ଓଡିଶା

odisha

ETV Bharat / international

FIFA World Cup: ବେଲଜିୟମକୁ ହରାଇଲା ମରକ୍କୋ, ବ୍ରୁସେଲ୍ସରେ ଦଙ୍ଗା

ରବିବାର ବେଲଜିୟମ ଏବଂ ମରକ୍କୋ ମଧ୍ୟରେ ଆୟୋଜିତ ମ୍ୟାଚରେ ମରକ୍କୋ ଠାରୁ 2-0 ରେ ହାରିଯାଇଥିଲା ବେଲଜିୟମ । ଏଭଳି ପରାସ୍ତକୁ ବରଦାସ୍ତ ନକରି ବ୍ରୁସେଲ୍ସର ବିଭିନ୍ନ ସ୍ଥାନରେ ନିଆଁ ଲଗାଇଛନ୍ତି ଫୁଟବଲ ଖେଳ ପ୍ରେମୀ । ଅଧିକ ପଢନ୍ତୁ

By

Published : Nov 28, 2022, 10:01 AM IST

Updated : Nov 28, 2022, 10:07 AM IST

ବ୍ରୁସେଲ୍ସରେ ଦଙ୍ଗା
ବ୍ରୁସେଲ୍ସରେ ଦଙ୍ଗା

ବ୍ରୁସେଲ୍ସ: କତାରରେ ଚାଲିଥିବା ଫିଫା ବିଶ୍ବକପରେ ରବିବାର ଦିନ ବେଲଜିୟମ ଏବଂ ମରକ୍କୋ ମଧ୍ୟରେ ମ୍ୟାଚ ଆୟୋଜିତ ହୋଇଥିଲା । ଏଥିରେ ମରକ୍କୋ ଠାରୁ ହାରି ଯାଇଥିଲା ବେଲଜିୟମ । ଯାହାକୁ ବରଦାସ୍ତ କରିପାରିନଥିଲେ ବେଲଜିୟମବାସୀ । ରାଜଧାନୀ ବ୍ରୁସେଲ୍ସର ବିଭିନ୍ନ ସ୍ଥାନରେ ଏହାକୁ ନେଇ ହିଂସା ସୃଷ୍ଟି ହୋଇଛି(Riots in Brussels ) । ଫୁଟବଲ ପ୍ରେମୀମାନେ କାର ଏବଂ ବାଇକ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣାରେ 12 ଜଣକୁ ଗିରଫ କରିଛି ପୋଲିସ ।

ଏହାସହ ମୋରୋକାନ ଜାତୀୟ ପତାକା ଘୋଡ଼ାଇ ହୋଇ 12ରୁ ଅଧିକ ଫୁଟ୍‌ବଲ୍‌ପ୍ରେମୀ ବ୍ରୁସେଲର କେତେକ ଅଞ୍ଚଳରେ ବିକ୍ଷୋଭ କରିଥିଲେ । ପୋଲିସ ବିକ୍ଷୋଭକୁ ରୋକିବାରେ ବିଫଳ ହେବାରୁ ପରବର୍ତ୍ତୀ ସମୟରେ ସେମାନଙ୍କ ଉପରକୁ ପାଣିମାଡ କରିବା ସହ ଲୁହାବୁହ ଗ୍ୟାସ ପ୍ରୟୋଗ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ବିତ୍ୟୁତ୍‌ ତାର ଉପରେ ଖସିପଡିଲା ହେଲିକପ୍ଟର, ଅନ୍ଧାରରେ 90 ହଜାରରୁ ଊର୍ଦ୍ଧ୍ବ ଘର

ସ୍ଥାନୀୟ ଗଣମାଧ୍ୟମର ସୂଚନାଅନୁସାରେ, "ସନ୍ଧ୍ୟା 7ଟା ବେଳକୁ ସ୍ଥିତିରେ ସୁଧାର ଆସିଥିଲା । କିନ୍ତୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସୁଦ୍ଧା ମଧ୍ୟ ପାଟ୍ରୋଲିଂ ଜାରି ରହିଛି। "ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, "ଫୁଟବଲ ପ୍ରେମୀମାନେ ହାତରେ ଲୁହା ରଡ, ଲାଠି ବ୍ୟବହାର କରିବା ସହିତ ରାଜପଥରେ ନିଆଁ ଜାଳି ବିକ୍ଷୋଭ କରିଥିଲେ । ଏଥିରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କ ମୁହଁ ମଧ୍ୟ ପୋଡିଯାଇଛି । ବୁଝାସୁଝା କରିବା ସତ୍ତ୍ବେ ମଧ୍ୟ ସ୍ଥିତିରେ ସୁଧାର ଆସିନଥିଲା । ତେଣୁ ଆମେ ବାଧ୍ୟ ହୋଇ ପାଣିମାଡ଼ ସହ ଲୁହାବୁହ ଗ୍ୟାସ ପ୍ରୟୋଗ କରିବା ପାଇଁ ବାଧ୍ୟ ହୋଇଥିଲୁ । "

ସୂଚନାଯୋଗ୍ୟ ଯେ, ଗତକାଲି(ରବିବାର) ମୁକାବିଲାରେ ମରକ୍କୋ ବୋଲଜିୟମକୁ 2-0ରୋ ପରାସ୍ତ କରିଛି । ଏହାସହ ମରକ୍କୋ ପ୍ରି କ୍ବାଟରଫାଇନାଲକୁ ଯିବାର ସମ୍ଭାବନା ସୃଷ୍ଟି କରିଛି । ମୁହାଁମୁହିଁ ମୁକାବିଲାରେ ମରକ୍କୋ ମଧ୍ୟ ପ୍ରଥମ ଥର ପାଇଁ ବେଲଜିୟମ୍‌କୁ ପରାସ୍ତ କରିଛି ।

Last Updated : Nov 28, 2022, 10:07 AM IST

ABOUT THE AUTHOR

...view details