ଓଡିଶା

odisha

ETV Bharat / international

Kabul Blast: କାବୁଲ ବୈଦେଶିକ ମନ୍ତ୍ରଣାଳୟ ବାହାରେ ବିସ୍ଫୋରଣ, ୨୦ରୁ ଊର୍ଦ୍ଧ୍ବ ମୃତ - କାବୁଲ ବିସ୍ଫୋରଣ ଖବର

କାବୁଲର ବିଦେଶ ମନ୍ତ୍ରାଳୟ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୨୦ରୁ ଊର୍ଦ୍ଧ୍ବଙ୍କ ମୃତ୍ୟୁ ସୂଚନା । ଅଧିକ ପଢନ୍ତୁ

blast in kabul
blast in kabul

By

Published : Jan 12, 2023, 9:00 AM IST

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭୟଙ୍କର ବିସ୍ଫୋରଣ (Blast in Kabul)। ଏହି ବିସ୍ଫୋରଣରେ ୨୦ରୁ ଅଧିକ ପ୍ରାଣ ହରାଇଥିବା ଜଣାପଡିଛି । ଦେଶର ବିଦେଶ ମନ୍ତ୍ରଣାଳୟ ବାହାରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି (Explosion near Foreign Ministry in Kabul) ।

ସୂଚନାଅନୁସାରେ, ଗତକାଲି ହୋଇଥିବା ବିସ୍ପୋରଣ ସମୟରେ ମନ୍ତ୍ରାଳୟରେ ତାଲିବାନ ଓ ଚୀନି ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା । ତେବେ ବିସ୍ଫୋରଣ ପରେ ବୈଠକକୁ ସ୍ଥଗିତ ରଖାଯାଇଥିବା ବେଳେ ଏହା ଏକ ଆତ୍ମଘାତୀ ବିସ୍ଫେରଣ ବୋଲି କାବୁଲ ସୁରକ୍ଷା ମୁଖପାତ୍ର କହିଛନ୍ତି । ଏହା ଦେଶରେ ଦ୍ବିତୀୟ ବିସ୍ଫୋରଣ ବୋଲି ସେ କହିଛନ୍ତି । ତେବେ ଏହି ଘଟଣାରେ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ନେଇ କାବୁଲ ପୋଲିସ ମୁଖ୍ୟ ଖାଲିଦ ଜଡରନ (Kabul police chief spokesman Khalid Zadran) କହିଛନ୍ତି । ଅନ୍ୟପଟେ ତାଲିବାନ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ଏହା ମଧ୍ୟ ପଢନ୍ତୁ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତିନ୍ୟାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ତେବେ ସ୍ଥାନୀୟ ମନ୍ତ୍ରାଳୟ ପକ୍ଷରୁ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରାଯାଇଛି । ଯେଉଁଥିରେ ୬ଜଣ ତଳେ ପଡିରହିଥିବା ଦେଖାଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତାହତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଆଫଗାନିସ୍ତାନରେ ବିସ୍ଫୋରଣ, 10 ମୃତ, ଏକାଧିକ ଗୁରୁତର ଆଶଙ୍କା

ପ୍ରକାଶଥାଉକି, ତାଲିବାନ ଶାସନ ପରେ ଦେଶରେ ଅସ୍ଥିରତା ଜାରି ରହିଛି । ଏକାଧିକ ସ୍ଥାନରେ ବିସ୍ଫୋରଣରେ ବହୁ ସାଧାରଣ ନାଗରିକଙ୍କ ପ୍ରାଣହାନୀ ଘଟି ସାରିଲାଣି । ବାରମ୍ବାର ବିସ୍ଫୋରଣ ଓ ଆକ୍ରମଣ ମାନବୀୟ ସଙ୍କଟ ମଧ୍ୟ ସୃଷ୍ଟି କରିଛି । ଏହା ପୂର୍ବରୁ ଗତ ଜାନୁଆରୀ ୧ ତାରିଖ ଦିନ କାବୁଲର ସାମରିକ ବିମାନ ବନ୍ଦର ବାହାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ଅତି କମରେ 10 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 8 ଜଣ ଆହତ ହୋଇଥିଲେ । ବିସ୍ଫୋରଣ ନେଇ ତାଲିବାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ର ସୂଚନା ଦେଇଥିଲେ । କାବୁଲର ସାମରିକ ବିମାନ ବନ୍ଦରର ମୁଖ୍ୟ ଫାଟକ ନିକଟରେ ଏହି ବିସ୍ଫୋରଣ ହୋଇଥିବା ନେଇ ତାଲିବାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫି ଟକ୍କୁର ସୂଚନା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details