଷାକରେ ଥିବା ଲୋକେ ଆମ ଘର କବାଟ ଭାଙ୍ଗି ମୋ ଝିଅକୁ ନେଇଯାଇଛନ୍ତି । 20 ଜଣ ମୋ ଘରେ ପଶିଥିଲେ । ସେମାନଙ୍କ ମଧ୍ୟରୁ 6ଜଣ ମହିଳା ପୋଲିସ ଓ ଅନ୍ୟମାନେ ସାଦା ପୋଷାକରେ ଥିଲେ । ସେମାନଙ୍କ ପରିଚୟ ଆମେ ପଚାରିବା ବେଳେ ମୋ ଝିଅକୁ ସେମାନେ ଟାଣି ଟାଣି ନେଇଯାଇଥିଲେ । ମୋ ଝିଅ ନାଇଟ ସୁଟ୍‌ରେ ଥିବା ବେଳେ ଡ୍ରେସ ବଦଳାଇବା ପାଇଁ ମଧ୍ୟ କହିଥିଲା । ହେଲେ ସେମାନେ କିଛି ଶୁଣିନଥିଲେ । ଆଇନ ଅନୁଯାୟୀ କୌଣସି ୱାରେଣ୍ଟ୍‌ ମଧ୍ୟ ସେମାନଙ୍କ ନିକଟରେ ନଥିଲା । ଆମେ 2 ଜଣ ଘରେ ଏକା ରହୁ । ଏହା କୌଣସି ଗିରଫ ନୁହେଁ, ବରଂ ଅପହରଣ ।"

ସେନାକୁ ସମାଲୋଚନା କରି ରାଲି କରିଥିଲେ ଇମାନ:-ସୂଚନା ଥାଉ କି ଗତ କିଛି ଦିନ ତଳେ ଏକ ରାଲିରେ ଅଂଶଗ୍ରହଣ କରିଥିଲେ ଏହି ଯୁବ ଆଇନଜୀବୀ ଇମାନ । ପଶ୍‌ତୁନ ତହଫୁଜ ମୁଭମେଣ୍ଟ (PTM)ର କର୍ମକର୍ତ୍ତାମାନେ ପାକ୍‌ ମିଲିଟାରୀ ବିରୋଧରେ ଏହି ରାଲି ବାହାର କରିଥିଲେ । ଏହି ରାଲିରେ ଖୋଲାଖୋଲି ପାକ୍‌ ସେନାକୁ ସମାଲୋଚନା କରିଥିଲେ ଇମାନ । ଦେଶର ସାମରିକ ପ୍ରତିଷ୍ଠାନ ତଥା ସରକାରୀ ଅଟ୍ଟାଳିକା ଉପରେ ଗତ ମେ 2 ତାରିଖରେ ଆକ୍ରମଣ ପରେ ଇମାନଙ୍କ ମାଆ ଶିରେନ ମଜାରି ପାକିସ୍ତାନ-ତେହେରିକ-ଇନସାଫ (ପିଟିଆଇ) ଦଳ ଛାଡ଼ିଥିଲେ ।

ABOUT THE AUTHOR

...view details