ଓଡିଶା

odisha

ETV Bharat / international

China-Taiwan conflict: ତାଇଓ୍ବାନ ଜଳସୀମାରେ ମିସାଇଲ ଲଞ୍ଚ କଲା ଚୀନ୍‌ - ଚୀନ ତାଇଓ୍ବାନ ତିକ୍ତତା

ତାଇଓ୍ବାନ ଜଳସୀମାରେ ପଶି ଯୁଦ୍ଧାଭ୍ୟାସ କରିବା ସହ ଏକାଧିକ ମିସାଇଲ ଲଞ୍ଚ କଲା ଚୀନ । ଡିଫେନ୍ସ ସିଷ୍ଟମକୁ ସକ୍ରିୟ କଲା ତାଇଓ୍ବାନ । ପୁଣି ବିଶ୍ବ ଉପରେ ଆଉ ଏକ ଯୁଦ୍ଧ ଆଶଙ୍କା । ଅଧିକ ପଢନ୍ତୁ

China-Taiwan conflict: ତାଇଓ୍ବାନ ଜଳସୀମାରେ ମିସାଇଲ ଲଞ୍ଚ କଲା ଚୀନ
China-Taiwan conflict: ତାଇଓ୍ବାନ ଜଳସୀମାରେ ମିସାଇଲ ଲଞ୍ଚ କଲା ଚୀନ

By

Published : Aug 4, 2022, 8:27 PM IST

ତାଇପେଇ:ଋଷ-ୟୁକ୍ରେନ ଯୁଦ୍ଧର ଅବସାନ ଘଟି ନଥିବା ବେଳେ ପୁଣି ବିଶ୍ବ ପାଇଁ ଘନୀଭୂତ ହେବାରେ ଲାଗିଛି ଆଉ ଏକ ଯୁଦ୍ଧ ଆଶଙ୍କା । ଜାରି ରହିଥିବା ଚୀନ- ତାଇଓ୍ବାନ ବିବାଦ ମଧ୍ୟରେ ସାମରିକ ଶକ୍ତି ପ୍ରଦର୍ଶନ କରିଛି ଚୀନ । ଆମେରିକା ସ୍ପିକର ନାନ୍ସି ପେଲୋସି ତାଇଓ୍ବାନ ଗସ୍ତ କରି ଫେରିଯିବାର ଗୋଟିଏ ଦିନ ପରେ ଅଧିକ ଉତ୍ତେଜିତ ହୋଇଛି ବେଜିଂ । ଆଜି ତାଇଓ୍ବାନ ଜଳସୀମାରେ ପ୍ରବେଶ କରି ଚୀନ ସେନା ସମରାଭ୍ୟାସ କରିବା ସହ ବାଲିଷ୍ଟିକ ମିସାଇଲ ମଧ୍ୟ ଲଞ୍ଚ କରିଥିବା ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଛି ।

ତାଇଓ୍ବାନ ପକ୍ଷରୁ କରାଯାଇଥିବା ଦାବି ଅନୁସାରେ, ଚୀନ ପିପୁଲ୍ସ ଲିବେରେସନ ଆର୍ମି (PLA) ତାଇଓ୍ବାନର ଉତ୍ତର-ପୂର୍ବ ଓ ଦକ୍ଷିଣ-ପଶ୍ଚିମ ଜଳସୀମାରେ ପ୍ରବେଶ କରି ଉପକୂଳ ନିକଟବର୍ତ୍ତୀ ସ୍ଥାନରେ ସମରାଭ୍ୟାସ କରିଛି । ଏହା ସହିତ ଏକାଧିକ ଶକ୍ତିଶାଳୀ ବାଲିଷ୍ଟିକ ମିସାଇଲ ମଧ୍ୟ ଲଞ୍ଚ କରିଛି । ଅନ୍ତତଃପକ୍ଷେ ତାଇଓ୍ବାନ ଦ୍ବୀପର ଏକାଧିକ ସ୍ଥାନରେ ପ୍ରାୟ 6 ମିସାଇଲ ଲଞ୍ଚ କରି ଶକ୍ତି ପ୍ରଦର୍ଶନ କରିବା ସହ ତାଇଓ୍ବାନକୁ ଭୟଭୀତ କରିବା ପାଇଁ ଡ୍ରାଗନ ଉଦ୍ୟମ କରିଛି ।

ଅନ୍ୟପଟେ ଚୀନର ଏହି ଉଦ୍ୟମକୁ ନିନ୍ଦା କରିବା ସହ ମୁକାବିଲା ରଣନୀତି ମଧ୍ୟ ଗ୍ରହଣ କରିଛି ତାଇଓ୍ବାନ । କୌଣସି ମୁହୂର୍ତ୍ତରେ ଡ୍ରାଗନର ସମ୍ଭାବ୍ୟ ଆକ୍ରମଣକୁ ନଜରରେ ରଖି ନିଜର ଡିଫେନ୍ସ ସିଷ୍ଟମକୁ ତାଇଓ୍ବାନ ସେନା ସକ୍ରିୟ କରିଛି । ମୁଖ୍ୟ ଭୁଖଣ୍ଡର ଉପକୂଳର ପ୍ରାୟ 4ଟି ସ୍ଥାନରେ ପ୍ରତିରକ୍ଷା ପ୍ରଣାଳୀକୁ ଆଲର୍ଟ ମୋଡରେ ରଖାଯିବା ସହ ଚୀନ ସେନାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ତାଇଓ୍ବାନ ।

ଚୀନର ସ୍ଥଳସେନା,ବାୟୁସେନା ଓ ନୌସେନା ମିଳିତ ଭାବେ ଯୁଦ୍ଧାଭ୍ୟାସ କରି ଶକ୍ତି ପ୍ରଦର୍ଶନ କରିବା ସହ ମିସାଇଲ ଲଞ୍ଚ କରି ତାଇଓ୍ବାନ ଓ ତାକୁ ସମର୍ଥନ କରୁଥିବା ରାଷ୍ଟ୍ରଙ୍କୁ ଭୟଭୀତ କରିବାରେ ଲାଗିଛି । କୌଣସି ପରସ୍ଥିତିରେ ତାଇଓ୍ବାନକୁ ଦଖଲକୁ ନେବାକୁ ଚୀନ ସାମରିକ ଅଭିଯାନ ଆରମ୍ଭ କରିପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ତାଇଓ୍ବାନ ମଧ୍ୟ ପୂର୍ବ ପ୍ରସ୍ତୁତି ସ୍ବରୂପ ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରିଛି । ଋଷ-ୟୁକ୍ରେନ ଯୁଦ୍ଧର ଅବସାନ ଘଟିନଥିବା ବେଳେ ଏବେ ପୁଣି ଏକ ଯୁଦ୍ଧ ଆଶଙ୍କାରେ ସମଗ୍ର ବିଶ୍ବ ଆଶଙ୍କିତ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details